ଯାତ୍ରାରୁ ସନ୍ୟାସ ନେବା ପୂର୍ବରୁ ମାଲିକ ସଂଘର ଶକ୍ତ ଚାପୁଡ଼ା: ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍‌

ଭୁବନେଶ୍ୱର,୪।୪: କଳାକାର ମହାସଂଘକୁ ମାଲିକ ସଂଘର ଶକ୍ତ ଚାପୁଡ଼ା। ଆଗକୁ ଯାତ୍ରା ପାର୍ଟିରେ କାମ କରିପାରିବେନି ଅଭିନେତା ନରି ପଣ୍ଡା । ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ ଏବେ ନୂଆ ମୋଡ଼ ନେଇଛି। ହାସ୍ୟ ଅଭିନେତା ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍‌ କରାଯାଇଛି।

ସୂଚନାଯୋଗ୍ୟ, ନରି ପଣ୍ଡାଙ୍କୁ ମାଡ ଘଟଣାରେ ସେ ଥାନାରେ ଏତଲା ଦେଇଥିଲେ। ସେ କହିଥିଲେ କୌଣସି ପରିସ୍ଥିତିରେ ମାଡ ପରେ ତୁଳସୀରେ କାମ କରିବେ ନାହିଁ । ତେବେ ଜୀବନର ସୁରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନାକୁ ନ ଯାଇ ଅନଲାଇନରେ ଏତଲା ଦେଇଥିଲେ । ସେ କଳାକାର ମହସଂଘ ଓ ବରିଷ୍ଠ କଳାକାରଙ୍କ ସହ କଥା ହେବା ପରେ ଆଇନର ଆଶ୍ରୟ ନେଇଥିଲେ । ସେ ଏହା ମଧ୍ୟ କହିଥିଲେ ନ୍ୟାୟ ନ ମିଳିଲେ ଯାତ୍ରାରୁ ସନ୍ୟାସ ନେବି।

ତୁଳସୀ ପାର୍ଟିର ମାଲିକ ଓ ତାଙ୍କ ସହଯୋଗୀ ମାନେ ମୋତେ ଧମକ ଦେଉଛନ୍ତି। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କୁ ମଧ୍ୟ ଅବଗତ କରିଛନ୍ତି। ତେବେ ଅନ୍ୟ ଯାତ୍ରା ପାର୍ଟିରୁ ଅଧିକ ଟଙ୍କା ନେବା ଘଟଣାକୁ ନେଇ ନରି ପଣ୍ଡା କହିଛନ୍ତି ଯେ ତୁଳସୀ ମାଲିକ ପ୍ରମାଣ ଦିଅନ୍ତୁ । ଯଦି ମୁଁ ଅନ୍ୟ କେଉଁ ଯାତ୍ରା ପାର୍ଟି ସହ ଚୁକ୍ତି କରିଥିବି ତାହା ହେଲେ ୩ ବର୍ଷ ପାଇଁ ତୁଳସୀ ପାର୍ଟିରେ ବିନା ପାରିଶ୍ରମିକରେ ଅଭିନୟ କରିବି । କିନ୍ତୁ ଯଦି ନ୍ୟାୟ ନ ମିଳେ ତାହା ହେଲେ ସେ ଯାତ୍ରା ଜଗତରୁ ସନ୍ନ୍ୟାସ ନେବା ସହ ମଞ୍ଚରୁ ବିଦାୟ ନେବି। ଯେଉଁ ସମୟରେ ସେ ତୁଳସୀ ମାଲିକଙ୍କୁ ଭେଟିଥିଲେ ସେହି ସମୟର ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ, ନ ହେଲେ ସାଧାରଣ ଲୋକେ ସତ ଜାଣି ପାରିବେ ନାହିଁ । ତେବେ ନରିଙ୍କ ଅନଲାଇନ ଅଭିଯୋଗ ଉପରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ।

ସେ ତୁଳସୀ ଗଣନାଟ୍ୟରେ ରହିବେ ନାହିଁ। ସେଥିପାଇଁ ସେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ ମାଲିକଙ୍କ ପାଖକୁ ଆସିଥିବା ସମୟରେ ତାଙ୍କୁ ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ନରି ପଣ୍ଡା। ନରି ପଣ୍ଡାଙ୍କ ଅଭିଯୋଗ ସମ୍ପୂର୍ଣ ଭିତ୍ତିହିନ ବୋଲି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଥିଲେ। ସେ ୧୬ ଲକ୍ଷ ଟଙ୍କା ପାଇଁ ଏଗ୍ରିମେଣ୍ଟ ହୋଇଥିଲେ।୧୦ ଲକ୍ଷ ଟଙ୍କା ନେଇଥିଲେ। ଅନ୍ୟ ଯାତ୍ରା ପାର୍ଟିରୁ ଅଧିକ ଟଙ୍କା ପାଇବା ଆଶାରେ ସେ ଏହିଭଳି ନାଟକ କରୁଛନ୍ତି। ସେ ତାଙ୍କ ପତ୍ନୀଙ୍କୁ କୌଣସି ଖରାପ ବ୍ୟବହାର କରି ନାହାନ୍ତି। ସେଦିନ ସେ ଟଙ୍କା ଫେରାଇବା ପାଇଁ ଆସିଥିବା ବେଳେ ମାଡ ମାରିଥିବା କଥାକୁ ଖଣ୍ଡନ କରିଥିଲେ ତୁଳସୀ ଗଣନାଟ୍ୟର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri