Posted inଜାତୀୟ

ନମ୍ବି ଇଫେକ୍ଟ: ପୋଲିସ ଭୂମିକାର ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬ା୪: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନ୍‌ଙ୍କ ବିରୋଧରେ ଗୁପ୍ତଚରଗିରି ମାମଲାରେ ପୋଲିସ ଭୂମିକାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ହେବ। ଉଚ୍ଚସ୍ତରୀୟ ତଦନ୍ତ କମିଟି ପକ୍ଷରୁ ଦାଏର ପୋଲିସ ଭୂମିକା ସମ୍ପର୍କିତ ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ନମ୍ବି ନାରାୟଣନ୍‌ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସ୍ବାଗତ କରିଛନ୍ତି।
ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଇସ୍ରୋ ବୈଜ୍ଞାନିକ ନମ୍ବି ନାରାୟଣନ୍‌ଙ୍କ ବିରୋଧରେ ଗୁପ୍ତଚରଗିରି ମାମଲାରେ ପୋଲିସ ଅଧିକାରୀମାନଙ୍କ ଭୂମିକାକୁ ନେଇ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ସିବିଆଇକୁ ଦିଆଯାଉ। ତଦନ୍ତକାରୀ ସଂସ୍ଥା ଏହି ପ୍ରସଙ୍ଗରେ ଅଧିକ ତଦନ୍ତ କରୁ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଡି.କେ. ଜୈନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟିକୁ ମିଳିଥିବା ତଥ୍ୟ ପ୍ରମାଣଗୁଡ଼ିକୁ ସିବିଆଇ ପ୍ରାଥମିକ ତଦନ୍ତର ଅଂଶ ଭାବେ ବ୍ୟବହାର କରିପାରିବ। ସିବିଆଇ ୩ ମାସ ମଧ୍ୟରେ ଏକ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିବ, ଯାହାକୁ ପ୍ରକାଶ କରାଯିବ ନାହିଁ। ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)ର ନେତୃତ୍ୱ ନେଇଥିବା କେରଳର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସିବେ ମାଥ୍ୟୁସ୍‌ କହିଥିଲେ, ଶୁଣାଣି ବେଳେ ନାରାୟଣନ୍‌ଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ମିଳିଥିବାବେଳେ ମୋ ଯୁକ୍ତିକୁ ଗ୍ରହଣ କରାଯାଇନାହିଁ। ତେବେ ମାଥ୍ୟୁସ୍‌ଙ୍କ ଅନୁରୋଧକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି ଯେ କମିଟି ଏହି ପ୍ରସଙ୍ଗରେ ଶୁଣାଣି କରିନାହିଁ। କେବଳ ପାରିପାର୍ଶ୍ୱିକ ପ୍ରମାଣକୁ ଭିତ୍ତିକରି ପୋଲିସ ଅଧିକାରୀମାନଙ୍କ ଭୂମିକାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି।
ପ୍ରକାଶ ଯେ ଏପ୍ରିଲ ୫ରେ କେନ୍ଦ୍ର ସରକାର କମିଟି ରିପୋର୍ଟକୁ ଏକ ‘ଜାତୀୟ ପ୍ରସଙ୍ଗ’ ରୂପେ ଅଭିହିତ କରି ଏହାର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ୨୦୧୮ ସେପ୍ଟେମ୍ବର ୧୪ରେ ସୁପ୍ରିମକୋର୍ଟ ନାରାୟଣନ୍‌ଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାରାୟଣନ୍‌ଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏକ ‘ସାଇକୋଲୋଜିକାଲ୍‌ ଟ୍ରିଟ୍‌ମେଣ୍ଟ’ ଯାହାକି ତାଙ୍କ ମାନବାଧିକାରର ମୌଳିକ ‘ସ୍ବାଧୀନତା ଓ ମର୍ଯ୍ୟାଦା’କୁ କ୍ଷୁଣ୍ଣ କରିଛି। ତାଙ୍କୁ ଜେଲ୍‌ ପଠାଯିବା ପରେ ବୈଜ୍ଞାନିକ ନିଜ ସବୁ ଗରିମା ହରାଇଦେଇଥିଲେ ବୋଲି ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ଓ କ୍ରିଷ୍ଣା ମୁରାରୀ ସାମିଲ ଥିବା ଖଣ୍ଡପୀଠ କହିଛନ୍ତି।

ନମ୍ବି ନାରମାୟଣନ୍‌ କିଏ

୧୯୪୧ ଡିସେମ୍ବର ୧୨ରେ କେରଳର ଟ୍ରାଭାନକୋରସ୍ଥିତ ନାଗେରକୋଇଲ (ଅଧୁନା କନ୍ୟାକୁମାରୀ)ର ଏକ ମଧ୍ୟବିତ୍ତ ପରିବାରରେ ଏସ୍‌. ନମ୍ବିନାରାୟଣନ୍‌ଙ୍କ ଜନ୍ମ। ୧୯୬୬ରେ ସେ ଇସ୍ରୋ ଅଧ୍ୟକ୍ଷ ବିକ୍ରମ ସରାଭାଇଙ୍କୁ ଭେଟିବା ପରେ ବୈଜ୍ଞାନିକ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ପିଏସ୍‌ଏଲ୍‌ଭି ରକେଟ ଇଞ୍ଜିନ ବିକଶିତ କରିଥିଲା। ଏହି ୮୦ ବର୍ଷୀୟ ପୂର୍ବତନ ବୈଜ୍ଞାନିକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ରର ଶିକାର ହୋଇ ପଦ ଓ ଗରିମା ହରାଇଥିଲେ। ୨୦୧୯ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରିଥିଲେ।

ମାମଲା କ’ଣ

୧୯୯୪ ଅକ୍ଟୋବରରେ ମାଳଦ୍ୱୀପ ମହିଳା ରଶିଦାଙ୍କୁ ଥିରୁଭାନନ୍ତପୁରମରେ ଗିରଫ କରାଯାଇଥିଲା। ଇସ୍ରୋ ରକେଟ୍‌ ଇଞ୍ଜିନର ଡ୍ରଇଂଗୁଡ଼ିକୁ ଚୋରି କରି ପାକିସ୍ତାନକୁ ବିକ୍ରି କରିବାକୁ ଯାଉଥିବାବେଳେ ତାଙ୍କୁ ଧରାଯାଇଥିବା ପୋଲିସ କହିଥିଲା। ସେତେବେଳେ ଇସ୍ରୋ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନ୍‌ କ୍ରାୟୋଜେନିକ୍‌ ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ। ତାଙ୍କ ସହ ଇସ୍ରୋ ଡେପୁଟି ଡାଇରେକ୍ଟର ଡି. ଶଶୀକୁମାର ଏବଂ ରଶିଦାଙ୍କ ବନ୍ଧୁ ମାଳଦ୍ୱୀପ ନାଗରିକ ଫୋଉସିୟା ହାସନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଭାରତର ମହାକାଶ କାର୍ଯ୍ୟକ୍ରମର ଗୋପନୀୟ ଦସ୍ତାବିଜକୁ ନାରାୟଣନ୍‌ ବିଦେଶକୁ ପଠାଉଥିବା ନେଇ ଖବର ଶିରୋନାମା ମଣ୍ଡନ କରିଥିଲା। ଅନ୍ୟପକ୍ଷରେ ଜଷ୍ଟିସ୍‌ ଡି.କେ. ଜୈନଙ୍କ ଅଧ୍ୟକ୍ଷତାରେ ଗଠିତ ୩ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଅଢ଼େଇ ବର୍ଷ ଧରି ଯାଞ୍ଚ କରିବା ପରେ ନିକଟରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା। କଂଗ୍ରେସର ଗୋଟିଏ ଗୋଷ୍ଠୀ ଏହି ପ୍ରସଙ୍ଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କେ. କରୁଣାକରନ୍‌ଙ୍କୁ ଟାର୍ଗେଟ କରିଥିଲେ। ରାଜନୈତିକ ଝଡ଼ ସୃଷ୍ଟି ହେବାରୁ କରୁଣାକରନ୍‌ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସିବିଆଇ ନାରାୟଣନ୍‌ଙ୍କୁ କ୍ଲିନ୍‌ଚିଟ୍‌ ଦେବା ସହ ତାଙ୍କ ବେଆଇନ ଗିରଫଦାରି ପାଇଁ କେରଳ ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ ଦାୟୀ କରିଥିଲା। ପୋଲିସ ଏହି ମାମଲା ପାଇଁ ମନଗଢ଼ା କାହାଣୀ ରଚିଥିଲା। ନାରାୟଣନ୍‌ ୧୯୯୪ରେ ଯେଉଁ ଟେକ୍ନୋଲୋଜି ଚୋରି କରି ବିକ୍ରି କରିଥିଲେ ବୋଲି ଅଭିଯୋଗ ଅଣାଯାଇଥିଲା, ସେତେବେଳେ ସେଭଳି କାରିଗରି ଆସି ନ ଥିଲା ବୋଲି ସିବିଆଇ ସ୍ପଷ୍ଟ କରିଥିଲା। ଅନ୍ୟପକ୍ଷେ ଏସ୍‌ଆଇଟି ମୁଖ୍ୟ ଡିଜିପି ସିବେ ମାଥ୍ୟୁସ୍‌ ଓ ଅନ୍ୟ ୨ ଅବସରପ୍ରାପ୍ତ ଏସ୍‌ପି କେ.କେ. ଜୋଶୁଆ ଏବଂ ଏସ୍‌. ବିଜୟନ୍‌ଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଦେଇଥିଲେ। ନାରାୟଣନ୍‌ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୨୦୧୮ ସେପ୍ଟେମ୍ବରରେ ସର୍ବୋଚ୍ଚ ଅଦାଲତ ନିଜ ରାୟରେ କହିଥିଲେ, ପୋଲିସର ଖାମଖିଆଲ ମନୋବୃତ୍ତି ଯୋଗୁ ଜଣେ ଜାତୀୟସ୍ତରୀୟ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଚାକିରି ସହ ସମ୍ମାନ ହରାଇଛନ୍ତି।

ରକେଟ୍ରି

ପାକିସ୍ତାନକୁ ସ୍ପେସ୍‌ ଟେକ୍ନୋଲୋଜିର ଗୁପ୍ତ ଦସ୍ତାବିଜ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଇସ୍ରୋ ବୈଜ୍ଞାନିକ ନମ୍ବି ନାରାୟଣନ୍‌ଙ୍କୁ ସିବିଆଇ କୋର୍ଟ କ୍ଲିନ୍‌ଚିଟ୍‌ ଦେଇଥିଲେ। ୧୯୯୮ରେ ସେ ସୁପ୍ରିମକୋର୍ଟରେ ଦୋଷମୁକ୍ତ ହୋଇଥିଲେ। ଏହାସତ୍ତ୍ୱେ ତାଙ୍କୁ ୫୦ ଦିନ ଜେଲରେ ରହିବାକୁ ପଡ଼ିଥିଲା। ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର କେତେଜଣ ଏଜେଣ୍ଟ ଓ ଭାରତୀୟ ପୋଲିସର ମିଳିତ ଉଦ୍ୟମରେ ଜଣେ ଦେଶଭକ୍ତ ବୈଜ୍ଞାନିକଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇଥିଲା। ମିଥ୍ୟା ଗୁପ୍ତଚର ମାମଲାରେ ଫସିବା ଯୋଗୁ ସେ କିଭଳି କଠିନ ସମୟ ଦେଇ ଗତି କରିଥିଲେ ସେନେଇ ଆମତ୍ଜୀବନୀ ‘ଓର୍ମାକଲୁଡେ ଭ୍ରମଣପଥମ୍‌’ରେ ବର୍ଣ୍ଣନା କରିଛନ୍ତି ନାରାୟଣନ୍‌। ଉକ୍ତ ପୁସ୍ତକ ଉପରେ ପର୍ଯ୍ୟବସିତ କାହାଣୀକୁ ନେଇ ଗତିଶୀଳ ହୋଇଛି ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’। ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଆର୍‌. ମାଧବନ୍‌ ଏଥିରେ ନାରାୟଣନ୍‌ଙ୍କ ଭୂମିକାରେ ଅଭିନୟ କରିଛନ୍ତି। କିଛି ମାସ ମଧ୍ୟରେ ଏହା ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?