Posted inଖେଳ

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ : ଏଫ୍‌ସି ଗୋଆର ପ୍ରଶଂସନୀୟ ପ୍ରଦର୍ଶନ

ମାର୍ଗାଓ, ୧୬।୪(ପି.ଟି.)-ଭାରତର ପ୍ରଥମ ଦଳ ଭାବେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳିଥିବା ଏଫ୍‌ସି ଗୋଆ ନିଜ ଓପନିଂ ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଫ୍ରେଞ୍ଚ୍‌ ବିଶ୍ୱକପ ବିଜେତା ଲୌରେଣ୍ଟ ବ୍ଲାଙ୍କ୍‌ଙ୍କ ପ୍ରଶିକ୍ଷଣପ୍ରାପ୍ତ କାତାରର ଅଲ୍‌-ରାୟାନ ସହିତ ବୁଧବାର ଅନୁଷ୍ଠିତ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖି ଗୋଆ ଉଲ୍ଲେଖନୀୟ ସଫଳତା ପାଇଛି। ଗୋଆର ପ୍ରଭାବୀ ପ୍ରଦର୍ଶନରେ ଚକିତ ହୋଇଥିଲେ ପୂର୍ବତନ ପ୍ୟାରିସ ସେଣ୍ଟ-ଜର୍ମନ ମ୍ୟାନେଜର ବ୍ଲାଙ୍କ୍‌। ଅଲ୍‌-ରାୟାନ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରିଥିଲେ ହେଁ ପୂରା ମ୍ୟାଚରେ ଗୋଆ ଦଳ ତାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା। ଗୋଆର ଯୁବ ଗୋଲକିପର ଧୀରଜ ସିଂ ୮୭ତମ ମିନିଟରେ ଚମତ୍କାର ସେଭ୍‌ କରି ପ୍ରତିପକ୍ଷ ଦଳର ଆଶାରେ ପାଣିଭରି ଦେଇଥିଲେ। ଇଶାନ ପଣ୍ଡିତଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଥିଲା।
ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆଶାନୁରୂପ ଅଲ୍‌-ଆୟାନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ୟାସିନେ ବ୍ରାହିମି ଆକ୍ରମଣର ନେତୃତ୍ୱ ନେଇଥିଲେ। ତେବେ ଗୋଆ ରକ୍ଷଣଭାଗ ଏହାର ସଫଳ ପ୍ରତିହତ କରିଥିଲା। ଏଫ୍‌ସି ଗୋଆର ଶୃଙ୍ଖଳିତ ଖେଳ ବିପକ୍ଷ ଦଳକୁ ନିରାଶ କରିଥିଲା। କୋଚ୍‌ ଜୁଆନ ଫେରାଣ୍ଡୋ ଦଳୀୟ ପ୍ରଦର୍ଶନରେ ବେଶ୍‌ ସନ୍ତୋଷ ପ୍ରକାଶ କରିଛନ୍ତି। ଏକ ପ୍ରିମିୟର ପ୍ରତିଯୋଗିତାରେ ଶକ୍ତିଶାଳୀ ଦଳ ବିପକ୍ଷରେ ସମକକ୍ଷ ପ୍ରଦର୍ଶନ କରି କ୍ଲିନ୍‌ ଶିଟ୍‌ ପାଇବା ବହୁତ ବଡ଼ କଥା। ୨୦୧୯-୨୦ ସିଜନରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) ବିଜେତା ଶିଲ୍ଡ ହାସଲ କରି ଏଫ୍‌ସି ଗୋଆ ୨୦୨୧ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ୍‌ ଷ୍ଟେଜ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ଅଲ୍‌-ରାୟାନ ବ୍ୟତୀତ ଗୋଆ ଅନ୍ୟତମ ଶକ୍ତିଶାଳୀ କ୍ଲବ ପେର୍ସେପୋଲିସ ଏଫ୍‌ସି (ଇରାନ) ଓ ଅଲ୍‌ ଓ୍ବାହଦା (ୟୁଏଇ)କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଗୋଆ ଶେଷଥର ପାଇଁ ଏକମାସ ପୂର୍ବରୁ ଆଇଏସ୍‌ଏଲ ପ୍ଲେ-ଅଫ୍‌ରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଫୁଟ୍‌ବଲ ଖେଳିଥିଲା। ଅନ୍ୟପକ୍ଷରେ ଅଲ୍‌-ଆୟାନ ଷ୍ଟାର୍ସ ଲିଗ୍‌ରେ ଏହାର ଶେଷ ମ୍ୟାଚ ଏପ୍ରିଲ ୯ରେ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri