Posted inଫୁରସତ

ଏ ହେଉଛନ୍ତି ବାସ୍ତବ ଜୀବନର କୁମ୍ଭକର୍ଣ୍ଣ ! ବର୍ଷର ୩୬୫ ଦିନରୁ ଶୋଇଥାନ୍ତି ୩୦୦ ଦିନ…

ନାଗୌର: ରାମାୟଣରେ ରାବଣର ସାନଭାଇ କୁମ୍ଭକର୍ଣ୍ଣଙ୍କ ବିଷୟରେ ଉଲ୍ଲେଖ ରହିଛି। ସେ ବର୍ଷରେ ଛଅମାସ ଖାଉଥିବା ବେଳେ ଛଅମାସ ଶୋଇଥାନ୍ତି। ଏବେ ରାଜସ୍ଥାନର ନାଗୌରରେ ଏଭଳି ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି, ଯିଏ ବର୍ଷର ୩୬୫ ଦିନରୁ ୩୦୦ ଦିନ ଶୋଉଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ବାସ୍ତବ ଜୀବନର କୁମ୍ଭକର୍ଣ୍ଣ ବୋଲି କହୁଛନ୍ତି।

ବ୍ୟକ୍ତିଜଣଙ୍କ ହେଲେ ନାଗୌର ଜିଲା ଭଦଓ୍ବା ଗ୍ରାମର ୪୨ ବର୍ଷୀୟ ପୁରଖରାମ। ସେ ୨୩ ବର୍ଷରୁ ଆକ୍ସିସ ହାଇପରସୋମନିୟା ନାମକ ଏକ ବିରଳ ରୋଗରେ ପୀଡ଼ିତ। ସାଧାରଣତଃ ଲୋକଙ୍କୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ପୁରଖରାମ ୨୫ ଦିନ ଲଗାତାର ଭାବେ ଶୋଇଥାନ୍ତି। ଏହି କାରଣରୁ ସେ ମାସକୁ ମାତ୍ର ୫ ଦିନ ନିଜ ଦୋକାନ ଚଳାଇପାରିଥାନ୍ତି।

ପୁରଖରାମଙ୍କ ପରିବାରସଦସ୍ୟ କୁହନ୍ତି, ସେ ଯେତେବେଳେ ଶୋଇପଡ଼ନ୍ତି, ତାଙ୍କୁ ଉଠାଇବା କଷ୍ଟକର ହୋଇପଡେ। ପ୍ରାରମ୍ଭିକ ଦିନରେ ଏହି ସମସ୍ୟା ଦେଖାଦେବାବେଳେ ପରିବାରଲୋକେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ସେ ଦିନକୁ ୧୫ ଘଣ୍ଟା ଶୋଉଥିଲେ। ଧିରେଧିରେ ଶୋଇବାର ଅବଧି କିଛି ଘଣ୍ଟା ବଢ଼ିଥିଲା। ପରେ ଅନେକ ଦିନକୁ ବୃଦ୍ଧି ପାଇଲା। ତେବେ ତାଙ୍କର ଲକ୍ଷଣ ଏତେ ଖରାପ ହେଲା ସେ ଏବେ ସେ ଥରେ ଶୋଇଲେ ୨୦-୨୫ ଦିନ ଶୋଇଯାଇଥାନ୍ତି।

ପୁରଖରାମଙ୍କ ପରିବାରସଦସ୍ୟ ତାଙ୍କୁ ଶୋଇବା ସମୟରେ ଖାଇବାକୁ ଦିଅନ୍ତି ଏବଂ ଗାଧୋଇ ଦିଅନ୍ତି। ବେଳେବେଳେ ସେ କାମ କରୁଥିବା ସମୟରେ ମଧ୍ୟ ଶୋଇପଡ଼ନ୍ତି। ଚିକିତ୍ସା ଏବଂ ଅତ୍ୟଧିକ ନିଦ୍ରା ସତ୍ତ୍ୱେ ତାଙ୍କ ଶରୀର ଅଧିକାଂଶ ସମୟ କ୍ଳାନ୍ତ ରହିଥାଏ। କାମ କରିବାକୁ ତାଙ୍କୁ ଇଚ୍ଛା ନ ଥାଏ। ହେଲେ ସେ ଶୀଘ୍ର ସୁସ୍ଥ ହୋଇ ପୂର୍ବଭଳି ସାଧାରଣ ଜୀବନଯାପନ କରିବେ ବୋଲି ସ୍ତ୍ରୀ ଲିଚ୍ଛମୀ ଦେବୀ ଏବଂ ମା’ କାବେରୀ ଦେବୀ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?