ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର, ୨୬ା୪(ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନକୁ ଯାଇଥିଲା। ଆଙ୍କୋଲି ଶିଳ୍ପାଞ୍ଚଳ ନିକଟସ୍ଥ ପଞ୍ଚଶୀଳମାର୍ଗରେ ଥିବା ବାସଭବନରେ ସ୍ତ୍ରୀ ଜୟନ୍ତୀ ଦାସଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍‌ ଆଲୋଚନା କରିଥିଲା। ଗୁଳିମାଡ଼ ଘଟଣା ଦିନ ଓ ଏହା ପୂର୍ବରୁ ଜସହିତ କ’ଣ ସବୁ କଥା ହୋଇଥିଲେ ସେ ସବୁ ଦିଗ ପ୍ରତି ଗୁରୁତ୍ୱ ଦେଇ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତାଙ୍କୁ ପଚରାଉଚରା କରିଥିଲା। ଏଥିସହ ତାଙ୍କର ବୟାନ ରେକର୍ଡ କରାଯାଇଥିବା ଏଏସ୍‌ପି ମଲ୍ଲିକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଜେରା କରାଯାଇ ବୟାନ ରେକର୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆହୁରି କିଛି ଲୋକଙ୍କୁ ପଚରାଉଚରା କରାଯିବ ବୋଲି ମଲ୍ଲିକ କହିଛନ୍ତି। ଏହି ମାମଲାର ଖୋଳତାଡ଼ ପାଇଁ ଗତ ୨୩ ତାରିଖରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇଛି।

୨୪ ତାରିଖରୁ ବିଭିନ୍ନ ଲୋକଙ୍କୁ ଡାକି ଜେରା କରୁଛି। ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ତା’ର ସିଡିଆର୍‌ (କଲ ଡିଟେଲ ରେକର୍ଡ) ବାହାର କରି ଜଣକ ପରେ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ କ୍ରାଇମ୍‌ବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।

ମାତ୍ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏହି ଦିଗରେ କିଛି ସ୍ପଷ୍ଟ ସୂଚନା ଦେଉନାହିଁ। ଟିମ୍‌ ପକ୍ଷରୁ ଆଉ କିଛି ଲୋକଙ୍କୁ ମଧ୍ୟ ଜେରା କରାଯିବାର ସମ୍ଭାବନା ରହିଛି। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କ ପୁଅ ମନୋଜ ଦାସ, ଭାଇ ସତ୍ୟ ନାରାୟଣ ଦାସ ଓ ତାଙ୍କ ପୁତୁରା ପ୍ରଦୀପ ଦାସଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି।

ଶନିବାର ଜୟନ୍ତୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗତଥର ତଦନ୍ତ ପାଇଁ ବ୍ରହ୍ମପୁର ଆସିଥିବା କ୍ରାଇମ୍‌ବ୍ରାଞ୍ଚ ଟିମ ମଧ୍ୟ ଏ ସମସ୍ତଙ୍କର ବୟାନ ନେଇଥିଲା। ୪ଜଣ ପରିବାରବର୍ଗ, ଜଣେ ପୋଲିସ ବନ୍ଧୁ, ଓଏସ୍‌ଆର୍‌ଟିସିର ଜଣେ ବସ୍‌ କଣ୍ଡକ୍ଟର୍‌ ଏହିଭଳି ୧୧ଜଣଙ୍କ ବୟାନ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଇତିମଧ୍ୟରେ ନେଇସାରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri