Posted inଖେଳ

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଦିଲ୍ଲୀକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀକୁ ୧୦ ଉଇକେଟରେ ହରାଇ ଓଡ଼ିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୩୬ ରନ କରିଥିଲା। ଦଳ ପକ୍ଷରୁ ମନୀଷ କୁମାର ୪୦ ଓ ଅକ୍ଷୟ ବର୍ମା ୨୫ ରନ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ତପନ କୁମାର ଗୌଡ଼ା ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍‌ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ। ସୁଖରାମ ମାଝି, ପଙ୍କଜ ଭୁଏ ଓ ନକୁଳ ବଡନାୟକଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ୧୩୭ ରନ ବିଜୟ ଲକ୍ଷ୍ୟକୁ ଓଡ଼ିଶା ୧୧.୪ ଓଭରରେ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା। ସୁଖରାମ ମାଝି ୩୯ ବଲ୍‌ରୁ ୭୧ (୧୧ ଚୌକା) ଓ ନକୁଳ ବଡନାୟକ ୩୬ ବଲରୁ ୫୪(୭ ଚୌକା) ରନ କରି ଅପରାଜିତ ରହିଥିଲେ। ସୁଖରାମ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଶୁକ୍ରବାର ଓଡ଼ିଶା ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ହରିୟାଣାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌-୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୪।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଷଷ୍ଠ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ...

ଚେନ୍ନାଇନ ସହ ଡ୍ର’ ରଖିଲା ଓଡ଼ିଶା

ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ...

ମମତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୋଗ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଭର୍ଚୁଆଲ ଜାତୀୟ ଯୋଗାଶନ ପ୍ରତିଯୋଗିତାରେ କିଟ୍‌...

ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ

ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ...

ଜମ୍ମୁ-କଶ୍ମୀରରେ ରହୁଥିବା ଏହି କ୍ରିକେଟରଙ୍କ ପାଇଁ ରକ୍ଷକ ସାଜିଲେ ସେନା, ଘରେ ନେଇ ପହଞ୍ଚାଇଲେ ଔଷଧ

ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରରେ ରହୁଥିବା ଦିଲ୍ଲୀ ରଣଜୀ ଟିମର ପୂର୍ବତନ ଅଧିନାୟକ ମିଥୁନ ମାନହସ୍‌ଙ୍କ ପରିବାର ଲୋକଙ୍କ ପାଇଁ ରକ୍ଷକ ସାଜିଛନ୍ତି ଭାରତୀୟ ସେନା। ମିଥୁନଙ୍କ...

ସେମିଫାଇନାଲ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ମେଲବୋର୍ନ,୮।୧୧: ନଭେମ୍ବର ୧୦ରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ଆଡିଲେଡରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟ୍‌କା ଲାଗିଛି। ଅଭ୍ୟାସ ଅଧିବେଶନରେ ଭାରତୀୟ ଅଧିନାୟକ...

କିଏ ଜିତିବ ଅରେଞ୍ଜ୍‌ କ୍ୟାପ୍‌, ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ଆଇପିଏଲ ୨୦୨୦ ଏବେ ଶେଷ ରାଉଣ୍ଡରେ ପହଞ୍ଚିଛି। ଆଉ ମାତ୍ର ୨ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ପ୍ଲେ ଅଫ ଏବଂ...

ଅନ୍ତିମ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ନାଗପୁର, ୧୦।୧୧(ପି.ଟି.)- ଚଳିତ ସେସନରେ ଭାରତ ଘରୋଇ ପରିବେଶରେ ତା’ର ପ୍ରଥମ ଟି୨୦ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ...

Advertisement
Archives

Model This Week