Posted inଜାତୀୟ

ସିଡିଏସ୍‌ ଦୌଡ଼ରେ ନରାଓ୍ବଣେ, ମନୋଜ ନୂଆ ସେନାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୪।୪ : ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଆକସ୍ମିକ ମୃତ୍ୟୁପରେ ସିଡିଏସ୍‌ ପଦବୀ ଖାଲି ପଡିଛି। ଚଳିତ ମାସରେ ଅବସର ନେବାକୁ ଯାଉଥିବା ଏହି ପଦବୀ ପାଇଁ ଆର୍ମି ଚିଫ ଏମ୍‌.ଏମ୍‌ ନରାଓ୍ବଣେଙ୍କ ନାମକୁ ନେଇ ଆଲୋଚନା କରାଯାଛି।

ନରାଓ୍ବଣେ ଅବସର ନେବା ପୂର୍ବରୁ ସିଡିଏସ ଭାବେ ନିଯୁକ୍ତି ପାଇବାର ସମ୍ଭାବନା ଅଛି। ଡେପୁଟି ଆର୍ମି ଚିଫ ଲ୍ୟୁଟନାଟ୍‌ ଜେନେରାଲ ମନୋଜ ପାଣ୍ଡେଙ୍କୁ ନରାଓ୍ବଣେଙ୍କ ସ୍ଥାନରେ ନୂତନ ସେନା ପ୍ରମୁଖ କରାଯିବା ନେଇ ଚର୍ଚ୍ଚା ଜାରି ରହିଛି। ଯଦି ଯଦି ଚଳିତ ମାସରେ ସିଡିଏସ୍‌ ନିଯୁକ୍ତ ନ ହୁଅନ୍ତି , ତେବେ ଏହି ପଦଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ରହିବାର ସମ୍ଭାବନା ରହିଛି।

ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ନରାଓ୍ବଣେ ୩୦ ଏପ୍ରିଲରେ ଅବସର ନେଉଛନ୍ତି। ଅବସର ନେବା ପୂର୍ବରୁ ତାଙ୍କୁ ସିଡିଏସ ଭାବରେ ନିଯୁକ୍ତ କରାଯାଇପାରେ ବୋଲି ଏକ ସମ୍ଭାବନା ରହିଛି। ତେବେ ସେନା ଉପାଧ୍ୟକ୍ଷ ଲୂ୍ୟଟନାଟ୍‌ ଜେନେରାଲ ମନୋଜ ପାଣ୍ଡେ ନୂତନ ସେନା ମୁଖ୍ୟ ହେବା ନିଶ୍ଚିତ।

ଫେବୃଆରୀରେ ତାଙ୍କୁ ଡେପୁଟି ସେନା ମୁଖ୍ୟ କରାଯାଇଥିଲା। ଏହାପୂର୍ବରୁ ସେ ଇଷ୍ଟର୍ନ କମାଣ୍ଡର ନେତୃତ୍ୱ ନେଉଥିଲେ। ସେ ବରିଷ୍ଠତାର ଶୀର୍ଷରେ ଥିବାରୁ ତାଙ୍କୁ ସେନାବାହିନୀର ମୁଖ୍ୟ ଭାବରେ ନିଯୁକ୍ତି ମିଳିବାର ସର୍ବାଧିକ ସମ୍ଭାବନା ରହିଛି।

ମନୋଜ ପାଣ୍ଡେ ସେନା ମୁଖ୍ୟ ହେବା ପରେ ଜେନେରାଲ ନରାଓ୍ବଣେଙ୍କୁ ନୂତନ ସିଡିଏସ୍‌ ଭାବରେ ନିଯୁକ୍ତ କରାଯାଇପାରେ। କାର୍ଯ୍ୟକାଳ ଶେଷ ହେବା ପରେ ସେନା ମୁଖ୍ୟଙ୍କୁ ଏହା ଉପରେ ନିଯୁକ୍ତ କରାଯିବା ନେଇ ଚର୍ଚ୍ଚା ହେଉଛି। ବିପିନ ରାଓ୍ବତଙ୍କ ମୃତ୍ୟୁ ପରେ ଡିସେମ୍ବରଠାରୁ ୪ ମାସ ଧରି ଏହି ପଦବୀ ଖାଲି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଷା ନେଇଯାଇଥିଲା ୫ ଲକ୍ଷ ଟଙ୍କାର ସୁନା: ଜଣାପଡିବା ପରେ…

ମୁମ୍ବାଇ,୧୭।୬: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏକ ମୂଷା ଗାତରୁ ହଜିଯାଇଥିବା ସୁନା ଅଳଙ୍କାରରେ ପରିପୂର୍ଣ୍ଣ ବ୍ୟାଗ ଉଦ୍ଧାର...

ମଦ ଉପରୁ କଟକଣା ହଟାଇବାକୁ ଦାବି

ପାଟଣା,୧୬।୧: ବିହାରରେ ବିଷାକ୍ତ ମଦ କାରଣରୁ ଶନିବାର ନାଳନ୍ଦା ଜିଲାରେ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଭାଜପା ଓ ଜନତା ଦଳର ମେଣ୍ଟ ସରକାରକୁ...

ଟ୍ରେନରେ ବଢୁଛି ଯାତ୍ରୀଙ୍କ ସାମଗ୍ରୀ ଚୋରି ୧୦ ବର୍ଷରେ ୧.୭୧ ଲକ୍ଷ ମାମଲା ଦାଏର

ନୂଆଦିଲ୍ଲୀ,୨୯-୪: ଟ୍ରେନରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ପିଏଫ୍‌ ଓ ଜିଆର୍‌ପି ଥାଇ ମଧ୍ୟ ଚୋରି ସଂଖ୍ୟା ବଢ଼ିବା ଚିନ୍ତାର...

କରୋନାକୁ ନେଇ କେନ୍ଦ୍ର ପ୍ରସ୍ତୁତ, ଉତ୍ସବ ସମୟରେ ରାଜ୍ୟ ପ୍ରସ୍ତୁତ ରହିବାକୁ କେନ୍ଦ୍ରର ପରାମର୍ଶ, ବିମାନ ବନ୍ଦରରେ ଆରଟି-ପିସିଆର ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କରୋନା ମହାମାରୀ ପୁଣିଥରେ ଅଣାୟତ୍ତ ହେବା ପରେ ଏବେ ଏହା ସାରା ବିଶ୍ୱର ଚିନ୍ତାକ ବଢାଇ ଦେଇଛି । ଚାଇନ ସହ...

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିମାନ

ଅମରାବତୀ,୩୦।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଯାଉଥିବା ଏକ ସ୍ବତନ୍ତ୍ର ବିମାନ ସୋମବାର ଗାନ୍ନାଭରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉଡାଣର କିଛି...

ଲକ୍‌ଡାଉନ୍‌ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ

ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ...

ମହାକାଶରେ ରୋବୋ ପରୀକ୍ଷଣ : ସ୍ପେସ୍‌ ଷ୍ଟେଶନ୍‌ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ

ଓ୍ବାଶିଂଟନ୍‌,୨୦।୫(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ମହାକାଶରେ ରୋବୋର ହାର୍ଡଓ୍ବେର ଟେଷ୍ଟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନିକଟ ଭବିଷ୍ୟତରେ ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ଷ୍ଟେଶନ୍‌...

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜଙ୍କ ସାଥିଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭ ।୧୧: ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା କଥା ବାରମ୍ବାର ମିଛ କହି ଆସୁଥିବା ବେଳେ ଏବେ ଏହାର ଆଉ ଏକ ପ୍ରମାଣ ମିଳିଛି...

Advertisement
Archives

Model This Week