Posted inଖେଳ

ଟାଇଟଲ ବଜାୟ ରଖିଲେ ସରିତା

ଅଲମାଟି, ୧୬ା୪ (ପି.ଟି.)-ଭାରତର ସରିତା ମୋର୍‌ ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନଶିପ୍‌ ୫୯କେଜି ଶ୍ରେଣୀରେ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ସୀମା ବିସ୍‌ଲା (୫୦କେଜି) ଓ ପୂଜା (୭୬କେଜି) ସେମାନଙ୍କ ବିଭାଗରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦୨୦ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିବା ସରିତା ଫାଇନାଲ ମୁକାବିଲାରେ ମଙ୍ଗୋଲିଆର ଶୁଭଦୋର୍‌ ବାଟାରଜାଭ୍‌ଙ୍କୁ ୧୦-୭ରେ ହରାଇ ଦେଇଛନ୍ତି। ୨୦୧୮ ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ମୁକାବିଲା ପରଠାରୁ ଏହା ତାଙ୍କ ପାଇଁ ଏକ କଷ୍ଟସାଧ୍ୟ ବିଜୟ ଥିଲା ବୋଲି ସରିତା ପ୍ରକାଶ କରିଛନ୍ତି। ମଙ୍ଗୋଲିଆନ ବକ୍ସରଙ୍କ ବିପକ୍ଷ ଲଢେଇ ପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲେ। ପ୍ରଥମ ବାଉଟ୍‌ରେ ହାରିଯାଇଥିଲେ, ମାତ୍ର ରଣକୌଶଳକୁ କାର୍ଯ୍ୟକାରୀ କରି କ୍ରମାଗତ ୯ପଏଣ୍ଟ ସହ ବିଜୟ ହାସଲ କରିଥିଲେ। ୫୦କେଜି ଶ୍ରେଣୀରେ କାଜାଖସ୍ତାନର ଭାଲେଣ୍ଟିନା ଇଭାନୋଭ୍‌ନାଙ୍କ ବିପକ୍ଷରେ ସୀମାଙ୍କ ଆରମ୍ଭ ଉତ୍ସାହଜନକ ନ ଥିଲା। ମାତ୍ର ପରବର୍ତ୍ତୀ ରାଉଣ୍ଡରେ ଦୃଢ ପ୍ରତ୍ୟାବର୍ତ୍ତନ ସହ ମଙ୍ଗୋଲିଆର ଅନୁଦାରି ନନ୍ଦିନସେତ୍‌ସେଗ୍‌ଙ୍କୁ ୭-୩ରେ ହରାଇ ଦେଇଥିଲେ। ସେମିଫାଇନାଲରେ ତାଙ୍କୁ ଉଜ୍‌ବେକିସ୍ତାନର ଜସ୍ମିନା ଇମାଏଭାଙ୍କଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ୨-୩ରେ ଏହି ଲଢେଇ ହାରିଯାଇଥିଲେ। ଭାରତୀୟ ମହିଳା ବକ୍ସର ପରେ ଟେକ୍‌ନିକାଲ ସୁପରିଅରିଟିରେ ତାଇପେର ୟୁଙ୍ଗ୍‌ ହୁନ୍‌ ଲିନ୍‌ଙ୍କୁ ହରାଇ ବ୍ରୋଞ୍ଜ ଜିତିଥିଲେ। ସେହିପରି ପୂଜା ସେମିଫାଇନାଲରେ କାଜାଖସ୍ତାନର ଇଲମିରା ସିଜ୍‌ଦିକୋଭଙ୍କଠାରୁ ପରାଜିତ ହୋଇଥିଲେ। ମାତ୍ର କୋରିଆର ସିୟନ ଜେଅଙ୍ଗ୍‌ଙ୍କ ବିପକ୍ଷରେ ୫-୨ରେ ବିଜୟ ହାସଲ କରି ବ୍ରୋଞ୍ଜ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?