ନେଲ୍‌ କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରି ଚର୍ଚ୍ଚାରେ ଶିଶିର

ଟିକିରି,୯ା୫(ଡି.ଏନ୍‌.ଏ.): ଟେକ୍ନୋଲୋଜି ଯୁଗରେ ମନୁଷ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରତ୍ୟେକ ଜିନିଷକୁ ସରଳ କରିବାକୁ ଉଦ୍ୟମ ଚଳାଇଛି। ସେହିପରି ଏବେକା ସମୟରେ ବିଭିନ୍ନ ସ୍ଥାନରେ କ୍ୟୁଆର୍‌ କୋଡ୍‌(କ୍ୱିକ୍‌ ରେସ୍‌ପନ୍ସ କୋଡ୍‌) ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ପ୍ରାୟ ସମସ୍ତ ଦୋକାନ, ଶୋ’ରୁମ୍‌, ହସ୍ପିଟାଲ, ରେସ୍ତୋରାଁ, ଶପିଂମଲ୍‌ ଆଦିରେ ଏହା ବ୍ୟବହାର କରାଯାଉଛି। ଏହି ଆଧୁନିକ ଟେକ୍ନୋଲୋଜି ଦ୍ୱାରା କୌଣସି ଜିନିଷ ବିଷୟରେ ସୂଚନା, ଡକ୍ୟୁମେଣ୍ଟ ଆଦିକୁ ଷ୍ଟୋର୍‌ କରି ରଖିବା ସହଜ ଏବଂ ସୁରକ୍ଷିତ ହୋଇଥାଏ। ତେବେ କୋରାପୁଟ ଜିଲା ଜୟପୁର ସହରର ଯୁବ ଇଞ୍ଜିନିୟର ଶିଶିର କୁମାର ମଲ୍ଲିକ ଏହାକୁ ଆହୁରି ସରଳ କରିବାକୁ ଯାଇ ନେଲ୍‌ କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରିଛନ୍ତି। ଏହା ଏକ ନାନୋ(ଛୋଟ) କ୍ୟୁଆର୍‌ କୋଡ୍‌। କମ୍ପ୍ୟୁଟର ପ୍ରୋଗ୍ରାମିଂ ଜରିଆରେ କରାଯାଇଥିବା ଏହି କୋଡ୍‌କୁ ଷ୍ଟିକର ଭଳି କମ୍‌ ଦିନ ପାଇଁ ବ୍ୟବହାର କରିପାରିବେ। ସେହିପରି ଟାଟୁଭଳି ସ୍ଥାୟୀ ରୂପେ ଏହାକୁ ନିଜ ହାତ ନଖରେ ପ୍ରିଣ୍ଟ୍‌ କରିପାରିବେ। ଭାରତରେ ଏହା ପ୍ରଥମ ବୋଲି ଶିଶିର ଦାବି କରିଛନ୍ତି।
ଦୁଇ ମାସ ଧରି ପରିଶ୍ରମ କରି ଶିଶିର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନିଜ ନଖ ଉପରେ ଏହି ଛୋଟ କ୍ୟୁଆର୍‌ କୋଡ୍‌ର ରୂପ ଦେବାରେ ସଫଳ ହୋଇଛନ୍ତି। ଏହି କୋଡ୍‌ ଦ୍ୱାରା ଟଙ୍କା କରବାରଠାରୁ ଆରମ୍ଭ କରି ଆଧାର କାର୍ଡ, ବିଭିନ୍ନ ପରିଚୟ ପତ୍ର, ସାର୍ଟିଫିକେଟ, ବ୍ୟାଙ୍କ ତଥ୍ୟ, ୟୁଜର ଆଇଡି ଆଦିକୁ ଏହି କ୍ୟୁଆର୍‌ କୋଡ୍‌ ଦ୍ୱାରା ଗୁପ୍ତ ଏବଂ ସୁରକ୍ଷିତ ଭାବେ ରଖାଯାଇପାରିବ। ନଖରେ କ୍ୟୁଆର୍‌ କୋଡ୍‌ ରହୁଥିବାରୁ ଆବଶ୍ୟକ ସ୍ଥଳେ କୌଣସି ଉକ୍ୟୁମେଣ୍ଟ ସାଙ୍ଗରେ ନ ନେଇ ମଧ୍ୟ ମୋବାଇଲ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନର ସାହାଯ୍ୟରେ ବାହାର କରି ବ୍ୟବହାର କରାଯାଇପାରିବ। ଏଥିରେ ପାସ୍‌ଓ୍ବାର୍ଡ ବ୍ୟବହାର ହେଉଥିବାରୁ ଅନ୍ୟ କେହି ନିଜ ମୋବାଇଲ୍‌ରେ ସ୍କାନ୍‌ କରି ବ୍ୟକ୍ତିଗତ ତଥ୍ୟ ମଧ୍ୟ ନେଇପାରିବେନି ବୋଲି ଶିଶିର କହିଛନ୍ତି। ଏମିତିକି କୌଣସି ଡକ୍ୟୁମେଣ୍ଟର ହାର୍ଡକପି ହଜିଯାଇଥିଲେ ମଧ୍ୟ କ୍ୟୁଆର୍‌ କୋଡ୍‌ ଜରିଆରେ ଷ୍ଟୋର୍‌ ରଖାଯାଇଥିବା ଡକ୍ୟୁମେଣ୍ଟ ସହଜରେ ପାଇପାରିବେ। ସ୍କୁଲ, କଲେଜରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ତଥ୍ୟ, ରେଜିଷ୍ଟ୍ରେଶନ ନମ୍ବର, ପିଲାଙ୍କ ପରିଚୟପତ୍ର ଆଦି କ୍ୟୁାଆର୍‌ କୋଡ୍‌ ଜରିଆରେ ଷ୍ଟୋର୍‌ କରାଯାଇପାରିବ। ଅଫିସରେ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବ୍ୟବହାର କରାଯାଇପାରିବ।
ଶିଶିର ରାୟଗଡ଼ାସ୍ଥିତ ଆର୍‌ଆଇଟିଏଏମ୍‌(ରିତମ୍‌)ରୁ ବି. ଟେକ୍‌ ପାସ୍‌ କରିଥିବାବେଳେ ଏବେ ଉତ୍କଳ ଆଲୁମିନା କମ୍ପାନୀରେ ଟେକ୍ନିସିଆନ ଭାବେ କାମ କରୁଛନ୍ତି। ସେ କାମ ସାରି ଘରକୁ ଯିବା ପରେ ନୂତନ କିଛି ସୃଷ୍ଟି କରିବାରେ ବ୍ୟସ୍ତ ରୁହନ୍ତି। ନେଲ୍‌ କ୍ୟୁାଆର୍‌ କୋଡ୍‌ ବ୍ୟତୀତ ଶିଶିର ପୂର୍ବରୁ ରୋବୋ ହେଲ୍‌ମେଟ, କରୋନା ସ୍ମାର୍ଟକାର୍ଡ, ଜିପିଏସ୍‌ ଯୁକ୍ତ ବେଲ୍ଟ ଆଦି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ଲୋକଙ୍କ ସୁବିଧାକୁ ନଜରରେ ରଖି ସେ ଏସବୁ କରୁଛନ୍ତି। ଆଗକୁ ଅନେକ ଯୋଜନା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଏସଆଇଆର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ: ଗୁଡ଼ାରି BDO, ଇଓଙ୍କୁ ପୁରସ୍କୃତ କଲେ ଉପଜିଲାପାଳ

ଗୁଡାରି,୪।୧୦(ପ୍ରମୋଦ କୁମାର ପତି ): ସରକାରଙ୍କ ଏସଆଇଆର କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଗୁଡାରି ବିଡ଼ିଓ ତଥା ଏଇଆର ଓ ଶୁଚିସ୍ମିତା ବେହେରା ଏବଂ ଏନଏସି କାର୍ଯ୍ୟ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?