Odisha Elections 2024

ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ବାଲ୍‌ ପୁରସ୍କାର ବିଜେତାଙ୍କ ନାମ

ଭୁବନେଶ୍ୱର,୨୧।୬(ଶର୍ମିଷ୍ଠା ପାଣିଗ୍ରାହୀ): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦିଆଯାଉଥିବା ବାଲ୍‌ ପୁରସ୍କାର ବିଜେତାଙ୍କ ନାମ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ପୁରସ୍କାର ଘୋଷଣା ହେବା ପୂର୍ବରୁ ଏହା କିପରି ପ୍ରଘଟ ହେଲା ତାହା ସାହିତି୍ୟକ ଓ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନାର ବିଷୟ ହୋଇଛି। ଓଡ଼ିଶାରୁ ଡ. ସୁନାମଣି ରାଉତ ଚଳିତ ବର୍ଷର ଏହି ପୁରସ୍କାର ପାଉଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ପୋଷ୍ଟରେ ଚଳିତ ବର୍ଷର ଜୁରୀ ସଦସ୍ୟ ଭାବେ ଭୂପେନ ମହାପାତ୍ର ଓ ମହେଶ୍ୱର ମହାନ୍ତି ରହିଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ବିଧିବଦ୍ଧ ସୂଚନା ନ ଆସିବା ଆଗରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ହେବା ନେଇ ଅନେକ ସାହିତି୍ୟକ ପ୍ରଶ୍ନ କରିଛନ୍ତି। ଏ ନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ କହିଛନ୍ତି, ମୁଁ ଏ ଘଟଣା ବିଷୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବଙ୍କୁ ଚିଠି ଲେଖିଛି। ଏଥିସହ ଓଡ଼ିଆ ଭାଷା ପରମର୍ଶଦାତା ବୋର୍ଡର ଆବାହକଙ୍କୁ ମଧ୍ୟ ଅବଗତ କରାଇଛି। ଆନୁଷ୍ଠାନିକ ଭାବେ ପୁରସ୍କାର ଘୋଷଣା ହେବା ପୂର୍ବରୁ ଓଡ଼ିଆ ଭାଷାରେ ବାଲ୍‌ ପୁରସ୍କାର ଏବଂ ଜୁରି ସଦସ୍ୟଙ୍କ ନାମ ସାମାଜିକ ଗଣମାଧ୍ୟମରେ ପ୍ରଘଟ ଗ୍ରହଣୀୟ ନୁହେଁ। ଯଦି ଫେସ୍‌ବୁକରେ କରାଯାଇଥିବା ପୋଷ୍ଟ ସତ ହୁଏ, ଏହାକୁ ବାତିଲ କରିବା ଏକାଡେମୀ ପାଇଁ ସମ୍ମାନଜନକ ହେବ। ଏହି ବିଷୟଟି ଅତ୍ୟନ୍ତ ଗମ୍ଭୀର। ଜରୁରୀ କାର୍ଯ୍ୟାନୁଷ୍ଠାନ ସହ ଏକାଡେମୀର ପ୍ରତିଷ୍ଠା ବଜାୟ ରଖି ଉପଯୁକ୍ତ ପଦକ୍ଷେପ ନିଆଯାଉ। ଭବିଷ୍ୟତରେ ଏକାଡେମୀ ଦ୍ୱାରା ପରିଚାଳିତ ପୁରସ୍କାର ଚୟନ ପାଇଁ ଜୁରି ଭାବରେ କାର୍ଯ୍ୟ କରିବାକୁ ମୁଁ ଇଚ୍ଛୁକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ

କଟକ,୧୭।୫: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି...

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ଦେଖିବାକୁ ଭୁବନେଶ୍ୱରରେ ଜନସମୁଦ୍ର

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

ଅତୀତକୁ ବଦଳାଇପାରିବି ନାହିଁ, ଭବିଷ୍ୟତ ତିଆରି କରିପାରିବି: ସଂତୃପ୍ତ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଲୋକ ସଭା ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୪ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି କଟକ ସଂସଦୀୟ ଆସନର...

ଭୁବନେଶ୍ୱରରୁ ପ୍ରଚାର ଆରମ୍ଭ କରିବେ ହେମାମାଳିନୀ

ଭୁବନେଶ୍ୱର,୧୭।୫(ଅନୁରାଧା ମହାରଣା): ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ମୁହାଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନେତୃବୃନ୍ଦ। ଏମ୍‌ପି ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri