Posted inଖେଳ

ଟିମ ଇଣ୍ଡିଆକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୮।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ରେକର୍ଡ ୧୦ ଉଇକେଟରେ ଜିତି ଟ୍ରଫି ଜିତିଛି। ଏହି ଟାଇଟଲ ମ୍ୟାଚରେ ମହମ୍ମଦ ସିରାଜ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ୭ ଓଭରରେ ୨୧ ରନ ଦେଇ ୬ ଉଇକେଟ ନେଇଥିଲେ। ଏହି କାରଣରୁ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ ସ୍କୋର କରିଥିଲା। ଟିମ ଇଣ୍ଡିଆ ମାତ୍ର ୬.୧ ଓଭରରେ ୫୧ ରନ୍ର ସହଜ ଟାର୍ଗେଟକୁ ପିଛା କରିଥିଲା। ଦିନିକିଆ ବିଶ୍ୱକପ ପୂର୍ବରୁ ଆସିଥିବା ଏହି ବିଜୟ ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ବହୁତ ଭଲ ବୋଲି ବିବେଚନା କରାଯା। ତେବେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଟିମ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି।
ଏସିଆ କପ ସମାପ୍ତ ହେବା ପରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ବିଷୟରେ ୱାସିମ ଆକ୍ରାମ କହିଛନ୍ତି ଯେ, ବିଶ୍ୱକପ ଭଳି ଏକ ବଡ଼ ଟୁର୍ନମେଣ୍ଟର କିଛି ଦିନ ପୂର୍ବରୁ ଭାରତ ଏହି ସିରିଜ ଖେଳିବା ଉଚିତ୍‌ ନୁହେଁ।
ୱାସିମ ଆକ୍ରମ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ବିଭିନ୍ନ ସ୍ଥାନକୁ ଯିବେ। ବିଶ୍ୱକପ ପାଇଁ ଶକ୍ତି ସଞ୍ଚୟ କରିବା ଉଚିତ୍‌। ମୁଁ ଜାଣେ ନାହିଁ ସେମାନେ କାହିଁକି ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛନ୍ତି। ମେଗା ଟୁର୍ନାମେଣ୍ଟ ସହିତ ଖେଳାଳିଙ୍କୁ କ୍ଳାନ୍ତ କରିବା ଉଚିତ୍‌ ନୁହେଁ। ଏସବୁ ଧ୍ୟାନ ନ ଦେଲେ ବିଶ୍ୱକପ୍‌ରେ ଏହାର ପରିଣାମ ଭୋଗିବାକୁ ପଡିବ।
୧୭ ସେପ୍ଟେମ୍ବରରେ ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛ। ଅଧିନାୟକ ପ୍ୟାଟ କମିନ୍ସଙ୍କ ବ୍ୟତୀତ ଏହା ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ପ୍ରତ୍ୟାବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହାକାଳଙ୍କ ଦର୍ଶନ ପରେ ଏବେ ଲଣ୍ଡନରେ କୀର୍ତ୍ତନ ଶୁଣିବାକୁ ପହଞ୍ଚିଲେ ବିରୁଷ୍କା

ଲଣ୍ଡନ,୧୭।୬: ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଆଜିକାଲି ଛୁଟିରେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ ଖେଳାଳିମାନେ ଛୁଟି ପାଳନ...

ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପୂର୍ବତନ କ୍ରିକେଟର

ବ୍ରିଜଟାଉନ, ୮।୨: ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ଇଜ୍ରା ମୋସଲିଙ୍କର ଶନିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...

ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍‌ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ...

ଏମଆଇ ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ଅହମଦାବାଦ,୨୫।୪ : ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଗୁଜରାଟ ଟାଇଟାନ୍ସକୁ ଭେଟିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି...

୨୦୦ ମି. ଦୌଡ଼ରେ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୧ା୩- ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡ଼ ଭଳି ୨୦୦ ମି. ରେସରେ ମଧ୍ୟ ଶୀର୍ଷ ସଫଳତା ପାଇଛନ୍ତି। ଚଳିତ ଖେଲୋ...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଅନେକ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରୁ ଆରମ୍ଭ ହେବ। ଏହି ଗସ୍ତରେ ଦୁଇଟି ଟେଷ୍ଟ...

ଇଞ୍ଜିନିୟର୍‌, ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ଏହି ବୋଲରଙ୍କୁ ଡରନ୍ତି ବ୍ୟାଟ୍ସମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଜି ୩୩ତମ ଜନ୍ମଦିବସ। କ୍ରିକେଟରେ ଅନେକ ବ୍ୟାଟ୍ସମ୍ୟାନ୍‌ଙ୍କ ନିଦ ହଜାଉଥିବା ଅଶ୍ୱିନ୍‌ ଜଣେ ଉତ୍ତମ ଛାତ୍ର ଥିଲେ।...

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କୁ ଡେଟ୍‌ କରୁଛନ୍ତି ଲିଆଣ୍ଡର୍‌ ପେସ୍‌

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗୋଆରେ ଛୁଟି...

Advertisement
Archives

Model This Week