ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୂକୁଲ୍ୟରେ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବନସୁରକ୍ଷା ସମିତି ସଭାପତି ବୃନ୍ଦାବନ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଞ୍ଜନ ସାହୁ ଯୋଗଦେଇ ଅବାଧ ବନ୍ୟପ୍ରାଣୀ ଶିକାର ଏକ ଧର୍ତ୍ତବ୍ୟ ଅପରାଧ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟପ୍ରାଣୀ ଙ୍କ ଠାରୁ ସତର୍କ ରହିବାକୁ ସେ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଜନସାଧାରଣ ଙ୍କ ସହଯୋଗ ବିନା ବନ୍ୟଜନ୍ତୁ ଙ୍କ ସୁରକ୍ଷା, ଜଙ୍ଗଲ ଓ ପରିବେଶ ସୁରକ୍ଷା ଅସମ୍ଭବ। ସମାଜ ଓ ପରିବେଶ ପାଇଁ ବନ୍ୟଜନ୍ତୁ ମାନଙ୍କ ଆବଶ୍ୟକତା ନେଇ ସେ ଆଲୋକପାତ କରିବା ସହ ବନ୍ୟଜନ୍ତୁ ସମୂହ ବନକୁ ବଞ୍ଚାନ୍ତି, ବନ ପରିବେଶ କୁ ବଞ୍ଚାଏ ଏବଂ ଏମାନେ ସମସ୍ତେ ମିଶି ମଣିଷ ଙ୍କୁ ବଞ୍ଚାନ୍ତି ବୋଲି ସେ ମତ ବ୍ୟକ୍ତ କରିଥିଲେ। ବନ୍ୟଜନ୍ତୁ ଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନଦେଲେ ଦିନ ଆସିବ ସମାଜରେ ମଣିଷ ବଞ୍ଚିବା କଷ୍ଟକର ହୋଇପଡିବ ବୋଲି ବନାଞ୍ଚଳ ଅଧିକାରୀ ମତ ପ୍ରକାଶ କରିଥିଲେ। ବନ୍ୟଜନ୍ତୁ କୀଟ, ପତଙ୍ଗ ,ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟୀତ୍ବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଦିଗପହଣ୍ଡି ବନପାଳ ସନ୍ତୋଷ ବିଷୋୟୀରତ୍ନ, ସ୍ଥାନୀୟ ବନ କର୍ମଚାରୀ ବୃନ୍ଦ , ପାରା ସ୍କ୍ୱାର୍ଡ ବାହିନୀ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ସଭାରେ ଉପସ୍ଥିତ ଥିଲେ। ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।

