Posted inଫୁରସତ

ଭାଇରାଲ ହେଉଛି ‘ନାନ୍‌ ବେଡ୍‌ସିଟ୍‌’, ୟୁଜର କହିଲେ…

ଆଜିକାଲି ସୋସିଆଲ ମିଡିଆରେ କ’ଣ କେତେବେଳେ ଭାଇରାଲ ହେଉଛି ତାହା କହି ହେଉନାହିଁ। ବେଳେବେଳେ କିଛି ଭିଡିଓ ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଆଉ କିଛି ଭିଡିଓ ବେଶ୍‌ ଗମ୍ଭୀର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସ ରୋକି ପାରିବେ ନାହିଁ।

ସୋସିଆଲ ମିଡିଆରେ ଏବେ ଏକ ବେଡ୍‌ସିଟ ଭାଇରାଲ ହେଉଛି। ଏଥିରେ ଦୁଇଟି ତକିଆ ମଧ୍ୟ ଅଛି। ଖାସ୍‌ କଥା ହେଲା ଏହି ବେଡସିଟ୍‌ ଏବଂ ତକିଆ କଭର ଅବିକଳ ଖାଦ୍ୟ ନାନ୍‌ ପରି।

ଭାରତୀୟ-ଆମେରିକୀୟ ମଡେଲ ତଥା ଲେଖିକ ପଦ୍ମାଲକ୍ଷ୍ମୀଙ୍କ ଟୁଇଟ୍‌ରରେ ଏହି ଫଟୋ ଶେୟାର କରାଯାଇଛି। ଫଟୋରେ ବିକ୍ରି ପାଇଁ କ୍ୟାପଶନ ଲେଖାଯାଇଛି। ୨ଟି ତକିଆ ଖୋଳ ସହ ନାନ ବେଡ୍‌ସିଟ୍‌ ଲେଖାଯାଇଛି। ଏହି ନାନ୍‌ ରୁଟି ପରି ଛପା ବେଡ୍‌ସିଟ ଏବଂ ତକିଆ କଭର ଏତେ ଅନନ୍ୟ ଯେ, ଭାରତୀୟ-ଆମେରିକୀୟ ମଡେଲ, ଅଭିନେତ୍ରୀ ତଥା ଟିଭି ହୋଷ୍ଟ ପଦ୍ମାଲକ୍ଷ୍ମୀ ଏହାକୁ ଅଣଦେଖା ନ କରି ତାଙ୍କ ଟୁଇଟ୍‌ର ପେଜ୍‌ରେ ଶେୟାର କରିଛନ୍ତି। ବର୍ତ୍ତମାନ ଏହା ଖୁବ୍‌ ଭାଇରାଲ ହେଉଛି। ଫଟୋଟି ଦେଖିବା ପରେ ୟୁଜରମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ମୁଁ ଅଜବ ଭୋକିଲା ମନେ କରୁଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଭୋକ ସମ୍ଭାଳି ପାରୁନି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ବେଡ୍‌ସିଟ୍‌ରେ ଯେତେବେଳେ ବି ଶୋଇବ ଭୋକ ଲାଗିବ।

ପଦ୍ମାଲକ୍ଷ୍ମୀ ହେଉଛନ୍ତି ଜଣେ ମଡେଲ। ଯିଏକି ୧୮ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ। ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଏବଂ ତାଙ୍କ ମା’ ନ୍ୟୁୟର୍କରେ ରହୁଥିଲେ। ତେଣୁ ସେ ଆମେରିକା ବାରମ୍ବାର ଯାଉଥିଲେ ଏବଂ ପରେ ସେ ଆମେରିକାରେ ଅବସ୍ଥାନ କରିଥିଲେ। ୨୦୦୩ ମସିହାରେ ପଦ୍ମା ଫିଲ୍ମ ‘ବୁମ୍‌’ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ମଧ୍ୟ କାଟ୍ରିନା କୈଫ୍‌ଙ୍କ ଡେବ୍ୟୁ ଫିଲ୍ମ ଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ର ଉପରେ ଯାଉଥିଲା ଗେଣ୍ଡା, ୧୨ ଫୁଟ ଜିଭ ଲମ୍ବେଇ ଚାହିଁଲା ଏଣ୍ଡୁଅ: ଆଉ ତା’ ପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ବହୁରୂପି ଏଣ୍ଡୁଅ ଓ ଗେଣ୍ଡାର ଏକ ଭିଡିଓ ଭାଇରାଲ...

୧୨୯ ସନ୍ତାନର ପିତା ହେଲେ ଏହି ବ୍ୟକ୍ତି, ଚଳିତବର୍ଷ ଆଉ ୯ ସନ୍ତାନ ନେବେ ଜନ୍ମ

ଆପଣ ଫିଲ୍ମରେ ସ୍ପର୍ମ ଡୋନରଙ୍କ ବିଷୟରେ ଦେଖିଥିବେ, ଜାଣିଥିବେ ବି। ଆୟୁଷ୍ମାନ ଖୁରାନା ଏକ ଫିଲ୍ମରେ ସ୍ପର୍ମ ଡୋନର ଭୂମିକାରେ ଅଭିନୟ କରିଥିଲେ। ଏବେ କିନ୍ତୁ...

ଏମିତି ଦେଶ, ଯେଉଁଠି କାନ୍ଥରେ ଲାଗିଥାଏ ସ୍ତ୍ରୀଙ୍କ ଫଟୋ

ଦୁନିଆର ଅଧିକାଂଶ ଦେଶରେ ଅଜବଗଜବ ଘଟଣା ସବୁ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ଦେଶର ରୀତିନୀତି ପରମ୍ପରା ବି ଭିନ୍ନ ହୋଇଥାଏ। ବିଶ୍ୱରେ ଏମିତି ଏକ ଦେଶ...

ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ରାଜଧାନୀ ରାଜମହେନ୍ଦ୍ରୀ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଅବସ୍ଥିତ ଏକ ପ୍ରାଚୀନ ସହର ହେଉଛି ରାଜମହେନ୍ଦ୍ରୀ; ଯାହାର ପ୍ରାଚୀନ ନାମ ହେଲା ରାଜା ମହେନ୍ଦ୍ର ବରମ୍‌ ବା ରାଜମହେନ୍ଦ୍ରବରମ୍‌।...

ପ୍ଲାଷ୍ଟିକ ବିରୋଧରେ ଲଢେଇ: ଇଟାଲି ରେଷ୍ଟୁରାଣ୍ଟରେ ପାସ୍ତା ଷ୍ଟ୍ର’ ବ୍ୟବହାର

ପୃଥିବୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଅଭିଯାନ ଏବେ ଜୋର୍‌ ଧରିଛି। ତେଣୁ ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷର ବିକଳ୍ପ ତିଆରି କରାଗଲାଣି। ନିକଟରେ ଇଟାଲିର କିଛି ରେଷ୍ଟୁରାଣ୍ଟରେ...

ଓଟକୁ ଦେଖି କୁକୁର ଛୁଆ କରୁଥିଲା ଏମିତି, ହେଲେ ପାଖକୁ ଯିବାରୁ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍‌ ଏସିକୁ ସାବଧାନ !

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି...

ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ବାହାରିଲା ୫୯ ଫୁଟର ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଦରଜ ହେବାରୁ ସେ...

Advertisement
Archives

Model This Week