ନେଲ୍‌ କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରି ଚର୍ଚ୍ଚାରେ ଶିଶିର

ଟିକିରି,୯ା୫(ଡି.ଏନ୍‌.ଏ.): ଟେକ୍ନୋଲୋଜି ଯୁଗରେ ମନୁଷ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରତ୍ୟେକ ଜିନିଷକୁ ସରଳ କରିବାକୁ ଉଦ୍ୟମ ଚଳାଇଛି। ସେହିପରି ଏବେକା ସମୟରେ ବିଭିନ୍ନ ସ୍ଥାନରେ କ୍ୟୁଆର୍‌ କୋଡ୍‌(କ୍ୱିକ୍‌ ରେସ୍‌ପନ୍ସ କୋଡ୍‌) ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ପ୍ରାୟ ସମସ୍ତ ଦୋକାନ, ଶୋ’ରୁମ୍‌, ହସ୍ପିଟାଲ, ରେସ୍ତୋରାଁ, ଶପିଂମଲ୍‌ ଆଦିରେ ଏହା ବ୍ୟବହାର କରାଯାଉଛି। ଏହି ଆଧୁନିକ ଟେକ୍ନୋଲୋଜି ଦ୍ୱାରା କୌଣସି ଜିନିଷ ବିଷୟରେ ସୂଚନା, ଡକ୍ୟୁମେଣ୍ଟ ଆଦିକୁ ଷ୍ଟୋର୍‌ କରି ରଖିବା ସହଜ ଏବଂ ସୁରକ୍ଷିତ ହୋଇଥାଏ। ତେବେ କୋରାପୁଟ ଜିଲା ଜୟପୁର ସହରର ଯୁବ ଇଞ୍ଜିନିୟର ଶିଶିର କୁମାର ମଲ୍ଲିକ ଏହାକୁ ଆହୁରି ସରଳ କରିବାକୁ ଯାଇ ନେଲ୍‌ କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରିଛନ୍ତି। ଏହା ଏକ ନାନୋ(ଛୋଟ) କ୍ୟୁଆର୍‌ କୋଡ୍‌। କମ୍ପ୍ୟୁଟର ପ୍ରୋଗ୍ରାମିଂ ଜରିଆରେ କରାଯାଇଥିବା ଏହି କୋଡ୍‌କୁ ଷ୍ଟିକର ଭଳି କମ୍‌ ଦିନ ପାଇଁ ବ୍ୟବହାର କରିପାରିବେ। ସେହିପରି ଟାଟୁଭଳି ସ୍ଥାୟୀ ରୂପେ ଏହାକୁ ନିଜ ହାତ ନଖରେ ପ୍ରିଣ୍ଟ୍‌ କରିପାରିବେ। ଭାରତରେ ଏହା ପ୍ରଥମ ବୋଲି ଶିଶିର ଦାବି କରିଛନ୍ତି।
ଦୁଇ ମାସ ଧରି ପରିଶ୍ରମ କରି ଶିଶିର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନିଜ ନଖ ଉପରେ ଏହି ଛୋଟ କ୍ୟୁଆର୍‌ କୋଡ୍‌ର ରୂପ ଦେବାରେ ସଫଳ ହୋଇଛନ୍ତି। ଏହି କୋଡ୍‌ ଦ୍ୱାରା ଟଙ୍କା କରବାରଠାରୁ ଆରମ୍ଭ କରି ଆଧାର କାର୍ଡ, ବିଭିନ୍ନ ପରିଚୟ ପତ୍ର, ସାର୍ଟିଫିକେଟ, ବ୍ୟାଙ୍କ ତଥ୍ୟ, ୟୁଜର ଆଇଡି ଆଦିକୁ ଏହି କ୍ୟୁଆର୍‌ କୋଡ୍‌ ଦ୍ୱାରା ଗୁପ୍ତ ଏବଂ ସୁରକ୍ଷିତ ଭାବେ ରଖାଯାଇପାରିବ। ନଖରେ କ୍ୟୁଆର୍‌ କୋଡ୍‌ ରହୁଥିବାରୁ ଆବଶ୍ୟକ ସ୍ଥଳେ କୌଣସି ଉକ୍ୟୁମେଣ୍ଟ ସାଙ୍ଗରେ ନ ନେଇ ମଧ୍ୟ ମୋବାଇଲ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନର ସାହାଯ୍ୟରେ ବାହାର କରି ବ୍ୟବହାର କରାଯାଇପାରିବ। ଏଥିରେ ପାସ୍‌ଓ୍ବାର୍ଡ ବ୍ୟବହାର ହେଉଥିବାରୁ ଅନ୍ୟ କେହି ନିଜ ମୋବାଇଲ୍‌ରେ ସ୍କାନ୍‌ କରି ବ୍ୟକ୍ତିଗତ ତଥ୍ୟ ମଧ୍ୟ ନେଇପାରିବେନି ବୋଲି ଶିଶିର କହିଛନ୍ତି। ଏମିତିକି କୌଣସି ଡକ୍ୟୁମେଣ୍ଟର ହାର୍ଡକପି ହଜିଯାଇଥିଲେ ମଧ୍ୟ କ୍ୟୁଆର୍‌ କୋଡ୍‌ ଜରିଆରେ ଷ୍ଟୋର୍‌ ରଖାଯାଇଥିବା ଡକ୍ୟୁମେଣ୍ଟ ସହଜରେ ପାଇପାରିବେ। ସ୍କୁଲ, କଲେଜରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ତଥ୍ୟ, ରେଜିଷ୍ଟ୍ରେଶନ ନମ୍ବର, ପିଲାଙ୍କ ପରିଚୟପତ୍ର ଆଦି କ୍ୟୁାଆର୍‌ କୋଡ୍‌ ଜରିଆରେ ଷ୍ଟୋର୍‌ କରାଯାଇପାରିବ। ଅଫିସରେ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବ୍ୟବହାର କରାଯାଇପାରିବ।
ଶିଶିର ରାୟଗଡ଼ାସ୍ଥିତ ଆର୍‌ଆଇଟିଏଏମ୍‌(ରିତମ୍‌)ରୁ ବି. ଟେକ୍‌ ପାସ୍‌ କରିଥିବାବେଳେ ଏବେ ଉତ୍କଳ ଆଲୁମିନା କମ୍ପାନୀରେ ଟେକ୍ନିସିଆନ ଭାବେ କାମ କରୁଛନ୍ତି। ସେ କାମ ସାରି ଘରକୁ ଯିବା ପରେ ନୂତନ କିଛି ସୃଷ୍ଟି କରିବାରେ ବ୍ୟସ୍ତ ରୁହନ୍ତି। ନେଲ୍‌ କ୍ୟୁାଆର୍‌ କୋଡ୍‌ ବ୍ୟତୀତ ଶିଶିର ପୂର୍ବରୁ ରୋବୋ ହେଲ୍‌ମେଟ, କରୋନା ସ୍ମାର୍ଟକାର୍ଡ, ଜିପିଏସ୍‌ ଯୁକ୍ତ ବେଲ୍ଟ ଆଦି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ଲୋକଙ୍କ ସୁବିଧାକୁ ନଜରରେ ରଖି ସେ ଏସବୁ କରୁଛନ୍ତି। ଆଗକୁ ଅନେକ ଯୋଜନା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri