Posted inଜାତୀୟ

ପ୍ରଥମ ଭାଜପା ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ: ମଣି ଶଙ୍କର…

ନୂଆଦିଲ୍ଲୀ,୨୪।୮ : ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଉପରେ କଟାକ୍ଷ କରିଛନ୍ତି। ତାଙ୍କ ଆତ୍ମଜୀବନୀ ପୁସ୍ତକ ମେମୋୟର୍ସ ଅଫ ଏ ମାଭେରିକ ରିଲିଜ ହେବାବେଳେ ସେ କହିଥିଲେ ନରସିଂହ ରାଓ ଦେଶର ପ୍ରଥମ ଭାଜପା ପ୍ରଧାନମନ୍ତ୍ରୀ ଥିଲେ।

ତାଙ୍କ ପୁସ୍ତକ ରିଲିଜ ଉପରେ ହୋଇଥିବା ଆଲୋଚନାରେ ଆୟର କହିଛନ୍ତି ନରସିଂହ ରାଓ ଜଣେ ସାମ୍ପ୍ରଦାୟିକ ତଥା ହିନ୍ଦୁତ୍ୱବାଦୀ ନେତା ଥିଲେ। ଏହି ସମୟରେ, ଆୟର୍‌ ନରସିଂହ ରାଓଙ୍କ ସହ ତାଙ୍କ ବାର୍ତ୍ତାଳାପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ମଣିଶଙ୍କର ଆୟର କହିଛନ୍ତି ଥରେ ମୁଁ ପି.ଭି ନରସିଂହ ରାଓଙ୍କ ସହ ରାମ-ରହିମ ଯାତ୍ରା କରିଥିଲି। ସେହି ସମୟରେ ରାଓ ତାଙ୍କୁ କହିଥିଲେ, ଏହି ଯାତ୍ରାରେ ତାଙ୍କର କୌଣସି ଆପତ୍ତି ନାହିଁ, କିନ୍ତୁ ଧର୍ମନିରପେକ୍ଷ ହେବାର ସଂଜ୍ଞା ଉପରେ ତାଙ୍କର ଆପତ୍ତି ରହିଥିଲା। ଆୟର କହିଛନ୍ତି ଯେତେବେଳେ ମୁଁ ତାଙ୍କୁ ପଚାରିଲି ମୋର ସଂଜ୍ଞା ସହିତ ଅସୁବିଧା କ’ଣ? ସେ କହିଥିଲେ ମଣି ତୁମେ ବୁଝୁନାହଁ ଏହା ଏକ ହିନ୍ଦୁ ଦେଶ। ମୁଁ ଚେୟାରରେ ବସି ଯାଇଥିଲା। ତାଙ୍କୁ କହିଥିଲି ଭାଜପା ମଧ୍ୟ ସମାନ କଥା କହୁଛି।

ଆୟରଙ୍କ ଆତ୍ମଜୀବନୀ ମେମୋରିସ ଅଫ ଏ ମାଭେରିକ – ଦ ଫାଷ୍ଟ ଫିଫ୍ଟି ଇୟରର୍ସ (୧୯୪୧-୧୯୯୧) ସୋମବାର ବଜାରକୁ ଆସିଛି। ଜଗରନୋଟ ବୁକ୍ସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଆୟାରଙ୍କ ଡୁନ ସ୍କୁଲରୁ ସେଣ୍ଟ ଷ୍ଟିଫେନ କଲେଜ ଏବଂ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା ଏବଂ ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କ ଠାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ସହାୟକ ପର୍ଯ୍ୟନ୍ତ କାହାଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ…

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର: ଘରେ ପଶିଲା ପାଣି, ଭାସିଲା ଗାଡ଼ି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, କହିଲେ ପଶୁ-ପକ୍ଷୀ ମୃତଦେହ ଖାଇଲେ ହିଁ….

ମୁମ୍ବାଇ,୨୯।୧୦: ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ରର ବୁଲଢାଣାରୁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଗାଏକୱାଡ଼। ସେ କହିଛନ୍ତି,…

ବିରୋଧୀଙ୍କୁ ରାହୁଲଙ୍କ ଅପିଲ୍‌: କହିଲେ-ଭାଜପାର ସାହସ ନାହିଁ ଯେ ସେ…

ନୂଆଦିଲ୍ଲୀ, ୨୯।୧୦: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଏବଂ ଏସଆଇଆର୍‌ ବିରୋଧରେ ଇଣ୍ଡିଆ ମେଣ୍ଟର ରାଲି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?