Posted inଖେଳ

ଦୀପକ ବେହେରାଙ୍କ ଅବସର

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଅଲରାଉଣ୍ଡର ଦୀପକ ରଞ୍ଜନ ବେହେରା ପ୍ରଥମ ଶ୍ରେଣୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଗତ ୧୩ ବର୍ଷ ଧରି ସେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ଆସିଥିଲେ। ୨୦୧୧ ନଭେମ୍ବର ୩ରୁ ୬ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ସୌରାଷ୍ଟ୍ର ବିପକ୍ଷ ମ୍ୟାଚରେ ସେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। କ୍ୟାରିୟରରେ ୪୫ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳିଥିବା ଦୀପକ ୬୯ଟି ଇନିଂସରେ ୧୦୭୯ ରନ ସଂଗ୍ରହ କରିବା ସହ ୧୦୨ଟି ଉଇକେଟ ନେଇଛନ୍ତି। ତାଙ୍କ ସର୍ବାଧିକ ସ୍କୋର ହେଉଛି ୬୭। ଗୋଟିଏ ଇନିଂସରେ ତାଙ୍କ ଶ୍ରେଷ୍ଠ ବୋଲିଂ ଫିଗର ହେଉଛି ୬/୩୭ ଏବଂ ମ୍ୟାଚରେ ୯/୬୪। ସେହିପରି ସେ ଲିଷ୍ଟ-ଏ ରେ ୪୭ଟି ମ୍ୟାଚ ଖେଳି ୩୧୮ ରନ, ୫୧ ଉଇକେଟ ଏବଂ ଟି୨୦ର ୩୯ଟି ମ୍ୟାଚରେ ୨୬୯ ରନ ଏବଂ ୩୮ ଉଇକେଟ ହାସଲ କରିଛନ୍ତି। ଲିଷ୍ଟ-ଏ’ରେ ତାଙ୍କ ଶ୍ରେଷ୍ଠ ବୋଲିଂ ସଫଳତା ହେଉଛି ୬/୨୨ ଏବଂ ଟି୨୦ରେ ୩/୨୩। ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଶୁଭକାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?