Posted inଜାତୀୟ

ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, କହିଲେ ପଶୁ-ପକ୍ଷୀ ମୃତଦେହ ଖାଇଲେ ହିଁ….

ମୁମ୍ବାଇ,୨୯।୧୦: ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ରର ବୁଲଢାଣାରୁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଗାଏକୱାଡ଼। ସେ କହିଛନ୍ତି, ଯଦି କୌଣସି ଚାଷୀ ଆତ୍ମହତ୍ୟା କରୁଛନ୍ତି, ତେବେ ତାଙ୍କ ଶେଷକୃତ୍ୟରେ ମଧ୍ୟ କେହି ସାମିଲ ହେବା ଉଚିତ ନୁହେଁ। ଏପରିକି ପଶୁପକ୍ଷୀ ମୃତଦେହକୁ ଖାଇବା ପରେ ଲୋକେ ଏହାର ପରିଣାମ ବୁଝିବେ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ସଞ୍ଜୟ ଗାଏକୱାଡ଼ କହିଛନ୍ତି ଯେ ଚାଷୀମାନେ ଆତ୍ମହତ୍ୟା କରିବା ପରିବର୍ତ୍ତେ ନିଜ ସମସ୍ୟା ସରକାର, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ନିକଟରେ ଉପସ୍ଥାପନ କରିବା ଉଚିତ। କୌଣସି ଚାଷୀ ସମସ୍ୟାରେ ଥିଲେ ସରକାରଙ୍କୁ ଚିଠି ଲେଖିବା ସହ ଜନପ୍ରତିନିଧିଙ୍କୁ ନିଜ ଅସୁବିଧା ଜଣାଇବା ଦରକାର। ଏହାଦ୍ୱାରା ସମସ୍ତେ ମିଶି ତାଙ୍କୁ ସହାୟତା କରିବାକୁ ଉଦ୍ୟମ କରିପାରିବେ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ଜଣେ ଚାଷୀ ଆତ୍ମହତ୍ୟା କଲେ ତାଙ୍କ ସ୍ତ୍ରୀ ଓ ପିଲାମାନେ ଅସହାୟ ହୋଇପଡ଼ନ୍ତି। ପରିବାରକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ। ତେଣୁ ଏପରି ଚରମ ପଦକ୍ଷେପ ନେବା ପୂର୍ବରୁ ନିଜ ପରିବାର ଓ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ସେ ଚାଷୀଙ୍କୁ ଅପିଲ୍ କରିଛନ୍ତି।
ବିଧାୟକ ଗାଏକୱାଡ଼ କହିଛନ୍ତି, ଚାଷୀ ଆତ୍ମହତ୍ୟା କଲେ ତାଙ୍କ ଶେଷକୃତ୍ୟରେ କେହି ଯୋଗ ଦେବା ଉଚିତ ନୁହେଁ । ପଶୁମାନେ ମୃତଦେହକୁ ଖାଇବା ପରେ ଏଭଳି ନିଷ୍ପତ୍ତିର ପରିଣାମ ସମ୍ପର୍କରେ ଲୋକେ ଅନୁଭବ କରିବେ ଏବଂ ଆତ୍ମହତ୍ୟା କରିବେ ନାହିଁ ବୋଲି ସେ ମତ ଦେଇଛନ୍ତି। ଚାଷୀମାନେ ଆତ୍ମହତ୍ୟା କରି ନିଜ ପିଲାମାନଙ୍କୁ ଦୁଃଖ ଓ ସମସ୍ୟା ଭିତରକୁ ଠେଲି ଦେଉଛନ୍ତି । ବିବାହ ସମୟରେ ସ୍ତ୍ରୀଙ୍କ ସହ ସାତ ଜନ୍ମର ସାଥୀ ହେବାକୁ ପ୍ରତିଜ୍ଞା କରିଥିଲେ ମଧ୍ୟ ମଝିରେ ଜୀବନ ଶେଷ କରିଦେଉଛନ୍ତି ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ,ନେତା ପ୍ରକାଶ ଆମ୍ବେଡକର ଚାଷୀଙ୍କୁ ନେଇ କଥିତ ଭାବେ ଦେଇଥିବା ଏକ ମନ୍ତବ୍ୟ ସମ୍ପର୍କରେ ସାମ୍ବାଦିକମାନେ ସଞ୍ଜୟ ଗାଏକୱାଡ଼ଙ୍କୁ ପ୍ରଶ୍ନ କରିଥିଲେ। ସେହି ମନ୍ତବ୍ୟରେ ଚାଷୀଙ୍କୁ ‘ଅଯୋଗ୍ୟ’ ବୋଲି କୁହାଯାଇଥିବା ଅଭିଯୋଗ ରହିଥିଲା। ଏହାର ଉତ୍ତର ଦେବା ସମୟରେ ଗାଏକୱାଡ଼ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲେ। ଚାଷୀ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କର ଏହି ବୟାନକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଗୋଟିଏ ପଟେ ସେ ଚାଷୀଙ୍କୁ ଆତ୍ମହତ୍ୟା ନକରିବା ଏବଂ ପରିବାର କଥା ଚିନ୍ତା କରିବାକୁ କହିଥିବା ବେଳେ ଅନ୍ୟପଟେ ଶେଷକୃତ୍ୟରେ କେହି ଯୋଗ ନଦେବା ଓ ମୃତଦେହକୁ ପଶୁ ଖାଇବା ସମ୍ପର୍କିତ ତାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ…

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

ଇଶାନ କିଶନଙ୍କ ରେକର୍ଡକୁ ବିପଦ! ମାତ୍ର ଏତିକି ରନ୍‌ କଲେ ଇତିହାସ ରଚିବେ ଅଭିଷେକ

ନୂଆଦିଲ୍ଲୀ, ୨୯।୧୦: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟ ଏବେ ଜୋର୍‌ଦାର ଚାଲୁଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ମଧ୍ୟ ଏହି ଭାରତୀୟ ଓପନର୍ସଙ୍କ…

ଘରକୁ ଆସି ପାର୍ସଲ ଡେଲିଭରି କରିବ ଭାରତୀୟ ରେଳବାଇ: କୋରିୟର କମ୍ପାନୀ ଭଳି ଡୋରଷ୍ଟେପ ସେବା; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରେଳବାଇ ଏବେ କୋରିୟର କମ୍ପାନୀଗୁଡ଼ିକ ଭଳି ଘରୁ ପାର୍ସଲ ସଂଗ୍ରହ କରିବା ଏବଂ ତାହାକୁ ସିଧାସଳଖ ଆପଣଙ୍କ ଦିଆଯାଇଥିବା ଠିକଣାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର: ଘରେ ପଶିଲା ପାଣି, ଭାସିଲା ଗାଡ଼ି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?