Posted inଫୁରସତ

ବିଶ୍ୱ ଐତିହ୍ୟ ମାନ୍ୟତା ହରାଇପାରେ ନାଳନ୍ଦା

ପାଟନା: ପ୍ରାଚୀନ ଭାରତର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ନାଳନ୍ଦାର ସ୍ଥିତି ବିପଦସଙ୍କୁଳ ଅବସ୍ଥାରେ ରହିଛି, ଯାହାପାଇଁ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ହରାଇବାକୁ ପଡ଼ିପାରେ ବୋଲି ଆଶଙ୍କା ଉପୁଜିଛି। ମାନ୍ୟତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କି କି ପଦକ୍ଷେପ ନିଆଯାଉଛି ସେ ନେଇ ଏଏସ୍‌ଆଇ (ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ) ପକ୍ଷରୁ ରିପୋର୍ଟ ମଗାଯାଇଛି। ଯଦି ସଠିକ୍‌ ସମୟରେ ଏହି ରିପୋର୍ଟ ପ୍ୟାରିସ୍‌ସ୍ଥିତ ଓ୍ବାଲର୍‌ଡ ହେରିଟେଜ୍‌ ସେଣ୍ଟର (ଡବ୍ଲ୍ୟୁଏଚ୍‌ସି) ନିକଟରେ ନ ପହଞ୍ଚେ ତେବେ ପ୍ରାଚୀନ ଭାରତର ଏହି ପୁରାତନ ବିଶ୍ୱବିଦ୍ୟାଳୟଠାରୁ ବିଶ୍ୱ ଐତିହ୍ୟ ମାନ୍ୟତା ଛଡ଼ାଇ ନିଆଯିବ ବୋଲି ଖବର ପ୍ରକାଶ ପାଇଛି। ବିଶ୍ୱ ଐତିହ୍ୟ ସମ୍ପର୍କରେ ୟୁନେସ୍କୋ ସହ ଡବ୍ଲ୍ୟୁଏଚ୍‌ସି ମିଳିତ ଭାବେ କାର୍ଯ୍ୟକରିଥାଏ। ନାଳନ୍ଦାର ତାଦାରଖ କରି ଏହାର ସୁରକ୍ଷା ପାଇଁ ୟୁନେସ୍କୋ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶର ସଠିକ୍‌ ପରିଚାଳନା କରିବା ଆବଶ୍ୟକ ବୋଲି ପାଟନା ଏଏସ୍‌ଆଇ ସୁପରିଟେଣ୍ଡିଂ ପ୍ରତ୍ନତତ୍ତ୍ୱବିଦ୍‌ ଗୌତମୀ ଭଟ୍ଟାଚାର୍ଯ୍ୟ କହିଛନ୍ତି। ସୂଚନରାଯୋଗ୍ୟ ରାଜ୍ୟସରକାର ବର୍ତ୍ତମାନେ ସୁଦ୍ଧା ଏହି ରିପୋର୍ଟ ଦାଖଲ କରି ନ ଥିବା ଏଏସ୍‌ଆଇ ପକ୍ଷରୁ ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୬ରେ ୟୁନେସ୍କୋ ପକ୍ଷରୁ ନାଳନ୍ଦାକୁ ବିଶ୍ୱ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରାଯାଇଥିଲା।
ବିଶେଷତ୍ୱ: ବିହାର ରାଜଧାନୀ ପାଟନାଠାରୁ ୯୫ କି.ମି ଦୂରରେ ଅବସ୍ଥିତ ନାଳନ୍ତା।

ପ୍ରଚୀନ ଭାରତର ବିଶ୍ୱବିଦ୍ୟାଳୟ ଭାବେ ଜଣାଯାଉଥିବା ନାଳନ୍ଦାକୁ ବହୁ ବିଦେଶୀ ଉଚ୍ଚଶିକ୍ଷା ପାଇଁ ଆସୁଥିଲେ। ମଗଧ ଶାସନକାଳରେ ତୃତୀୟ ଶତାବ୍ଦୀରେ ନାଳନ୍ଦା ନିର୍ମାଣ କରାଯାଇଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷକୁ ବାଦ୍‌ଦେଲେ ୫ଟି ପର୍ଯ୍ୟଟନସ୍ଥଳ ସେଠାରେ ରହିଛି। ନାଳନ୍ଦାକୁ ସୁଗମ ଯୋଗାଯୋଗ ବ୍ୟବସ୍ଥା ଥିବା କାରଣରୁ ପ୍ରତିବର୍ଷ ବହୁ ବିଦେଶୀ ଏଠାକୁ ବୁଲିବାକୁ ଆସିଥାନ୍ତି। ୮୦୦ ବର୍ଷ ପୁରୁଣା ଏହି ବିଶ୍ୱବିଦ୍ୟାଳୟରେ ୨ ହଜାର ଅଧ୍ୟାପକଙ୍କ ସହ ୧୦ ହଜାର ଶିକ୍ଷାର୍ଥୀ ପାଠ ପଢ଼ଥିବା କୁହାଯାଇଛି। ଚାଇନା, କୋରିଆ, ତୁର୍କୀ ଏବଂ ଶ୍ରୀଲଙ୍କାରୁ ବହୁ ଛାତ୍ର ଏଠାକୁ ପଢ଼ିବା ପାଇଁ ଆସୁଥିଲେ। ଚାଇନାର ସ୍କଲାର କୁହାଯାଉଥିବା ଜୁଆନ ଜାଙ୍ଗ ଥିଲେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଛାତ୍ର। ଭାରତର ଅନେକ ପୁସ୍ତକର ଟ୍ରାନ୍ସଲେଶନ୍‌ କରିବା ସହ ୬୫୭ ଗୋଟି ଭାରତୀୟ ପୁସ୍ତକ ସେ ଚାଇନା ନେଇଯିବା ପାଇଁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲେ। ୨୦୦୬ରେ ସେ ସମୟର ରାଷ୍ଟ୍ରପତି ଏ.ପି.ଜେ. ଅବ୍‌ଦ୍‌ୁଲ କଲାମ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୟପୁନଃ ନିର୍ମାଣ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri