‘ମହିଳା ସଶକ୍ତୀକରଣର ପ୍ରଥମ ମାର୍ଗଦର୍ଶୀ ନନ୍ଦିନୀ ଦେବୀ’

ଢେଙ୍କାନାଳ ଅଫିସ, ୧୦।୬: ନନ୍ଦିନୀ ଦେବୀ ନାରୀଶକ୍ତି ଓ ନାରୀ ସ୍ବାଭିମାନର ପ୍ରତୀକ ଥିଲେ। ସେ ଓଡ଼ିଶାରେ ପ୍ରଥମେ ଯୌତୁକ ନିରୋଧୀ ଆଇନ ପ୍ରଣୟନ କରିଥିଲେ। ହାଇସ୍କୁଲସ୍ତରରେ ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ବୁକ୍‌ ବ୍ୟାଙ୍କ ବ୍ୟବସ୍ଥା ପ୍ରଚଳନ କରିଥିଲେ। ମହିଳା ସଶକ୍ତୀକରଣ କ୍ଷେତ୍ରରେ ପ୍ରଥମ ମାର୍ଗଦର୍ଶୀ ଥିଲେ। ଭୁବନେଶ୍ୱରରେ ଷ୍ଟାଡିୟମ୍‌ ନ ଥିବା ବେଳେ ଢେଙ୍କାନାଳ, ବାରିପଦା, ବଲାଙ୍ଗୀରରେ ତାଙ୍କ ସମୟରେ ପିଲାଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଜିଲାସ୍ତରରେ ଷ୍ଟାଡିୟମ୍‌ ନିର୍ମାଣ କରାଯାଇଥିଲା। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ପଶ୍ଚିମ ଓଡ଼ିଶାରେ ୧୯୭୨ରୁ ୧୯୭୬ ମଧ୍ୟରେ ଜଳସେଚନର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ସ୍ବଳ୍ପ ଚିନ୍ତାରେ ବିକାଶମୂଳକ କାର୍ଯ୍ୟ କରିପାରିଲେ ସାମାଜିକ ପରିବର୍ତ୍ତନ ସମ୍ଭବ। ନନ୍ଦିନୀ ଦେବୀ ଏଥିରେ ବିଶ୍ୱାସ କରୁଥିଲେ ବୋଲି କହିଛନ୍ତି ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ। ଢେଙ୍କାନାଳ କଣ୍ଟାନାଳୀ ବାଇପାସ୍‌ରେ ଅକ୍ଷମ କଲ୍ୟାଣ ସମିତି ପରିଚାଳିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ ଉପଲକ୍ଷେ ଶୁକ୍ରବାର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଅଭିଭାଷଣରେ ସେ ଏହା କହିଛନ୍ତି।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦ୍ୟୁମ୍ନ ରଥ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ, ଢେଙ୍କାନାଳରେ କଳିଙ୍ଗ ସମବାୟ ସୂତାକଳ, ସଦର ମହକୁମାରେ ଷ୍ଟାଡିୟମ, ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ନନ୍ଦିନୀ ଦେବୀଙ୍କ ନିଜସ୍ବ ଅବଦାନ ଥିଲା। ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନପୂର୍ବକ ଢେଙ୍କାନାଳ ମହିଳା ମହାବିଦ୍ୟାଳୟକୁ ନନ୍ଦିନୀ ଦେବୀ ମହିଳା ମହାବିଦ୍ୟାଳୟରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ଜିଲା କାରାଗାର ଅଧୀକ୍ଷକ ପ୍ରସନ୍ନ କୁମାର ସାହୁ, ବିଶିଷ୍ଟ ସାମାଜିକ କର୍ମୀ ରାଜୀବ ଲୋଚନ ସିଂଦେଓ ପ୍ରମୁଖ ନନ୍ଦିନୀ ଦେବୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ସମ୍ପାଦକ ବିଶ୍ୱନାଥ ବେହେରା ବିବରଣୀ ପାଠ କରିଥିଲେ। ଉପସଭାନେତ୍ରୀ ପୂର୍ଣ୍ଣିମାଚାନ୍ଦ ସାହୁ, କାଉନସିଲର ସୂର୍ଯ୍ୟପ୍ରତାପ ରାଉତ ମଞ୍ଚାସୀନ ଥିଲେ। ଦୃଷ୍ଟିବାଧିତ ଶିକ୍ଷକ ରତ୍ନାକର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଛାତ୍ରମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶ୍ରବଣବାଧିତ ଛାତ୍ରୀଛାତ୍ରଙ୍କୁ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ଶ୍ରବଣଯନ୍ତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ପାଣିଗ୍ରାହୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। କୋଷାଧ୍ୟକ୍ଷ ମଳୟ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri