Posted inଖେଳ

ନାଡାଲଙ୍କ ୧,୦୦୦ତମ ବିଜୟ

ପ୍ୟାରିସ(ଏପି):ମହାନ୍‌ ଟେନିସ ଖେଳାଳି ରାଫାଲ ନାଡାଲଙ୍କ ମ୍ୟାଚ ବିଜୟ ହାସଲ ସଂଖ୍ୟା ୧,୦୦୦ରେ ପହଞ୍ଚତ୍ଛି। ପ୍ୟାରିସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବୁଧବାର ଫେଲିସିଆନୋ ଲୋପେଜଙ୍କୁ ୪-୬, ୭-୬ (୫), ୬-୪ ସେଟ୍‌ରେ ପରାସ୍ତ କରିବା ପରେ ସେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। କୋଭିଡ୍‌ କଟକଣା ଯୋଗୁ ସେତେବେଳେ ୨୦,୦୦୦ ଆସନ କ୍ଷମତାବିଶିଷ୍ଟ ଷ୍ଟାଡିୟମରେ ସେତେବେଳେ ଜଣେ ହେଲେ ଦର୍ଶକ ତାଙ୍କୁ ଉତ୍ସାହିତ କରିବା ଲାଗି ଉପସ୍ଥିତ ନ ଥିଲେ। ୧୯୬୮ରେ ଓପନ୍‌ ଯୁଗ ଆରମ୍ଭ ହେବା ପରଠାରୁୁ ୧,୦୦୦ କିମ୍ବା ତା’ଠାରୁ ଅଧିକ ମ୍ୟାଚ ଜିତବା ଗୌରବ ହାସଲ କରିଥିବା ଅନ୍ୟ ପୁରୁଷ ଖେଳାଳିମାନେ ହେଲେ ଜିମ୍ମି କନ୍ନର୍ସ (୧,୨୭୪), ରୋଜର ଫେଡରର (୧,୨୪୨) ଏବଂ ଇଭାନ ଲେଣ୍ଡଲ (୧,୦୬୮। ଷ୍ଟାଡିୟମରେ ଦର୍ଶକ ନ ଥିବାରୁ ଏହି ସଫଳତାର ମଜା ସେ ଯଦିଓ ଉପଭୋଗ କରିପାରି ନ ଥିଲେ ଏହି ସଂଖ୍ୟା ହାସଲ କରିବା ତାଙ୍କ ପାଇଁ ସ୍ବତନ୍ତ୍ର ଥିଲା ବୋଲି ନାଡାଲ କହିଛନ୍ତି। ଚଳିତ ବର୍ଷ ନାଡାଲ ପ୍ୟାରିସ୍‌ରେ ତାଙ୍କ ଦ୍ୱିତୀୟ ମାଇଲଖୁଣ୍ଟ ହାସଲ କରିଥିଲେ। ଗତ ମାସରେ ରୋଲାଣ୍ଡ ଗ୍ୟାରୋସଠାରେ ସେ ଫ୍ରେଞ୍ଚ୍‌ ଓପନ ଜିତିବା ଦ୍ୱାରା ୨୦ ଗ୍ରାଣ୍ଡସ୍ଲାମ ବିଜୟରେ ରୋଜର ଫେଡରରଙ୍କ ରେକର୍ଡର ସମକକ୍ଷ ହୋଇ ପାରିଥିଲେ। କିନ୍ତୁ ସେତେବେଳେ ତାଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାଡିୟମରେ ୧,୦୦୦ ଦର୍ଶକ ଉପସ୍ଥିତ ଥିଲେ। ବର୍ସି ଆରେନାଠାରେ କିନ୍ତୁ ଜଣେ ହେଲେ ଦର୍ଶକଙ୍କୁ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri