Naked Man’ Festival: ମହିଳା ହେବେ ସାମିଲ, ୧୬୫୦ ବର୍ଷ ପରେ ମିଳିଲା ଅନୁମତି…

ଟୋକିଓ,୨୫।୧ : ଜାପାନରେ ୧୬୫୦ ବର୍ଷ ପରେ ମହିଳାମାନଙ୍କୁ ଏକ ପୁରୁଷ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏହି ଉତ୍ସବର ନାମ ହେଉଛି ‘ନଗ୍ନ ମଣିଷ’ ମହୋତ୍ସବ(ନେକେଡ ମ୍ୟାନ ଫେଷ୍ଟଭାଲ)। ଜାପାନରେ ପ୍ରସିଦ୍ଧ ଏହା ଏକ ପାରମ୍ପରିକ ପର୍ବ। ସର୍ବଶେଷରେ, ମହିଳାମାନଙ୍କୁ ଏତେ ବର୍ଷ ପରେ କାହିଁକି ସାମିଲ ହେବାକୁ ଅନୁମତି ଦିଆଗଲା ଏବଂ ଏଥିପାଇଁ ସେମାନଙ୍କୁ ଏପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା କାହିଁକି?

ନଗ୍ନ ମ୍ୟାନ ଫେଷ୍ଟିଭାଲକୁ ହଦାକା ମାତସୁରି ମଧ୍ୟ କୁହାଯାଏ ଏବଂ ଜାପାନରେ ଏହା ବହୁ ପ୍ରସିଦ୍ଧ। ଏଥିରେ ହଜାର ହଜାର ଲୋକ ଅଂଶଗ୍ରହଣ କରନ୍ତି। ଜାପାନର ଏକ ମନ୍ଦିର ଦ୍ୱାରା ଆୟୋଜିତ ହେଉଥିବା ଏହା ଏକ ପୁରାତନ ପର୍ବ। ବର୍ତ୍ତମାନ ମହିଳାମାନେ ମଧ୍ୟ ଏଥିରେ ଭାଗ ନେବାକୁ ସକ୍ଷମ ହେବେ। ତେବେ ଏକ ସର୍ତ୍ତ ରହିଛି ପର୍ବ ସମୟରେ ସେମାନେ ସମ୍ପୂର୍ଣ୍ଣ ପୋଷାକ ପିନ୍ଧିବେ ଏବଂ ପୁରୁଷଙ୍କଠାରୁ ଦୂରତା ବଜାୟ ରଖିବେ। ଏହି ନିଷ୍ପତ୍ତିକୁ ଐତିହାସିକ ଭାବରେ ବର୍ଣ୍ଣନା କରାଯାଉଛି ।

ଏହି ଉତ୍ସବ ଚଳିତ ବର୍ଷ ଫେବୃଆରୀ ୨୨ ରେ ଅନୁଷ୍ଠିତ ହେବ ଯେଉଁଥିରେ ୧୦ ହଜାର ସ୍ଥାନୀୟ ପୁରୁଷ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ୪୦ ଜଣ ମହିଳା ଉତ୍ସବର ରୀତିନୀତିରେ ଭାଗ ନେବାକୁ ଅନୁମତି ପାଇଛନ୍ତି। ସେ ମାନେ ‘ନାଓଇଜାସା’ ରୀତିନୀତିରେ ଅଂଶଗ୍ରହଣ କରିବେ। ପୁରୁଷମାନେ ଏହି ପର୍ବରେ କାଛା ପିନ୍ଧି ଅଂଶଗ୍ରହଣ କରନ୍ତି । ରୀତିନୀତି ସମୟରେ ପୁରୁଷମାନେ ମନ୍ଦିର ଚାରିପାଖରେ ଦୌ ଡ଼ନ୍ତି ଏବଂ ନିଜକୁ ଶୁଦ୍ଧ କରନ୍ତି ।

କରୋନା ମହାମାରୀ ଯୋଗୁ ଗତ ୩ବର୍ଷ ଧରି ଏହି ଉତ୍ସବର ଆୟୋଜନ କରାଯାଉ ନ ଥିଲା। କୁହାଯାଉଛି ମହିଳାଙ୍କୁ ଏଥିରେ ସୁଯୋଗ ଦେଇ ପରମ୍ପରା ଭାଙ୍ଗିବା ଜାପାନ ପାଇଁ ଲିଙ୍ଗଗତ ସମାନତା ପାଇଁ ଏକ ବଡ ପଦକ୍ଷେପ ଏବଂ ଏହା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଭେଦଭାବ ଦୂର କରିବ। ଏହା ପୂର୍ବରୁ ଏହା କେବଳ ପୁରୁଷମାନଙ୍କ ପର୍ବ ଭାବରେ ବିବେଚନା କରାଯାଉଥିଲା । ଏହି ନିଷ୍ପତ୍ତିକୁ ଲୋକଙ୍କ ପକ୍ଷରୁ ପ୍ରଶଂସା କରାଯାଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ...

ଭାରତ ବିରୋଧରେ ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁ କାରଣରୁ ସେ ବର୍ତ୍ତମାନ ଟାର୍ଗେଟର ଶିକାର...

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

ଇସ୍ରାଏଲ୍‌କୁ ଝଟ୍‌କା ଦେଲା ଭାରତ: ପାଲେଷ୍ଟାଇନ୍‌କୁ ଖୋଲାଖୋଲି ସମର୍ଥନ

ନ୍ୟୁୟର୍କ,୨।୫: ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ...

ବଞ୍ଚିଛନ୍ତି ଗୋଲଡି ବ୍ରାର, ଆମେରିକା ପୋଲିସ କହିଛି ମିଡିଆରେ ଦିଆଯାଇଥିବା ଖବର ମିଥ୍ୟା

ଚଣ୍ଡିଗଡ଼/ଓ୍ବାଶିଂଟନ, ୨।୫: ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବନ୍ତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି। ପରବର୍ତ୍ତୀ ସମୟରେ, କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ...

ମ୍ୟାନମାରରେ ଫସିଛନ୍ତି ୧୫୦୦ରୁ ଅଧିକ ହିନ୍ଦୁ, ଖାଦ୍ୟ ପାଇଁ ଡହଳ ବିକଳ

ରଖାଇନ,୨।୫: ମ୍ୟାନମାରର ରଖାଇନ ପ୍ରଦେଶର ବୁଟିଡାଙ୍ଗ ସହରରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେନା ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ଲଢେଇ ହେତୁ ହିନ୍ଦୁ ତଥା...

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri