ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ଆଶ୍ୱସ୍ତିକର ଖବର: କୋଭିଡ ସଂକ୍ରମଣରୁ ମୁକ୍ତ ହେଲା ଏହି ରାଜ୍ୟ

କୋହିମା,୨୫।୪: କିଛି ସମୟର ବିରତି ପରେ ପୁଣି ଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାର ଓ ଜନସାଧାରଣଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଇତିମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରୁ ଏକ ଖୁସି ଖବର ସାମ୍ନାକୁ ଆସିଛି। ନାଗାଲାଣ୍ଡ ଏବେ କରୋନା ମୁକ୍ତ ରାଜ୍ୟ ହୋଇଯାଇଛି। ସୂଚନାଯୋଗ୍ୟ, ନାଗାଲାଣ୍ଡର ଦିମାପୁର ସହରରେ ମାତ୍ର ଜଣେ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ରବିବାର ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି। ଏହାପରେ ନାଗାଲାଣ୍ଡରେ ଏବେ ଜଣେ ବି କରୋନା ସଂକ୍ରମିତ ନ ଥିବା କୁହାଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡ କରୋନା ମୁକ୍ତ ହୋଇଛି। ନାଗାଲାଣ୍ଡରେ ୨୦୨୦ ମେ’ ୨୫ରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ୩ କରୋନା ଆକ୍ରାନ୍ତ ଚେନ୍ନାଇରୁ ଫେରିଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ପରେ କରୋନା ସଂକ୍ରମଣ ବଢାଇଥିଲେ। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୩୫ହଜାର ୪୮୮ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୩୩ହଜାର ୨୪୪ଜଣ ସୁସ୍ଥ ହୋଇସାରିଛନ୍ତି। ଏଥିସହ କରୋନାଜନିତ ୭୬୦ଜଣ ନିଜର ପ୍ରାଣ ହରାଇଛନ୍ତି। ନାଗାଲାଣ୍ଡରେ ୯୩.୬୮ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହୋଇଥିବା ସୂଚନା ରହିଛି। ସୂଚନା ମୁତାବକ, ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣର ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସିନାହିଁ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ବିଶୋଧନାଗାରରେ ବିସ୍ଫୋରଣ

ପାଟନା,୧୬।୯: ବିହାର ବେଗୁସରାଇ ଜିଲା ଅଧୀନ ବରାଉଣୀ ତୈଳ ବିଶୋଧନାଗାରରେ ଗୁରୁବାର ବିସ୍ଫୋରଣ ଘଟି ୧୫ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ...

ରେଳଯାତ୍ରୀଙ୍କ ସୁରକ୍ଷା: ଷ୍ଟେଶନରେ ଲାଗିବ ଲକ୍ଷେ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୨୬।୧୧: ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ଦେଶର ବିଭିନ୍ନ ଷ୍ଟେଶନରେ ଲକ୍ଷେ ସିସିଟିଭି କ୍ୟାମେରା ଲଗାଯିବା। ଏନେଇ ରେଳ ବିଭାଗ ପକ୍ଷରୁ ଟେଣ୍ଡର ଜାରି କରାଯାଇଛି। ଟେଣ୍ଡର...

ଚିତ୍ରାଙ୍କୁ ସିବିଆଇ ଜେରା

ମୁମ୍ବାଇ,୧୯।୨: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ଏମ୍‌ଡି ଚିତ୍ରା ରାମକ୍ରିଷ୍ଣାଙ୍କୁ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଜେରା କରିଛନ୍ତି।...

ମହାରାଷ୍ଟ୍ରରେ କ୍ଷମତା ଯୁଦ୍ଧ:ଉଦ୍ଧବ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ,୧-୧୧:ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ କ୍ଷମତା ଲଢ଼େଇ ଜାରି ରହିଛି। ଶିବସେନାର ବରିଷ୍ଠ ନେତା ଏକ୍‌ନାଥ ସିନ୍ଧେ ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ...

ଶୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ବାଇ,୩।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏବଂ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ବେଳେ ଗୋରେଗାଓଁ ସ୍ଥିତ ସେଟ୍‌ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ...

ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୪|୪(ଡିଏନଏ):ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳକୁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସିଲ କରିଥିବା ବେଳେ ପୂର୍ବରୁ ସେଠାରେ ରହୁଥିବା ୬ଜଣ ବ୍ୟକ୍ତି ଏକ ଡାଲା ଅଟୋରେ ତାରପୋଲିନ ଢାଙ୍କି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନ

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଧାନଘରା ଗ୍ରାମର ମା’ଲକ୍ଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ...

ଗର୍ଲଫ୍ରେଣ୍ଡ ଖୋଜିବାରେ ବିଧାୟକଙ୍କ ସାହାଯ୍ୟ ଲୋଡିଲେ ଯୁବକ: ଆଉ ତା’ପରେ

ମୁମ୍ବାଇ,୧୪।୯: ଅଞ୍ଚଳର ସମସ୍ୟା ସମ୍ପର୍କରେ ଲୋକେ ବିଧାୟକ ଏବଂ ଏମ୍‌ପିଙ୍କୁ ଚିଠି ଲେଖିବା ଏକ ସାଧାରଣ କଥା। ଅନେକ ଲୋକ ସୁଖ କିମ୍ବା ଦୁଃଖ ସମୟରେ...

Advertisement
Archives

Model This Week