Odisha Elections 2024

ଦେଢ଼ବର୍ଷ ପରେ ଲୋକଙ୍କୁ ଗଲା ପିଏମ୍‌ଏଓ୍ବାଇ କାର୍ଯ୍ୟାଦେଶ

ଭୁବନେଶ୍ବର, ୨୧।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପୁଣି ଥରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ପ୍ରାୟ ଦେଢ଼ବର୍ଷ ହେବ ରାଜ୍ୟରେ ବନ୍ଦ ଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଥିଲା। ହେଲେ ସୋମବାରଠାରୁ ରାଜ୍ୟରେ ଥିବା ମୋଟ୍‌ ୯ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଅନେକ ଜଣଙ୍କୁ ଗତ ସୋମବାରଠାରୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ତେବେ ଏହି ଯୋଜନାରେ ପ୍ରଥମ ଥର ଲାଗି ଅନ୍‌ଲାଇନ ଜରିଆରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ତେବେ ପାହାଡିଆ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସମତଳ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ଲକ୍ଷେ ୨୦ ହଜାର ମିଳିବ। ପାହାଡିଆ ଅଞ୍ଚଳର ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତିରେ ୬୫ହଜାର ଏବଂ ଗୃହନିର୍ମାଣ ଶେଷ ସହିତ ଶୌଚାଳୟ ନିର୍ମାଣ, ହିତାଧିକାରୀ ସେହି ନୂଆ ଘରେ ରହିବା ଆରମ୍ଭ କରିବା ପରେ ବାକି ୩ୟ କିସ୍ତି ୨୫ ହଜାର ଟଙ୍କା ମିଳିବ। ଏଭଳି ଭାବେ ମୋଟ ୧.୩୦ଲକ୍ଷ ଟଙ୍କା ପିଏମ୍‌ ଆବାସ ଯୋଜନାରେ ମିଳିବ। ଅନ୍ୟପଟେ ସମତଳ ଅଞ୍ଚଳ ଲାଗି ପ୍ରଥମ କିସ୍ତିରେ ୪୦ ହଜାର, ଦ୍ୱିତୀୟ କିସ୍ତିରେ ୬୫ ଏଭଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଦିଆଯିବ। ତେବେ ସୂଚନା ମୁତାବକ ଯେଉଁ ହିତାଧିକାରୀମାନଙ୍କ ତାଲିକାରେ ନାଁ ଅଛି ସେମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଥିବା ଜଣେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଯେଉଁମାନେ ପ୍ରକୃତ ହିତାଧିକାରୀ ଏବଂ ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଏପରି ମୋଟ ୯ ଲକ୍ଷ ଲୋକଙ୍କୁ ମିଳିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଗ୍ରାମାଞ୍ଚଳ ଓ ବ୍ଲକସ୍ତରରେ ପିଏମ୍‌ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନଠାରୁ ଆରମ୍ଭକରି ବିଲ୍‌ ପ୍ରଦାନ ଆଦି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିବା ତଥା କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ଅନ୍‌ଲାଇନରେ ପିଏମ୍‌ ଆବାସ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଗତ ମେ’ ୩୦ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲାପାଳ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ଓ ବିଡିଓଙ୍କୁ ଚିଠି ଲେଖି ପିଏମ୍‌ ଆବାସ(ଗ୍ରାମୀଣ) ଘରର କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ଅନ୍‌ଲାଇନରେ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ। ରାଜ୍ୟର ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଛାତଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ)ରେ କେନ୍ଦ୍ର ସରକାର ୨୦୨୩ ଜାନୁୟାରରେ ମୋଟ ୯ଲକ୍ଷ ୫୯ହଜାର ୫୧୮ଟି ଘର ମଞ୍ଜୁର କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଲିଙ୍କ୍‌ ପଠାଯିବ ଯେଉଁଥିରେ ତାଙ୍କର କାର୍ଯ୍ୟାଦେଶ ମିଳିପାରୁଛି। ଏହାବ୍ୟତୀତ ହିତାଧିକାରୀ ଚାହିଁଲେ ରାଜ୍ୟ ସରକାରଙ୍କ ଗ୍ର୍ରାମାଞ୍ଚଳ ଗୃହନିର୍ମାଣ ପୋର୍ଟାଲକୁ ଯାଇ ନିଜର ପଞ୍ଜୀକୃତ ମୋବାଇଲ ନମ୍ବର ଓ ଆଧାର ନମ୍ବର ମାଧ୍ୟମରେ ଏହି କାର୍ଯ୍ୟାଦେଶ କାଢ଼ିପାରିବେ। ଉକ୍ତ କାର୍ଯ୍ୟାଦେଶରେ ଉଲ୍ଲେଖ କରାଯାଇଛି ହିତାଧିକାରୀ ନିଜର କାର୍ଯ୍ୟାଦେଶ ପାଇବାର ବର୍ଷକ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବା ଆବଶ୍ୟକ। ଧାର୍ଯ୍ୟ ସମୟସୀମା ମଧ୍ୟରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ଦିଆଯାଇଥିବା କାର୍ଯ୍ୟାଦେଶକୁ ରଦ୍ଦ କରାଯିବ ଓ ପ୍ରଦାନ କରାଯାଇଥିବା ଅର୍ଥରାଶି ଆଦାୟ ନିମନ୍ତେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୬.୫୧ଲକ୍ଷ ଘର ମଞ୍ଜୁର କରିସାରିଥିବାବେଳେ ୧୭.୧୪ଲକ୍ଷ ଗୃହ ନିର୍ମାଣ ଶେଷ ହୋଇସାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୧୩ ଲକ୍ଷ ୭୮ ହଜାର ୨୪୯ ଜଣ ହିତାଧିକାରୀ ଘର ପାଇବା ନିମନ୍ତେ ଆବେଦନ କରିଥିଲେ। ମାତ୍ର ଯାଞ୍ଚ ପରେ ସରକାର ୩ ଲକ୍ଷ ୨୧ ହଜାର ୬୧୦ ଜଣ ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ୍‌ ଦେଇଥିଲେ। ପରେ ସେଥିରୁ ୯ଲକ୍ଷ ୫୯ହଜାର ୫୧୮ଜଣଙ୍କୁ ଚିହ୍ନଟକରି ସେମାନଙ୍କୁ ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ଜାଣିନି, କେବଳ କାମ କରିବା ଜାଣିଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ୧୭।୫ (ବନ୍ଦନା ସେଠୀ) – ମୁଖ୍ୟମନ୍ତ୍ରୀ ସାଲିଆସାହିବାସୀଙ୍କ ଭଲ ଚାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କ କଥା ଆଗ ଚିନ୍ତା କରନ୍ତି। ଅନ୍ୟ ରାଜନୈତିକ...

ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି

ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି,...

୨୦-୨୧ରେ ହିଟ୍‌ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ଅସହ୍ୟ ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ଅନୁଭବଙ୍କ ବଡ଼ ବୟାନ, ମୁଣ୍ଡ ବିକିନି…

ଭୁବନେଶ୍ୱର,୧୭।୫: ଅନୁଭବ ମହାନ୍ତି କରିଛନ୍ତି ପ୍ରେସମିଟ । ଯେଉଁଠି ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର...

ନିର୍ବାଚନ ବେଳେ ଓଡ଼ିଶା ଆସନ୍ତି ପଲିଟିକାଲ ଟୁରିଷ୍ଟ: ନବୀନ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): କେନ୍ଦ୍ରୀୟ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ଭାଜପାର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri