Odisha Elections 2024

ବକୁଳରେ ଉନ୍ମୋଚନ ହେବ ନନ୍ଦିନୀଙ୍କ ଜୀବନୀ

ଭୁବନେଶ୍ୱର,୧୦ା୫(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପ୍ରଥମ ଏବଂ ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ଜୀବନୀ (ବାୟୋଗ୍ରାଫି) ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ ମେ’ ୧୧ ତାରିଖରେ ସତ୍ୟନଗରସ୍ଥିତ ବକୁଳ ଲାଇବ୍ରେରିରେ ଉନ୍ମୋଚନ ହେବ। ବିଶିଷ୍ଟ ସାମ୍ବାଦିକା ପଲ୍ଲବୀ ରେବପ୍ରଗଡ଼ା ଏହି ପୁସ୍ତକର ଲେଖିକା ହୋଇଥିବାବେଳେ ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥା ସାଇମନ ଆଣ୍ଡ୍‌ ଷ୍କସ୍ଟର ଏହାକୁ ପ୍ରକାଶ କରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ନନ୍ଦିନୀଙ୍କ ଘନିଷ୍ଠତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ଜରୁରିକାଳୀନ ପରିସ୍ଥିତି(ଏମରଜେନ୍ସି) ଲାଗୁକୁ ବିରୋଧ ଏବଂ ବିଶେଷକରି ନନ୍ଦିନୀଙ୍କ ମର୍ଯ୍ୟାଦାପୂର୍ଣ୍ଣ ଜୀବନଶୈଳୀ ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ କରାଯାଇଛି। ଜଣେ ଓଡ଼ିଆଙ୍କ ଉପରେ କୌଣସି ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ଦ୍ୱାରା ବାୟୋଗ୍ରାଫି ପ୍ରକାଶ ପାଇବା ବୋଧହୁଏ ଏହା ପ୍ରଥମ। ନନ୍ଦିନୀ କିମ୍ବା ତାଙ୍କ ପରିବାର ସହିତ କୌଣସି ବ୍ୟକ୍ତିଗତ ସମ୍ପର୍କ ନ ଥିବା ଜଣେ ଲେଖିକାଙ୍କ ଦ୍ୱାରା ଏହି ବାୟୋଗ୍ରାଫି ଲେଖାଯାଇଛି। ଲେଖିକା ପଲ୍ଲବୀ ଏକାଧିକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ପଲ୍ଲବୀ ପୁସ୍ତକ ଉନ୍ମୋଚନ ଅବସରରେ ଉପସ୍ଥିତ ରହି ନନ୍ଦିନୀଙ୍କ ଜୀବନୀ ଲେଖିବା ପାଇଁ ସେ କିପରି ଆଗ୍ରହୀ ହେଲେ ଏବଂ ନନ୍ଦିନୀଙ୍କ ସମ୍ପର୍କରେ ସମସ୍ତେ ଜାଣିବା ଆବଶ୍ୟକ ବୋଲି କାହିଁକି ଅନୁଭବ କଲେ ସେନେଇ ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ କୁମାର ମହାପାତ୍ରଙ୍କ ସହ ଆଲୋଚନା କରିବେ। ଏଥିସହିତ ସେ ପୁସ୍ତକ ମଧ୍ୟରୁ କେତେକ ମୁଖ୍ୟାଂଶ ପଠନ କରିବା ସହିତ ଦର୍ଶକମାନଙ୍କ ସହିତ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଜିତ୍‌ ମହାପାତ୍ରଙ୍କ କହିବା ହେଲା ନନ୍ଦିନୀ ଶତପଥୀଙ୍କ ଉପରେ ଏତେ ସୁନ୍ଦର ଜୀବନୀ ଲେଖା ହେବା ଜାଣି ସେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି। ନନ୍ଦିନୀଙ୍କ ଉପରେ ସେ ବହୁତ୍‌ କମ୍‌ ଜାଣିଥିଲେ। ହେଲେ ତାଙ୍କ ବାୟୋଗ୍ରାଫିରେ ଏତେ ଅଜଣା ତଥ୍ୟ ପ୍ରକାଶ ପାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହାପାତ୍ର ଆହୁରି କହିଛନ୍ତି, ତାଙ୍କ ବକୁଳ ଲାଇବ୍ରେରୀରେ ରାଜନୈତିକ ବାୟୋଗ୍ରାଫି ଉପରେ ବହୁ ପୁସ୍ତକ ରହିଛି, ହେଲେ ଓଡ଼ିଶାର ଜଣେ ନେତ୍ରୀଙ୍କ ଉପରେ ରଚୟିତ ଏହି ପୁସ୍ତକ ସବୁଠାରୁ ଭଲ ବାୟୋଗ୍ରାଫି ହେବ ବୋଲି ସେ ଭାବୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭକ୍ତ ଜଗନ୍ନାଥ: ସମ୍ବିତ ପାତ୍ରଙ୍କ ବୟାନକୁ ନିନ୍ଦା କଲେ ନବୀନ, ଟୁଇଟ୍‌ କରି କହିଲେ ଏମିତି…

ଭୁବନେଶ୍ୱର,୨୦।୫: ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଓଡ଼ିଶାରେ ଜଣେ ମାଫିଆ ଅଛନ୍ତି, କାହାକୁ ଏମିତି ମାଫିଆ କହିଲେ ମୋଦି, ଜାଣନ୍ତୁ…

ଅନୁଗୋଳ,୨୦।୫: ଅନୁଗୋଳରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଓଡ଼ିଶାର ଗରିବୀ ଦେଖିଲେ ମୋ ଛାତିରେ ବହୁତ କଷ୍ଟ ହେଉଛି। ସମୃଦ୍ଧ ଓ...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୫: ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri