ସାଇକେଲ ଚଲାଇ ୨୦୦୦ କିଲୋମିଟର ନର୍ମଦା ପରିକ୍ରମାରେ ବାହାରିଲେ ୧୨ ବୃଦ୍ଧ

ଭୋପାଳ,୧୦ା୧୨: ନର୍ମଦା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କର ଦାୟିତ୍ୱ। ଏହି ବାର୍ତ୍ତା ନେଇ ନାସିକ୍‌ରୁ ୧୨ ଜଣ ବୃଦ୍ଧ ସୋମବାର ଓଁକାରେଶ୍ୱରରୁ ମା’ ନର୍ମଦାଙ୍କ ପରିକ୍ରମା ପାଇଁ ୨୦୦୦ କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦଳରେ ଅଧିକାଂଶ ୬୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ସଦସ୍ୟ ସାମିଲ ହୋଇଛନ୍ତି। ନର୍ମଦା ନଦୀକୁ ମଧ୍ୟପ୍ରଦେଶର ଲାଇଫ୍‌ଲାଇନ୍‌ କୁହାଯାଏ।

ଏହି ଯାତ୍ରାରେ ବାହାରିଥିବା ବୟୋଜ୍ୟେଷ୍ଠମାନେ କୁହନ୍ତି, ଦେଶର ପ୍ରମୁଖ ନଦୀଗୁଡ଼ିକ ମଧ୍ୟରେ ନର୍ମଦା ନଦୀର ସ୍ବଚ୍ଛତା ନଷ୍ଟ ହେବାରେ ଲାଗିଛି। ନର୍ମଦା ଅନ୍ୟ ନଦୀ ଠାରୁ ନିର୍ମଳ ରହିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଫଳସ୍ବରୁପ ଆମେ ଏହି ପଦଯାତ୍ରାରେ ବାହାରିଛୁ।

ଏହି ୨୦୦୦ କିଲୋମିଟର ଯାତ୍ରା କରିବା ସମୟରେ ସାଇକେଲ ଯେମିତି ପଙ୍କଚର ନ ହେବ ସେଥିପାଇଁ ଆବଶ୍ୟକୀୟ ଜିନିଷ ପାଖରେ ରଖିଥିବା କହିଛନ୍ତି। ଏହା ବ୍ୟତୀତ ଫୋମ୍‌ର ବିଛଣା, ସାଇଡ୍‌ ବ୍ୟାଗ୍‌ ଏବଂ ପରିଚୟ ପତ୍ର ମଧ୍ୟ ରଖିଛନ୍ତି। ସମସ୍ତଙ୍କ ନିକଟରେ ଗିୟର ସାଇକେଲ ରହିଛି। ବୟସ୍କ ବ୍ୟକ୍ତିମାନେ କୁହନ୍ତି, ଏହି ପଦଯାତ୍ରା ପାଇଁ ପ୍ରାୟ ଦେଢ଼ ମାସ ଧରି ସାଇକେଲରେ ସେମାନେ ଅଭ୍ୟାସ କରୁଥିଲେ। ସମସ୍ତେ ପ୍ରତିଦିନ ୯୦ରୁ ୧୦୦ କିଲୋମିଟର ଯାତ୍ରା କରୁଥିଲେ। ରାସ୍ତାରେ ଯିବା ସମୟରେ ଲୋକଙ୍କୁ ନର୍ମଦା ନଦୀର ସ୍ବଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। କରୋନା ସଂକ୍ରମଣ ସମୟରେ ସାଇକେଲ ଚାଳନା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ବୋଲି ମଧ୍ୟ ସେମାନେ ବାର୍ତ୍ତା ଦେଉଛନ୍ତି।

ସଦସ୍ୟମାନେ କହିଛନ୍ତି, ଏମାନେ ସମସ୍ତେ ନାସିକ ସାଇକେଲିଷ୍ଟ ଫାଉଣ୍ଡେଶନର ସଦସ୍ୟ। ତାଙ୍କ କ୍ଲବରେ ଦୁଇ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି। ଏଥିରେ ଛୋଟ ପିଲା, ଯୁବକ ଏବଂ ବରିଷ୍ଠମାନେ ସାମିଲ ଅଛନ୍ତି। ତାଙ୍କ କ୍ଲବର ପ୍ରତ୍ୟେକ ସଦସ୍ୟ ପ୍ରତିଦିନ ୮୦ରୁ ୯୦ କିଲୋମିଟର ସାଇକେଲ ଚଲାଇଥାନ୍ତି। ତାଙ୍କ କ୍ଲବର ଯୁବ ସଦସ୍ୟ ଓମ୍‌ ମହାଜନ ଶ୍ରୀନଗରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାଇକେଲରେ ୮ ଦିନ ୭ ଘଣ୍ଟା ଯାତ୍ରା କରି ୪୦ ମିନିଟ୍‌ରେ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri