Posted inଜାତୀୟ

କତାରରେ ବନ୍ଦୀ ଥିବା ୮ ଭାରତୀୟଙ୍କ ପୁନରୁଦ୍ଧାରକୁ ନେଇ ରହସ୍ୟ ଜାରି

ନୂଆଦିଲ୍ଲୀ,୧୦ ।୧୧: ଦୁଇ ମାସରୁ ଅଧିକ ସମୟ ଧରି ଭାରତୀୟ ନୌସେନାର ୮ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏବେ ସେମାନେ ନଜ ବନ୍ଦୀ ଅଛନ୍ତି । ସେମାନଙ୍କ ପୁନରୁଦ୍ଧାରକୁ ନେଇ ରହସ୍ୟ ଜାରି ରହିଥିବା ବେଳେ ଗଲ୍ଫ ଦେଶରେ ଥିବା ଭାରତୀୟ ଦୂତାବାସ ଏହି ପ୍ରସଙ୍ଗରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏହା ଜାଣିବାକୁ ମିଳିଛି କି ଭାରତୀୟ ନାଗରିକଙ୍କୁ ଅଟକ ରଖିବାର କାରଣ ଏପର୍ଯ୍ୟନ୍ତ ସାର୍ବଜନିନ ହୋଇନାହିଁ କିମ୍ବା ଆନୁଷ୍ଠାନିକ ଭାବେ ଭାରତକୁ ପଠାଯାଇ ନାହିଁ । ଏମାନେ ପ୍ରାୟ ୭୦ ଦିନ ହେବ ଜେଲରେ ରହିଛନ୍ତି । ଏହି ମାମଲା ସହ ଜଡିତ ଲୋକେ କହିଛନ୍ତି, ଦୋହାରେ ଥିବା ଭାରତୀୟ ଦୂତାବାସ କତାର କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ଯାହାଦ୍ୱାରା ଭାରତୀୟମାନଙ୍କୁ ଆଉ ଏକ କନସୁଲାର ଆକ୍ସେସ ମିଳି ପାରିବ । ଭାରତୀୟ ଅଧିକାରୀଙ୍କୁ ଦୁଇଟି ଅବସରରେ ଗିରଫ କରାଯାଇଥିବା ବେଳେ ଭାରତୀୟ କର୍ତ୍ତୁପକ୍ଷଙ୍କୁ କନସୁଲାର ଆକ୍ସେସ ପ୍ରଦାନ କରାଯାଇଛି । ଦୋହାର କତାର କର୍ତ୍ତୁପକ୍ଷ କିମ୍ବା ନୂଆଦିଲ୍ଲୀରେ ଥିବା ସେହି ଦେଶର ଦୂତାବାସ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ମନ୍ତବ୍ୟ ଦିଆଯାଇ ନାହିଁ ।
ସୂଚନାଯୋଗ୍ୟ, ନୌସେନାର ୮ ପୂର୍ବତନ କର୍ମଚାରୀ ଏକ ଘରୋଇ ଫାର୍ମରେ ‘ଦାହରା ଗ୍ଲୋବାଲ ଟେକ୍ନୋଲୋଜି ଆଣ୍ଡ କନସଲଟାନ୍ସି ସର୍ଭିସେସ’ ପାଇଁ କାମ କରୁଥିଲେ । ଏମାନେ କେବଳ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କେବେ କେବେ କଥା ହେଉଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri