Posted inଅପରାଧ

ଅଭିନବ ଲୁଟ୍‌: ଫ୍ରି ସର୍ଭିସ ନାମରେ ମହିଳାଙ୍କଠାରୁ କାର୍‌ ନେଇ ପଳାଇଲେ

ଭୋପାଳ, ୩୦।୬- ଫ୍ରି ସର୍ଭିସ କରାଇଦେବା ନାମରେ ଜଣେ ଅଟୋମୋବାଇଲ ଇଞ୍ଜିନିୟର ମହିଳାଙ୍କଠାରୁ କାର୍‌ ଲୁଟ୍‌ କରିନେଇଛନ୍ତି। ତେବେ କାରରେ ରହିଯାଇଥିବା ମହିଳାଙ୍କ ଫୋନ ହିଁ ଲୁଟେରାକୁ ଧରାଇବାରେ ପୋଲିସକୁ ସହାୟତା କରିଥିଲା। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି। ଶାହପୁର ବାସିନ୍ଦା ଶିନା ଥୋମାସ ସ୍ଥାନୀୟ ଏକ କଲେଜରେ ଚାକିରି କରନ୍ତି। ଶିନାଙ୍କ ନିକଟକୁ ରବିବାର ସନ୍ଧ୍ୟାରେ ଏକ ଫୋନ ଆସିଥିଲା। ଯେଉଁଥିରେ ତାଙ୍କ କାର୍‌କୁ ମାଗଣା ସର୍ଭିସ କରାଯିବ ବୋଲି ଅଯୋଦ୍ଧା ନଗରର ଦୀପକ ଶର୍ମା ନାମକ ଜଣେ ଯୁବକ କହିଥିଲେ। ସୋମବାର ସକାଳେ କାର ସର୍ଭିସ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ପରଦିନ ଦୀପକ ଶିନାଙ୍କ ଘରକୁ ଆସି ମହିଳାଙ୍କ ବାଲେନୋ କାର୍‌ର ଚାବି ଓ ରେଜିଷ୍ଟ୍ରି କାର୍ଡ ମାଗିଥିଲେ। ଏହାପରେ ସର୍ଭିସିଂ ବାହାନାରେ କାର୍‌କୁ ଦେଖିଥିଲେ। ମହିଳା ଜଣଙ୍କ କିଛି ସମୟ ପାଇଁ ଘର ଭିତରକୁ କୌଣସି ଏକ କାମରେ ଯାଇଥିବାବେଳେ ଦୀପକ ଗାଡ଼ି ଧରି ସେଠାରୁ ଫେରାର ହୋଇଯାଇଥିଲେ। ଏହାପରେ ମହିଳା ଜଣକ ଯେତେବେଳେ ବାହାରକୁ ଆସି କାର୍‌କୁ ନ ଥିବାର ଦେଖିଲେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ସୌଭାଗ୍ୟବଶତଃ କାର୍‌ ମଧ୍ୟରେ ମହିଳାଙ୍କ ମୋବାଇଲା ରହିଯାଇଥିଲା। ଯାହାକି ପୋଲିସକୁ ଦୀପକଙ୍କୁ ଧରିବାରେ ସହାୟତା କରିଥିଲା। ପୋଲିସ ମୋବାଇଲ ଫୋନର ଲୋକେସନ ଆଧାରରେ ଦୀପକଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ଘରୁ ଗିରଫ କରିଥିଲା। ପୋଲିସ ସନ୍ଧାନ କରି ଜାଣିବାକୁ ପାଇଛି ଯେ, ଦୀପକ ଜଣେ ଅଟୋ ମୋବାଇଲ ଇଞ୍ଜିନିୟର। ପୂର୍ବରୁ ସେ ଏଭଳି ଅନେକ କାର୍‌ ଲୁଟ୍‌ କରିଥିବା ସ୍ବୀକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri