Posted inଜାତୀୟ

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ବରଂ ପ୍ରାୟ ୯୦୦ଟି ମନ୍ଦିର ରହିଛି, ଯାହା ଏହାକୁ ଅତ୍ୟନ୍ତ ଖାସ ଓ ଅନନ୍ୟ କରିଥାଏ।

कहां है ये रहस्यमीय जगह

ଗୁଜରାଟର ଭାବନଗରଠାରୁ ପ୍ରାୟ ୫୧ କିଲୋମିଟର ଦକ୍ଷିଣ-ପଶ୍ଚିମରେ ପାଲିତାନା ସହର ଅବସ୍ଥିତ। ଏହି ଅଞ୍ଚଳର ଶତ୍ରୁଞ୍ଜୟ ପାହାଡ଼ ଉପରେ ରହିଛି ଏହି ମନ୍ଦିର ସମୂହ, ଯାହାକୁ ଜୈନ ଧର୍ମର ଅତ୍ୟନ୍ତ ପବିତ୍ର ତୀର୍ଥସ୍ଥଳୀ ଭାବେ ଗ୍ରହଣ କରାଯାଏ।

ବିଶ୍ୱାସ ରହିଛି ଯେ, ଜୈନ ଧର୍ମର ପ୍ରଥମ ତୀର୍ଥଙ୍କର ଋଷଭ ଦେବ (ଭଗବାନ ଆଦିନାଥ) ଶତ୍ରୁଞ୍ଜୟ ପର୍ୱତ ଶିଖରରେ ଥିବା ମନ୍ଦିରରେ ନିଜର ପ୍ରଥମ ଉପଦେଶ ଦେଇ ଏହି ସ୍ଥାନକୁ ପବିତ୍ର କରିଥିଲେ। କେବଳ ସେତିକି ନୁହେଁ, ଜୈନ ଧର୍ମର ସଂସ୍ଥାପକ ଆଦିନାଥ ପାହାଡ଼ ଉପରେ ଥିବା ‘ରାୟଣ’ ବୃକ୍ଷ ମୂଳେ ଧ୍ୟାନ କରିଥିଲେ। ଏଠାରେ ଥିବା ମୁଖ୍ୟ ମନ୍ଦିର ମଧ୍ୟ ତାଙ୍କ ସହ ଜଡ଼ିତ।

सूर्यास्त के बाद छा जाता है सन्नाटा

ଶତ୍ରୁଞ୍ଜୟ ପର୍ୱତରେ ଥିବା ମନ୍ଦିରଗୁଡ଼ିକ ପାଖରେ ପହଞ୍ଚିବା ସହଜ ନୁହେଁ। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରାୟ ୩୭୫୦ରୁ ଅଧିକ ପଥର ପାହାଚ (ସିଢ଼ି) ଚଢ଼ିବାକୁ ପଡ଼ିଥାଏ। ଏତେ କଠିନ ଚଢ଼େଇ ସତ୍ତ୍ୱେ ପ୍ରତିଦିନ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।

ପ୍ରତିବର୍ଷ ନଭେମ୍ୱରରୁ ଡିସେମ୍ୱର ମାସ ମଧ୍ୟରେ ପଡ଼ୁଥିବା କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଶତ୍ରୁଞ୍ଜୟ ପାହାଡ଼ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଯଥେଷ୍ଟ ବୃଦ୍ଧି ପାଏ। ଏହି ସମୟରେ ପୁଣ୍ୟ ପ୍ରାପ୍ତି ଆଶାରେ ଲୋକମାନେ ପର୍ୱତ ଆରୋହଣ କରି ଆଧ୍ୟାତ୍ମିକ ସ୍ଥଳୀସବୁ ଦର୍ଶନ କରନ୍ତି।

ଶତ୍ରୁଞ୍ଜୟ ପର୍ୱତରେ ଭଗବାନ ଆଦିନାଥଙ୍କ ମନ୍ଦିର ବ୍ୟତୀତ ମୁସଲିମ ସନ୍ଥ ‘ଅଙ୍ଗାର ପୀର’ଙ୍କ ମଜାର ମଧ୍ୟ ରହିଛି। ସ୍ଥାନୀୟ ମାନ୍ୟତା ଅନୁଯାୟୀ, ମୋଗଲ ଆକ୍ରମଣକାରୀଙ୍କ ଦାଉରୁ ପର୍ୱତ ଓ ମନ୍ଦିରକୁ ରକ୍ଷା କରିବା ପାଇଁ ମୁସଲିମ ସମ୍ପ୍ରଦାୟର ଲୋକମାନେ ଏଠାରେ ପ୍ରାର୍ଥନା କରିଥାନ୍ତି।

ଶତ୍ରୁଞ୍ଜୟ ପର୍ୱତର ସବୁଠାରୁ ରହସ୍ୟମୟ କଥା ହେଉଛି ଏହାର ନିୟମ। ସୂର୍ଯ୍ୟାସ୍ତ ପରେ କାହାକୁ ହେଲେ ବି ଏହି ପାହାଡ଼ ଉପରେ ରହିବାକୁ ଅନୁମତି ମିଳେନାହିଁ। ବିଶ୍ୱାସ ରହିଛି ଯେ, ସଂଧ୍ୟା ହେବା ପରେ ଏହି ପର୍ୱତରେ ଦେବତାମାନେ ବିଶ୍ରାମ ନେବାକୁ ଆସିଥାନ୍ତି। ସେଥିପାଇଁ ସୂର୍ଯ୍ୟାସ୍ତ ପୂର୍ୱରୁ ସମସ୍ତ ଶ୍ରଦ୍ଧାଳୁ ଓ ପୂଜକଙ୍କୁ ପାହାଡ଼ ତଳକୁ ଓହ୍ଲାଇ ଆସିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…

ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri