ରୋଷେୟା ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା ଅଫିସ,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବ୍ରଜରାଜନଗର ଭାଜପା ପକ୍ଷରୁ ସୋମବାର ସ୍ଥାନୀୟ ରେଳଷ୍ଟେଶନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାଜପା କର୍ମକର୍ତ୍ତାମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ପରେ ଭାଜପା ନେତୃବୃନ୍ଦ ଏକ ଶୋଭାଯାତ୍ରାରେ ଯାଇ ବ୍ରଜରାଜନଗର ଥାନା ଆଇଆଇସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତଙ୍କ ଗତ ୧୭ ତାରିଖରେ ଆକସ୍ମିକ ମୃତ୍ୟୁ ହୋଇଥିଲା । ଏହାକୁ ପୋଲିସ ଆତ୍ମହତ୍ୟା ବୋଲି କହୁଥିବା ବେଳେ କାହିଁକି ରାତାରାତି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ଏ ସମ୍ପର୍କରେ ଗଣମାଧ୍ୟମ ଓ ସ୍ଥାନୀୟ ଲୋକେ କେମିତି ଜାଣିପାରିଲେ ନାହିଁ। ଏସବୁ ଦିଗକୁ ଦେଖିଲେ ଲଳିତଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ସନ୍ଦେହ ବଢିବାରେ ଲାଗିଛି। ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବାରୁ ଏହାକୁ ଚପାଇ ଦେବାକୁ ଜୋରଦାର ପ୍ରୟାସ କରାଯାଉଛି। ମନ୍ତ୍ରୀଙ୍କ ଚାପରେ ପୋଲିସ କାର୍ଯ୍ୟ କରୁଛି ବୋଲି ଅନୁମେୟ। ଏଥିପାଇଁ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ବହିଷ୍କାର କରି ନିରପେକ୍ଷ ତଦନ୍ତ କରିବା ପାଇଁ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ବିକ୍ଷୋଭରେ ସୁଜିତ ସିଂହ, ତପନ ସ୍ବାଇଁ, ଅମରେନ୍ଦ୍ର ରାୟ, ଚୈତନ୍ୟ ସିଂହ, ଜିତେନ୍ଦ୍ର ସରକାର, ଜିତେନ୍ଦ୍ର ପଟ୍ଟନାୟକ, ନବୀନ ସିଂହ, ମନିଷ ପଟେଲ ପ୍ରମୁଖ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୃଷକସଂଘ ସମିତିର ଆନ୍ଦୋଳନକୁ ମିଳିତ ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ

ସୁନ୍ଦରଗଡ଼, ୧୫।୧୨(ଡି.ଏନ୍‌.ଏ)- ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ମିଳିତ ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଜିଲାପାଳଙ୍କ...

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ମୁକୁଳା ଡ୍ରେନ୍‌ର ମରାମତି କାମ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଦୀର୍ଘ ମାସ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମୁକୁଳା ହୋଇ ପଡ଼ିଥିବା ଫୁଟ୍‌ପାଥର ମରାମତି କାମ ଆରମ୍ଭ ହୋଇଛି। ଏହା ଦ୍ୱାରା ଲୋକମାନେ ବିପଦପୂର୍ଣ୍ଣ...

ଶସ୍ତା ପ୍ଲାଏରେ ଝରକା, କବାଟ ନିର୍ମିତ

ପାରାଦୀପ ,୩୦।୧୦(ସ୍ବ.ପ୍ର.): ପାରାଦୀପର ଏକମାତ୍ର କଲେଜ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମରାମତି ବାବଦ ଖର୍ଚ୍ଚକୁ ନେଇ ମାସେ ହେବ ବିବାଦ ଲାଗିରହିଛି। ୨୩ ଲକ୍ଷ...

ମୃତଦେହକୁ ନିଜ କାର୍‌ରେ ନେଇ ଘରେ ପହଞ୍ଚାଇଲେ ଯୁବକ: ଛୁଟୁଛି ପ୍ରଶଂସାର ସୁଅ

ହରଭଙ୍ଗା,୧୭।୧୧(ଡି.ଏନ୍‌.ଏ.): ରାସ୍ତାରୁ ଶିଶୁର ମୃତଦେହକୁ କାରରେ ନେଇ ଘରେ ଛାଡି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ଜଣେ ଯୁବକ। ଏଭଳି ଏକ ଘଟଣା ଘଟିଛି...

ଟଙ୍କା ହଡ଼ପ କରି ଆକାଉଣ୍ଟାଣ୍ଟ ଫେରାର ଘଟଣା: ବ୍ୟାଙ୍କ ମ୍ୟାନେଜର, ରାଜସ୍ବ ନିରୀକ୍ଷକଙ୍କୁ ଜେରା

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ...

ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ: ପ୍ରଚଳିତ ପରୀକ୍ଷା ପଦ୍ଧତିର ସୁପରିଚାଳନା ପାଇଁ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ସମଗ୍ର ରାଜ୍ୟରେ ପ୍ରଚଳିତ ପସନ୍ଦ ଆଧାରିତ ସାଧାରଣ ପାଠ୍ୟ ଖସଡ଼ାର ସଶକ୍ତିକରଣ ଓ ନୂତନୀକରଣ ଏବଂ ସାଧାରଣ...

ହାଇକୋର୍ଟରେ ମହିମାଙ୍କ ଜାମିନ ସଂକ୍ରାନ୍ତ ତଥ୍ୟ ଦାଖଲ

କଟକ ଅଫିସ, ୨୯।୮: ସିୱେଜ୍‌ ଶିପିଂ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ସମ୍ପର୍କିତ ତଥ୍ୟ ବୁଧବାର ହାଇକୋର୍ଟରେ...

ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଜେଲ୍‌ ଗଲେ ଶିକ୍ଷକ

ପଦ୍ମପୁର,୧୩ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଣେ ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇ ଜେଲ୍‌ ଯାଇଛନ୍ତି ଜଣେ ଶିକ୍ଷକ। ସୂଚନାଯୋଗ୍ୟ, ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ...

Advertisement
Archives

Model This Week