‘ମହିଳା ସଶକ୍ତୀକରଣର ପ୍ରଥମ ମାର୍ଗଦର୍ଶୀ ନନ୍ଦିନୀ ଦେବୀ’

ଢେଙ୍କାନାଳ ଅଫିସ, ୧୦।୬: ନନ୍ଦିନୀ ଦେବୀ ନାରୀଶକ୍ତି ଓ ନାରୀ ସ୍ବାଭିମାନର ପ୍ରତୀକ ଥିଲେ। ସେ ଓଡ଼ିଶାରେ ପ୍ରଥମେ ଯୌତୁକ ନିରୋଧୀ ଆଇନ ପ୍ରଣୟନ କରିଥିଲେ। ହାଇସ୍କୁଲସ୍ତରରେ ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ବୁକ୍‌ ବ୍ୟାଙ୍କ ବ୍ୟବସ୍ଥା ପ୍ରଚଳନ କରିଥିଲେ। ମହିଳା ସଶକ୍ତୀକରଣ କ୍ଷେତ୍ରରେ ପ୍ରଥମ ମାର୍ଗଦର୍ଶୀ ଥିଲେ। ଭୁବନେଶ୍ୱରରେ ଷ୍ଟାଡିୟମ୍‌ ନ ଥିବା ବେଳେ ଢେଙ୍କାନାଳ, ବାରିପଦା, ବଲାଙ୍ଗୀରରେ ତାଙ୍କ ସମୟରେ ପିଲାଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଜିଲାସ୍ତରରେ ଷ୍ଟାଡିୟମ୍‌ ନିର୍ମାଣ କରାଯାଇଥିଲା। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ପଶ୍ଚିମ ଓଡ଼ିଶାରେ ୧୯୭୨ରୁ ୧୯୭୬ ମଧ୍ୟରେ ଜଳସେଚନର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ସ୍ବଳ୍ପ ଚିନ୍ତାରେ ବିକାଶମୂଳକ କାର୍ଯ୍ୟ କରିପାରିଲେ ସାମାଜିକ ପରିବର୍ତ୍ତନ ସମ୍ଭବ। ନନ୍ଦିନୀ ଦେବୀ ଏଥିରେ ବିଶ୍ୱାସ କରୁଥିଲେ ବୋଲି କହିଛନ୍ତି ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ। ଢେଙ୍କାନାଳ କଣ୍ଟାନାଳୀ ବାଇପାସ୍‌ରେ ଅକ୍ଷମ କଲ୍ୟାଣ ସମିତି ପରିଚାଳିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ ଉପଲକ୍ଷେ ଶୁକ୍ରବାର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଅଭିଭାଷଣରେ ସେ ଏହା କହିଛନ୍ତି।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦ୍ୟୁମ୍ନ ରଥ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ, ଢେଙ୍କାନାଳରେ କଳିଙ୍ଗ ସମବାୟ ସୂତାକଳ, ସଦର ମହକୁମାରେ ଷ୍ଟାଡିୟମ, ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ନନ୍ଦିନୀ ଦେବୀଙ୍କ ନିଜସ୍ବ ଅବଦାନ ଥିଲା। ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନପୂର୍ବକ ଢେଙ୍କାନାଳ ମହିଳା ମହାବିଦ୍ୟାଳୟକୁ ନନ୍ଦିନୀ ଦେବୀ ମହିଳା ମହାବିଦ୍ୟାଳୟରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ଜିଲା କାରାଗାର ଅଧୀକ୍ଷକ ପ୍ରସନ୍ନ କୁମାର ସାହୁ, ବିଶିଷ୍ଟ ସାମାଜିକ କର୍ମୀ ରାଜୀବ ଲୋଚନ ସିଂଦେଓ ପ୍ରମୁଖ ନନ୍ଦିନୀ ଦେବୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ସମ୍ପାଦକ ବିଶ୍ୱନାଥ ବେହେରା ବିବରଣୀ ପାଠ କରିଥିଲେ। ଉପସଭାନେତ୍ରୀ ପୂର୍ଣ୍ଣିମାଚାନ୍ଦ ସାହୁ, କାଉନସିଲର ସୂର୍ଯ୍ୟପ୍ରତାପ ରାଉତ ମଞ୍ଚାସୀନ ଥିଲେ। ଦୃଷ୍ଟିବାଧିତ ଶିକ୍ଷକ ରତ୍ନାକର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଛାତ୍ରମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶ୍ରବଣବାଧିତ ଛାତ୍ରୀଛାତ୍ରଙ୍କୁ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ଶ୍ରବଣଯନ୍ତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ପାଣିଗ୍ରାହୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। କୋଷାଧ୍ୟକ୍ଷ ମଳୟ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri