Posted inଜାତୀୟ

ନର୍ମଦା ବିପଦ ସଙ୍କେତ ଟପିଲା: ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ…

ମୁମ୍ବାଇ,୧୮।୯ : ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର ଷ୍ଟେଶନ ମଧ୍ୟରେ ପ୍ରବାହିତ ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି। ଏହି କାରଣରୁ ରବିବାର ରାତିରୁ ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ପ୍ରାୟ ୧୧ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ପଶ୍ଚିମ ରେଳବାଇର ମୁଖ୍ୟ ପିଆରଓ ସୁମିତ ଠାକୁର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ନଦୀ ଏବେ ବି ବିପଦ ସଙ୍କେତଠାରୁ ଅଧିକରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁଁ ଏହି ରୁଟ ଦେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ ଏବଂ ସାମଗ୍ରୀ ଟ୍ରେନ ଅଟକି ରହିଛି। ଟ୍ରେନରେ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ଚା ଏବଂ ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ଅନୁମାନ କରାଯାଉଛି କିଛି ଘଣ୍ଟା ମଧ୍ୟରେ ନଦୀ ଜଳ ଏହାର ବିପଦ ସ୍ତରରୁ ତଳକୁ ଯିବ।

ଯାତ୍ରୀମାନଙ୍କୁ ଟ୍ରେନ ସମ୍ବନ୍ଧୀୟ ସୂଚନା ଯୋଗାଇବା ପାଇଁ ଏକ ହେଲ୍ପଲାଇନ ନମ୍ବର ବ୍ୟବସ୍ଥା କରାଯାଇଛି। ପଶ୍ଚିମ ରେଳବାଇ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ବନ୍ୟା ଯୋଗୁଁ କେତେକ ଟ୍ରେନ ବାତିଲ ହୋଇଛି, ଯେଉଁଥିରେ ତେଜସ ଏକ୍ସପ୍ରେସ ଏବଂ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ରହିଛି।

ରବିବାର ଗୁଜରାଟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହି କାରଣରୁ ଅନେକ ଗାଁ ସହିତ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ନର୍ମଦା ସମେତ ଅନେକ ନଦୀରେ ବନ୍ୟା ଜଳ ଅଧିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ନ ଖୋଲିବା ଯାଏ ଦେୟ ଆଦାୟ କରାଯାଇପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ, ୩୦।୮(ପି.ଟି.): କରୋନା ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଦୀର୍ଘଦିନ ହେଲା ବନ୍ଦ ରହିଛି। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ପିଲାମାନଙ୍କ ଅଭିଭାବକଙ୍କଠାରୁ ବାର୍ଷିକ ଦେୟ କିମ୍ବା...

ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍‌ ବକ୍ସ୍‌ ଲଗାଉଛନ୍ତି କର୍ନାଟକ ଚାଷୀ

ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ...

ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା

ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ...

ଏହି ମନ୍ଦିରରେ ଓଲଟା ସ୍ବସ୍ତିକ ତିଆରି କଲେ ମାନସିକ ହୁଏ ପୂରଣ…

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ଅବା ଧାତୁ ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ...

ମସ୍ତିଷ୍କ ଜ୍ୱର ଶିଶୁମୃତ୍ୟୁ: କେନ୍ଦ୍ର ଓ ବିହାର ସରକାରଙ୍କୁ ରିପୋର୍ଟ ତଲବ୍‌ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୬: ବିହାରରେ ମସ୍ତିଷ୍କ ଜ୍ୱର ଶିଶୁ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ସହିତ ବିହାର ସରକାରଙ୍କୁ ଧିକ୍କାରିବା ସହିତ ଏନେଇ ରିପୋର୍ଟ ତଲବ...

ଯୌନ ସମ୍ପର୍କ ପାଇଁ ଜୀବନସାଥୀ ମନା କରିବା ନିଷ୍ଠୁରତା: ହାଇକୋର୍ଟ

ନୂଆଦିଲ୍ଲୀ,୧୯ା୯: ଜୀବନସାଥୀ ଯଦି ଉଦ୍ଦେଶ୍ୟମୂଳକ ଭାବେ ଯୌନ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମାତ୍ର...

ଦିଲ୍ଲୀ ଆସୁଛନ୍ତି ଦିଦି: ମୋଦିଙ୍କ ସହ ହୋଇପାରେ ସାକ୍ଷାତକାର

କୋଲକାତା,୧୬।୯: ଦୀର୍ଘ ଦିନରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ମନୋମାଳିନ୍ୟ ରହିଛି। ଏପରିକି ମମତା ମୋଦିଙ୍କ କୌଣସି କାର୍ଯ୍ୟକୁ...

୨୬/୧୧ ଆକ୍ରମଣ: କସାବ ସମେତ ୧୦ ମୃତ ଆତଙ୍କବାଦୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ହାଫିଜ

ନୂଆଦିଲ୍ଲୀ,୨୬ ।୧୧: ପାକିସ୍ତାନର ରାଜନୀତିର ମୁଖା ପିନ୍ଧିଥିବା ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ-ଦାୱା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା କସାବ ସମେତ ୧୦ ଆତଙ୍କବାଦୀଙ୍କ...

Advertisement
Archives

Model This Week