ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ ଉପୁଜିଛି।

ମିଳିଥିବା ସୂଚନା ଅନୁସାରେ, ଗତ ଅକ୍ଟୋବର ୨୬ ତାରିଖରେ ଚୋରି ହୋଇଥିବାବେଳେ ୨୮ ତାରିଖ ରାତି ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ପୋଲିସ କେସ୍‌ ନଂ ୩୯୨/୨୦୨୬ ପଞ୍ଜୀକରଣ କରି ଅନୁଧ୍ୟାନ ଆରମ୍ଭ କରିଛି। ତେବେ ଦୁଇ ଦିନର ବିଳମ୍ବରେ ଅଭିଯୋଗ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଏବଂ ପରିତାପର ବିଷୟ ହେଉଛି ତହସିଲର ଷ୍ଟୋର ରୁମ୍‌ର ତାଲା ଭାଙ୍ଗିନାହିଁ। ତାଲା ଅକ୍ଷତ ଥିବା ବେଳେ ଭିତରୁ ପଲିଥିନ ଗାଏବ ହୋଇଛି। ଏହା ବାହାର ଚୋର କାମ ନୁହେଁ, ଭିତର ଲୋକଙ୍କ ହାତ ଅଛି ବୋଲି ସନ୍ଦେହ ପ୍ରକାଶ କରାଯାଉଛି। ଅପରପକ୍ଷେ ଏହି ଚୋରି ପଛରେ ବଡ ଦୁର୍ନୀତି ଲୁଚିଛି। ପଲଥିନ୍‌ଗୁଡ଼ିକୁ ଆଗରୁ ଲୁଚାଣିଆ ଭାବେ ବିକ୍ରି କରି ଦିଆଯାଇଛି। ଏବେ ଯାଞ୍ଚ ଡରରେ ଚୋରିର ନାଟକ କରି ନିଜକୁ ବଞ୍ଚାଇବାକୁ ଥାନାରେ ଏତଲା ଦିଆଯାଇଛି ବୋଲି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ସାଜିଛି। ଯଦି ସତରେ ଚୋରି ହୋଇଛି, ତେବେ ୨୬ ତାରିଖରେ ସିସିଟିଭି ଫୁଟେଜ କେଉଁଠି? ତହସିଲ ପରି ସୁରକ୍ଷିତ ସ୍ଥାନରୁ ବସ୍ତା ବସ୍ତା ପଲଥିନ୍‌ କିଏ ନେଲା ଆଉ କେହି ଦେଖିଲେ ନାହିଁ କେମିତି? ତେବେ ପୋଲିସ ତଦନ୍ତ ନାଁରେ ଲୁଚାଇବ ନା ସତ ସାମ୍ନାକୁ ଆଣିବ, ତାହା ଦେଖିବାକୁ ବାକି ରହିଲା।

ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି, ତହସିଲ ପକ୍ଷରୁ ତୁରନ୍ତ ଅଭିଯୋଗ କରା ନ ଯାଇ ଘଟଣା ଘଟିବାର ୪୮ ଘଣ୍ଟା ପରେ ଅଭିଯୋଗ କରାଯାଇଛି। ନାଜିରଙ୍କ ଅଭିଯୋଗ ଅନୁସାରେ ତାଲା ଭାଙ୍ଗିନି, କିନ୍ତୁ ଜଞ୍ଜିର ହୁଗୁଳା ବା ଢିଲା ଥିବାର ସୁଯୋଗ ନେଇ ଚୋରି ହୋଇଛି। ଯାହାକି ସନ୍ଦେହ ସୃଷ୍ଟି କରୁଛି।  ତଦନ୍ତ ଆରମ୍ଭ ହୋଇଛି। ପରେ ସତ୍ୟତା ଧରାପଡ଼ିବ।

ହାଟଡିହୀ ତହସିଲଦାର ସଞ୍ଜୟ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ମୁଁ ଏକ ସରକାରୀ କାର୍ଯ୍ୟରେ ଦୁଇ ଦିନ ହେବ ବାହାରେ ଥିଲି। କିନ୍ତୁ ଚୋରି ହେବା ନେଇ ମତେ କୌଣସି କର୍ମଚାରୀ ଜଣାଇ ନ ଥିଲେ। ଅଫିସରେ ବୁଧବାର ପହଞ୍ଚିବା ପରେ ଘଟଣା ବାବଦରେ ଜାଣିଲି। ତୁରନ୍ତ ନାଜିରଙ୍କୁ ଥାନାରେ ଅଭିଯୋଗ କରିବାକୁ କହିବା ସହ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କୁ ଜଣାଇଛି।ବିଭାଗୀୟ ତଦନ୍ତ ପାଇଁ ଏକ ଟିମ୍‌ ମଧ୍ୟ ଗଠନ ହୋଇଛି। ତହସିଲରେ ସିସିଟିଭି କ୍ୟାମେରା ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ପଞ୍ଚାୟତର ୩ ଗାଁ ଜଳବନ୍ଦୀ, ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚର ପାଣି, ରୋଗୀଙ୍କୁ ପିଠିରେ ବୋହି…

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ୩ ଗାଁ ଏବେ ଜଳବନ୍ଦୀରେ ଦିନ…

ମାତ୍ର ୧୭ ରନ୍‌ରେ ୮ ଉଇକେଟ ନେଇ ଇତିହାସ ରଚିଲେ ଏହି କ୍ରିକେଟର୍‌: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ…

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ…

ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରିରହିଛି l ଏହି ବର୍ଷା ଯୋଗୁୁ…

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

ଇଶାନ କିଶନଙ୍କ ରେକର୍ଡକୁ ବିପଦ! ମାତ୍ର ଏତିକି ରନ୍‌ କଲେ ଇତିହାସ ରଚିବେ ଅଭିଷେକ

ନୂଆଦିଲ୍ଲୀ, ୨୯।୧୦: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟ ଏବେ ଜୋର୍‌ଦାର ଚାଲୁଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ମଧ୍ୟ ଏହି ଭାରତୀୟ ଓପନର୍ସଙ୍କ…

ଘରକୁ ଆସି ପାର୍ସଲ ଡେଲିଭରି କରିବ ଭାରତୀୟ ରେଳବାଇ: କୋରିୟର କମ୍ପାନୀ ଭଳି ଡୋରଷ୍ଟେପ ସେବା; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରେଳବାଇ ଏବେ କୋରିୟର କମ୍ପାନୀଗୁଡ଼ିକ ଭଳି ଘରୁ ପାର୍ସଲ ସଂଗ୍ରହ କରିବା ଏବଂ ତାହାକୁ ସିଧାସଳଖ ଆପଣଙ୍କ ଦିଆଯାଇଥିବା ଠିକଣାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?