Posted inଫୁରସତ

ରହସ୍ୟମୟ ଜଙ୍ଗଲ

ପୃଥିବୀରେ ଜଙ୍ଗଲ ତ ଅନେକ ରହିଛି, କିନ୍ତୁ ଏମିତି ବି କିଛି ଜଙ୍ଗଲ ଅଛି ଯାହାର ଅଜବ ରୂପରେଖ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇବା ସହ ଉକ୍ତ ଜଙ୍ଗଲଗୁଡ଼ିକୁ ଗୋଟିଏ ଗୋଟିଏ ରହସ୍ୟମୟ ଜଙ୍ଗଲର ପରିଚିତ ଦେଇଛି। ସେମିତି କିଛି ଭୟଙ୍କର ତଥା ରହସ୍ୟମୟ ଜଙ୍ଗଲ ସମ୍ପର୍କରେ…

* ହୋୟା ବସ୍ୟୁ: ରୋମାନିଆରେ ଥିବା ଏହି ଜଙ୍ଗଲ ହେଉଛି ଦୁନିଆର ସବୁଠାରୁ ରହସ୍ୟମୟ ତଥା ଭୟଙ୍କର ଜଙ୍ଗଲ। ଏହି ଜଙ୍ଗଲରେ ଥିବା ଗଛଗୁଡ଼ିକ ମୋଡ଼ି ମୋଡ଼ି ହୋଇ ରହିବା ସହ ସେଗୁଡ଼ିକର ଆକାର ଦେଖିବାକୁ ବେଶ୍‌ ଅଜବ ଲାଗିଥାଏ। ତା’ଛଡ଼ା ରାତି ହେବା ମାତ୍ରେ ଏହି ଜଙ୍ଗଲ ମଧ୍ୟରୁ ଅଜବ ଅଜବ ଶବ୍ଦ ଓ କାନ୍ଦିବା ସ୍ବର ଶୁଣିବାକୁ ମିଳିଥାଏ ବୋଲି ସ୍ଥାନୀୟ ଲୋକେ ମତ ଦେଇଥାନ୍ତି। ତେବେ ଏହି ଜଙ୍ଗଲ ମଧ୍ୟରେ ଏଲିଏନ୍‌ ରହୁଥିବା ଅନେକେ ବିଶ୍ୱାସ କରିଥାନ୍ତି। କାରଣ ୧୮୬୮ ମସିହାରେ ଏହି ଜଙ୍ଗଲ ମଧ୍ୟରେ ଏକ ଚମତ୍କାର ଜିନିଷ ଆକାଶମାର୍ଗରୁ ଓହ୍ଲାଇଥିଲା ବୋଲି ସୂଚନା ରହିଛି। ତେଣୁ ଜଙ୍ଗଲ ମଧ୍ୟକୁ ଗଲେ ମରିବା ସୁନିଶ୍ଚିତ ଭାବି କେହି ଡରରେ ଏଠାକୁ ଯାଇ ନ ଥାନ୍ତି।

*ବ୍ଲାକ୍‌ ଫରେଷ୍ଟ: ଏହି ଜଙ୍ଗଲଟି ଜର୍ମାନୀରେ ଅଛି। ୧୬୦ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଉକ୍ତ ଜଙ୍ଗଲରେ ଭରି ରହିଛି ବହୁ ଉଚ୍ଚ ଉଚ୍ଚ ଝଙ୍କାଳିଆ ଗଛ; ଯେଉଁଥିପାଇଁ ଏହି ଜଙ୍ଗଲ ମଧ୍ୟକୁ ସୂର୍ଯ୍ୟଙ୍କ କିରଣ ଆଦୌ ପଡ଼ି ପାରେନାହିଁ। ଫଳରେ ଦିନରେ ବି ଜଙ୍ଗଲ ମଧ୍ୟକୁ ଗଲେ ଚାରିଆଡ଼ ଅନ୍ଧୁରୁଆ ଦେଖାଯାଏ ଆଉ ଭାରି ଡର ଲାଗେ। ସେଥିପାଇଁ ଏହାକୁ ବ୍ଲାକ୍‌ ଫରେଷ୍ଟ ବା କଳା ଜଙ୍ଗଲ ବୋଲି କୁହାଯାଇଥାଏ। ତା’ଛଡ଼ା ଏହି ଜଙ୍ଗଲରେ ଭୂତ, ପ୍ରେତ ରହୁଥିବା ସ୍ଥାନୀୟ ଲୋକଙ୍କର ଧାରଣା ମଧ୍ୟ ରହିଛି।

*କ୍ରୁକେଡ୍‌ ଜଙ୍ଗଲ: ପୋଲାଣ୍ଡରେ ଥିବା ଏହି ଜଙ୍ଗଲରେ ଯେତେକ ଗଛ ରହିଛି, ସବୁ ଗଛର ମୂଳରୁ କିଛି ଅଂଶ ସମାନ ଆକାରରେ ମୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥାଏ। ଏହା ହେଉଛି ଉକ୍ତ ଜଙ୍ଗଲର ଏକ ବିଶେଷତ୍ୱ, ଯାହା ଫଛରେ ପ୍ରକୃତ କାରଣ କ’ଣ ରହିଛି ତାହାର ରହସ୍ୟ ଆଜିଯାଏ କେହି ଭେଦ କରିପାରି ନାହାନ୍ତି। ଏହା ଏକ ଘଞ୍ଚ ଜଙ୍ଗଲ, ଯାହା ମଧ୍ୟରେ କେହି ଏକାକୀ ବୁଲିବା ସେତେ ସହଜ କଥା ନୁହେଁ। ସୂଚନାନୁଯାୟୀ, ଏହି ଜଙ୍ଗଲରେ ୧୯୩୦ ମସିହାରୁ ପାଇନ୍‌ ଗଛ ଲଗାଇବା ଆରମ୍ଭ କରାଯାଇଥିଲା। ପ୍ରାକୃତିକ ଉପାୟରେ ମୋଡ଼ି ହୋଇ ରହୁଥିବା ଗଛ ପାଇବା ପାଇଁ ଏଠାରେ ଏହି ଗଛ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରିଥାନ୍ତି।

*ଗୋବଲିନ୍‌ ଜଙ୍ଗଲ: ନ୍ୟୁଜିଲାଣ୍ଡସ୍ଥିତ ଏହି ଜଙ୍ଗଲରେ ବର୍ଷର ଅଧିକାଂଶ ସମୟ ବର୍ଷା ହୋଇଥାଏ। ଫଳରେ ଏଠାକାର ଜଙ୍ଗଲ ବର୍ଷସାରା ଚିରହରିତ୍‌ ଦେଖାଯାଇଥାଏ। ସେହିପରି ଜଙ୍ଗଲ ସାରା ଲଟାପତ୍ର ମାଡ଼ି ଯାଇଥିବାରୁ ଏହା ଘଞ୍ଚ ଦେଖାଯିବା ସହ ଦେଖିବାକୁ ଡର ମଧ୍ୟ ଲାଗେ। ତା’ଛଡ଼ା ଜଙ୍ଗଲ ମଧ୍ୟରେ ସବୁବେଳେ ପାଣି ଜମି ରହୁଥିବାରୁ ଏଠାରେ ଶିଉଳି ମଧ୍ୟ ପ୍ରଚୁର ହୁଏ। ତେଣୁ ଉକ୍ତ ଜଙ୍ଗଲକୁ ଯିବା ସମୟରେ ଟିକେ ସଚେତନ ନ ରହିଲେ ଗୋଡ଼ ଖସି ପଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ।

*ରାଟା ଜଙ୍ଗଲ: ଏହି ଜଙ୍ଗଲଟି ମଧ୍ୟ ନ୍ୟୁଜିଲାଣ୍ଡରେ ରହିଛି। ଉକ୍ତ ଜଙ୍ଗଲରେ ଥିବା ସମସ୍ତ ଗଛଗୁଡ଼ିକର ମୂଳ, ଡାଳପତ୍ରଗୁଡ଼ିକ ମୋଡ଼ି ମୋଡ଼ି ଦେଖାଯିବା ସହ ସର୍ବଦା ଶୁଖିଗଲା ଭଳି ଦେଖାଯାଇଥାଏ, ଯାହା କି ଉକ୍ତ ଜଙ୍ଗଲର ଏକ ରହସ୍ୟମୟ କଥା। ତେବେ ଏହି ଜଙ୍ଗଲ ମଧ୍ୟ ଦେଇ ହାଇକିଂ ପାଇଁ ଅନେକ ରାସ୍ତାର ସୁବିଧା ରହିଛି।

*ଓକିଗହରୋ ଜଙ୍ଗଲ: ଜାପାନର ମାଉଣ୍ଟ ଫୁଜିର ପାଦଦେଶରେ ଥିବା ଏହି ଜଙ୍ଗଲଟି ଦେଖିବାକୁ ଏତେ ଘଞ୍ଚ ଯେ, ଟିକେ ଅସାବଧାନତା ହେଲେ ଯେ କେହି ଏହି ଜଙ୍ଗଲରେ ହଜିଯିବା ସ୍ବାଭାବିକ। ତା’ଛଡ଼ା ଏହି ଜଙ୍ଗଲରେ ବହୁ ପରିମାଣରେ ଗଛ ଭରି ରହିଥିବାରୁ, ଏହାକୁ ସି ଅଫ୍‌ ଟ୍ରିଜ୍‌ ବା ଗଛର ସମୁଦ୍ର ବୋଲି ମଧ୍ୟ କୁହାଯାଇଥାଏ।

*ହୋଲେର୍‌ବୋସ୍‌ ଜଙ୍ଗଲ: ବେଲ୍‌ଜିୟମ୍‌ରେ ଥିବା ଏହି ଜଙ୍ଗଲରେ ପ୍ରତିବର୍ଷ ବସନ୍ତ ଋତୁ ଆସିଲେ ଆପେ ଆପେ ବାଇଗଣୀ ତଥା ନୀଳ ରଙ୍ଗର ଫୁଲ ଫୁଟି ଜଙ୍ଗଲ ପୃଷ୍ଠକୁ ଫୁଲର ଚାଦରରେ ସଜାଇଦିଏ, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେବେ ଘଞ୍ଚ ଜଙ୍ଗଲ ହୋଇଥିବାରୁ ଅନ୍ୟଦିନେ ଏଠାକୁ ଯିବା ପାଇଁ ସାହସ କରୁ ନ ଥିବା ଲୋକେ ଖାସ୍‌ ଏହି ଫୁଲର ଶୋଭାକୁ ଦେଖିବାକୁ ବସନ୍ତ ଋତୁରେ ଏଠାରେ ଭିଡ଼ ଜମାଇଥାନ୍ତି।

*ସିଙ୍ଗି ଜଙ୍ଗଲ: ମାଡାଗାସ୍କାରରେ ଥିବା ଏହି ଜଙ୍ଗଲରେ ଗୋଜିଆ ଗୋଜିଆ ମୁହଁ ଆକାରର ଚୂନପଥରର ଅନେକ ଚଟାଣ ଦେଖିବାକୁ ମିଳିଥାଏ। ପ୍ରାୟ ୭୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଚଟାଣଗୁଡ଼ିକ ଉକ୍ତ ଜଙ୍ଗଲକୁ ଏକ ଭିନ୍ନ ଆକର୍ଷଣ ଦେଇଥାଏ। ଉଚ୍ଚ ଉଚ୍ଚ ଗଛ ସାଙ୍ଗକୁ ଚୂନପଥରର ଏହି ଚଟାଣଗୁଡ଼ିକ ଉକ୍ତ ଜଙ୍ଗଲକୁ ଏକ ଭିନ୍ନ ରୂପ ଦେବା ସହ ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି କରାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?