ବ୍ୟାଙ୍କରେ ଅଚେତ ହୋଇଗଲେ ନାବାଳିକା ଛାତ୍ରୀ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଜ୍ୟୋତ୍ସ୍ନା ସ୍ବାଇଁ ଓ ତାଙ୍କ ଝିଅ କାଜଲ ସ୍ବାଇଁ(୯) ସୋମବାର କୌଣସି କାମରେ ଗଞ୍ଜାମ ଷ୍ଟେଟ୍‌ ବ୍ୟାଙ୍କ ଆସିଥିଲେ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ କାଜଲ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ନାବାଳିକା ଛାତ୍ରୀ ଜଣକ ଅଚେତ ହୋଇ ପଡ଼ିଥିବା ଦେଖି ସେହି ବାଟ ଦେଇ ଯାଉଥିବା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଏବଂ ମନୋଜ କୁମାର ପ୍ରଧାନ ତୁରନ୍ତ ତାଙ୍କୁ ଉଦ୍ଧାରକରି ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇଥିଲେ l ତୁରନ୍ତ ମେଡିକାଲରେ ପହଞ୍ଚିବା ଯୋଗୁ ଛାତ୍ରୀଙ୍କ ଜୀବନ ବଞ୍ଚିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି l ଅନ୍ୟପକ୍ଷେ କିଛିଦିନ ହେଲା ପ୍ରଚଣ୍ଡ ଖରାରେ ସାରା ରାଜ୍ୟ ସିଝୁଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଜଳଛତ୍ର ଖୋଲାଯାଇ ନ ଥିବା ଅଭିଯୋଗ ହୋଇଛି। ଖରାକୁ ଦୃଷ୍ଟିରେ ରଖି ତୁରନ୍ତ ଏକ ଜଳଛତ୍ର ଖୋଳିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରକୁ ପଶିଗଲା ଟ୍ରକ: ୨ ମୃତ

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.)-ସଦର ଥାନା ଶୁଆକାଠି ପାଟେଶ୍ୱର ମନ୍ଦିର ନିକଟ ବାଂଶପାଳ-କେନ୍ଦୁଝର ରାସ୍ତାରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯାଇଛି। ଫଳରେ ଦୋକାନ ମାଲିକ...

କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୨୦ା୬: କମ୍‌ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀ ଚିନ୍ତାରେ ପଡିଛନ୍ତି। କାରଣ ବର୍ଷା ହେଲେ ରଜ ପରେ ଚାଷୀ ବିଲରେ ବିହନ ବୁଣିବା...

ଖୋଲିଲା ସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚଳାଚଳ କରିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ରେଳଷ୍ଟେଶନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର ଶୁକ୍ରବାରଠାରୁ ପୁଣି ଖୋଲିଛି । ଜୁନ ପହିଲାରୁ ଟ୍ରେନ ଚଳାଚଳ କରିବା ନେଇ ରେଳ...

୪ ଟ୍ରେନରୁ ଓହ୍ଲାଇଲେ ପ୍ରବାସୀ

ଭଦ୍ରକ ଅଫିସ,୨୬ା୫- ଭଦ୍ରକ ଷ୍ଟେଶନରେ ସୋମବାର ୩ଟି ଟ୍ରେନରେ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି। ସୋମବାର ଅପରାହ୍ନରେ ହାଇଦ୍ରାବାଦରୁ ଏକ ଟ୍ରେନ ଆସି ଭଦ୍ରକରେ ପହଞ୍ଚିଥିଲା। ସେଥିରେ...

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ: ବିଡିଓଙ୍କ ନେତୃତ୍ୱରେ ସ୍ଥିତି ସମୀକ୍ଷା

ରସୁଲପୁର,୩।୧(ଡି.ଏନ୍‌.ଏ.)- ଯାଜପୁର ଜିଲାର ରସୁଲପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ ସରୁନି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକାଧିକ ଦଳ ତଦନ୍ତରେ...

ଆଜି ରତ୍ନବେଦିକୁ ବିଜେ କରିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ଜନ୍ମବେଦିରୁ ବାହୁଡ଼ି ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଏବେ ଚତୁର୍ଦ୍ଧାବିଗ୍ରହ। ଭକ୍ତଶୂନ୍ୟ ସୁନାବେଶ ପରେ ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା...

କୋଭିଡ-୧୯ ମୁକାବିଲା ପାଇଁ ଜରୁରିକାଳୀନ ହସ୍‌ପିଟାଲ: ଛାତ୍ରାବାସକୁ କରାଗଲା ପ୍ରସ୍ତୁତି

ଦାରିଙ୍ଗବାଡି,୨୮।୩(ଡି.ଏନ୍‌.ଏ.)- କୋଭିଡ-୧୯ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଦାରିଙ୍ଗବାଡିଠାରେ ଥିବା ମଙ୍ଗଳ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ କୋଠା...

ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଢେଙ୍କାନାଳ ପୋଲିସର ତନାଘନା

ଢେଙ୍କାନାଳ ଅଫିସ,୨୬।୪: ଜେରକ୍ସ ଦୋକାନରେ କମ୍ପ୍ୟୁଟର ସହାୟତାରେ ପ୍ରସ୍ତୁତ କରାଯାଉଥିଲା ନକଲି ସାର୍ଟିଫିକେଟ। ଟଙ୍କା ଦେଲେ ମିଳିଯାଉଥିଲା ପ୍ରମାଣପତ୍ର। ନା ପରୀକ୍ଷା ଦେବାକୁ ପଡୁଥିଲା ନା...

Advertisement
Archives

Model This Week