Posted inଅପରାଧ

ଅଭିନବ ଲୁଟ୍‌: ଫ୍ରି ସର୍ଭିସ ନାମରେ ମହିଳାଙ୍କଠାରୁ କାର୍‌ ନେଇ ପଳାଇଲେ

ଭୋପାଳ, ୩୦।୬- ଫ୍ରି ସର୍ଭିସ କରାଇଦେବା ନାମରେ ଜଣେ ଅଟୋମୋବାଇଲ ଇଞ୍ଜିନିୟର ମହିଳାଙ୍କଠାରୁ କାର୍‌ ଲୁଟ୍‌ କରିନେଇଛନ୍ତି। ତେବେ କାରରେ ରହିଯାଇଥିବା ମହିଳାଙ୍କ ଫୋନ ହିଁ ଲୁଟେରାକୁ ଧରାଇବାରେ ପୋଲିସକୁ ସହାୟତା କରିଥିଲା। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି। ଶାହପୁର ବାସିନ୍ଦା ଶିନା ଥୋମାସ ସ୍ଥାନୀୟ ଏକ କଲେଜରେ ଚାକିରି କରନ୍ତି। ଶିନାଙ୍କ ନିକଟକୁ ରବିବାର ସନ୍ଧ୍ୟାରେ ଏକ ଫୋନ ଆସିଥିଲା। ଯେଉଁଥିରେ ତାଙ୍କ କାର୍‌କୁ ମାଗଣା ସର୍ଭିସ କରାଯିବ ବୋଲି ଅଯୋଦ୍ଧା ନଗରର ଦୀପକ ଶର୍ମା ନାମକ ଜଣେ ଯୁବକ କହିଥିଲେ। ସୋମବାର ସକାଳେ କାର ସର୍ଭିସ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ପରଦିନ ଦୀପକ ଶିନାଙ୍କ ଘରକୁ ଆସି ମହିଳାଙ୍କ ବାଲେନୋ କାର୍‌ର ଚାବି ଓ ରେଜିଷ୍ଟ୍ରି କାର୍ଡ ମାଗିଥିଲେ। ଏହାପରେ ସର୍ଭିସିଂ ବାହାନାରେ କାର୍‌କୁ ଦେଖିଥିଲେ। ମହିଳା ଜଣଙ୍କ କିଛି ସମୟ ପାଇଁ ଘର ଭିତରକୁ କୌଣସି ଏକ କାମରେ ଯାଇଥିବାବେଳେ ଦୀପକ ଗାଡ଼ି ଧରି ସେଠାରୁ ଫେରାର ହୋଇଯାଇଥିଲେ। ଏହାପରେ ମହିଳା ଜଣକ ଯେତେବେଳେ ବାହାରକୁ ଆସି କାର୍‌କୁ ନ ଥିବାର ଦେଖିଲେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ସୌଭାଗ୍ୟବଶତଃ କାର୍‌ ମଧ୍ୟରେ ମହିଳାଙ୍କ ମୋବାଇଲା ରହିଯାଇଥିଲା। ଯାହାକି ପୋଲିସକୁ ଦୀପକଙ୍କୁ ଧରିବାରେ ସହାୟତା କରିଥିଲା। ପୋଲିସ ମୋବାଇଲ ଫୋନର ଲୋକେସନ ଆଧାରରେ ଦୀପକଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ଘରୁ ଗିରଫ କରିଥିଲା। ପୋଲିସ ସନ୍ଧାନ କରି ଜାଣିବାକୁ ପାଇଛି ଯେ, ଦୀପକ ଜଣେ ଅଟୋ ମୋବାଇଲ ଇଞ୍ଜିନିୟର। ପୂର୍ବରୁ ସେ ଏଭଳି ଅନେକ କାର୍‌ ଲୁଟ୍‌ କରିଥିବା ସ୍ବୀକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?