ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ୱର,୧୮।୧: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦର ଆବାହକ ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ମମିତା ମେହେର ଭଳି ନବଙ୍କ ମାମଲାରେ ଘଟଣାରେ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ତୋଷଜନକ ନଥିବା କହି ତାଙ୍କ ଆବେଦନରେ ଦର୍ଶାଇଥିଲେ । ତେଣୁ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି। ରାଜନୈତିକ ଅଭିସନ୍ଧି ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେଣୁ ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ତଦନ୍ତରେ ସ୍ବଚ୍ଛତା ରହିବ ନାହିଁ । ଯେହେତୁ ଏହା ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ, ସିବିଆଇ ହିଁ ତଦନ୍ତ କରିବା ଆବଶ୍ୟକ ବୋଲି ପାଣିଗ୍ରାହୀ ଦର୍ଶାଇଛନ୍ତି ।

୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ପଶ୍ଚିମ ଓଡ଼ିଶାର ଟାଣୁଆ ତେନା ତଥା ପୂର୍ବତନ ସୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଘଟଣାସ୍ଥଳରେ ପହଞ୍ଚିବା ପରେ କାରରୁ ଓହ୍ଲାଇବା ସମୟରେ ନବଙ୍କୁ ଖୁବ ଧୁମଧାମରେ ସୱାଗତ କରାଯିବା ସହ ଫୁଲମାଳ ପିନ୍ଧାଇ ପାଛୋଟି ନେବା ସମୟରେ ଫୁଟିଥିଲା ଗୁଳି । ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ ପ୍ରଥମେ ଝାରସୁଗୁଡାର ନିକଟସ୍ଥ ହସ୍ପିଟାଲରେ ନବଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଏକ ସୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚାଯାଇ ବିମାନବନ୍ଦରରୁ ଗ୍ରୀନ କରିଡର ମଧ୍ୟରେ ଆମୱୁଲାନ୍ସ ମାଧ୍ୟମରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

ମଦ୍ୟପଙ୍କୁ ମାରି ପୋତିଦେଲେ ସ୍ତ୍ରୀ-ପୁଅ-ଜ୍ୱାଇଁ, ମାଟିତଳୁ ବାହାରିଲା…

କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ...

ପାହାଡ଼ ଉପରୁ ମିଳିଲା ହାତ, ଗୋଡ଼ ନ ଥିବା ଦହିବରା ବିକାଳିଙ୍କ ମୃତଦେହ

ବାଲିଗୁଡ଼ା,୮।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଟାଉନସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ...

Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ

ଭୁବନେଶ୍ୱର,୮।୨: ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏବେ ରାଜଧାନରର ଏକ ଘରୋଇ ହସ୍ପିଟାଲର...

ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଖଣି ସର୍ଭେକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କୁ କୌଣସି...

Unified Pension Scheme: ପେନସନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୨: ଏକୀକୃତ ପେନସନ ଯୋଜନା ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ମୋହନ ସରକାର ଗତ ୨୦୨୪ ଅଗଷ୍ଟ ୨୪ରେ ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରି ପ୍ରଦାନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ମୋ ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଗଲେ , ବାଜିବ

ଭୁବନେଶ୍ୱର,୮।୨: ମୋ ବସର ନାଁ ପରିବର୍ତ୍ତନ ହୋଇ ଆମ ବସ ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri