Posted inଖେଳ

ଟିମ ଇଣ୍ଡିଆକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୮।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ରେକର୍ଡ ୧୦ ଉଇକେଟରେ ଜିତି ଟ୍ରଫି ଜିତିଛି। ଏହି ଟାଇଟଲ ମ୍ୟାଚରେ ମହମ୍ମଦ ସିରାଜ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ୭ ଓଭରରେ ୨୧ ରନ ଦେଇ ୬ ଉଇକେଟ ନେଇଥିଲେ। ଏହି କାରଣରୁ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ ସ୍କୋର କରିଥିଲା। ଟିମ ଇଣ୍ଡିଆ ମାତ୍ର ୬.୧ ଓଭରରେ ୫୧ ରନ୍ର ସହଜ ଟାର୍ଗେଟକୁ ପିଛା କରିଥିଲା। ଦିନିକିଆ ବିଶ୍ୱକପ ପୂର୍ବରୁ ଆସିଥିବା ଏହି ବିଜୟ ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ବହୁତ ଭଲ ବୋଲି ବିବେଚନା କରାଯା। ତେବେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଟିମ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି।
ଏସିଆ କପ ସମାପ୍ତ ହେବା ପରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ବିଷୟରେ ୱାସିମ ଆକ୍ରାମ କହିଛନ୍ତି ଯେ, ବିଶ୍ୱକପ ଭଳି ଏକ ବଡ଼ ଟୁର୍ନମେଣ୍ଟର କିଛି ଦିନ ପୂର୍ବରୁ ଭାରତ ଏହି ସିରିଜ ଖେଳିବା ଉଚିତ୍‌ ନୁହେଁ।
ୱାସିମ ଆକ୍ରମ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ବିଭିନ୍ନ ସ୍ଥାନକୁ ଯିବେ। ବିଶ୍ୱକପ ପାଇଁ ଶକ୍ତି ସଞ୍ଚୟ କରିବା ଉଚିତ୍‌। ମୁଁ ଜାଣେ ନାହିଁ ସେମାନେ କାହିଁକି ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛନ୍ତି। ମେଗା ଟୁର୍ନାମେଣ୍ଟ ସହିତ ଖେଳାଳିଙ୍କୁ କ୍ଳାନ୍ତ କରିବା ଉଚିତ୍‌ ନୁହେଁ। ଏସବୁ ଧ୍ୟାନ ନ ଦେଲେ ବିଶ୍ୱକପ୍‌ରେ ଏହାର ପରିଣାମ ଭୋଗିବାକୁ ପଡିବ।
୧୭ ସେପ୍ଟେମ୍ବରରେ ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛ। ଅଧିନାୟକ ପ୍ୟାଟ କମିନ୍ସଙ୍କ ବ୍ୟତୀତ ଏହା ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ପ୍ରତ୍ୟାବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?