ଧନ ଧନ ଡାକି ଗଲା ମୋ ଜୀବନ

ମା’ ଆଉ ପିଲାର ସମ୍ପର୍କ କେତେ ନିବିଡ ତାହା କହିବା ବାହୁଲ୍ୟ। ପିଲାଟିକୁ ଗର୍ଭରେ ଧାରଣ କରି ତାକୁ ଜନ୍ମ ଦେଇ ତା’ପରେ ତାହାର ଲାଳନ ପାଳନ କରିଥାଏ ସେ। ଆଉ ତା’ ସ୍ନେହରେ ଲୁଚି ରହିଥାଏ ମା’ର ମମତା। ସେପରି ଏକ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଧନ ଧନ ଡାକି ଗଲା ମୋ ଜୀବନ’। ହେଲେ ଏଥିରେ ଜଗତର ନାଥ ଜଗନ୍ନାଥଙ୍କ ତତ୍ତ୍ୱ ମଧ୍ୟ ରହିଛି। ଉକ୍ତ ସିନେମାର ସମସ୍ତ କାର୍ଯ୍ୟ ଶେଷ ହୋଇଛି ଏବଂ ଖୁବ୍‌ ଶୀଘ୍ର ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ପ୍ରକାଶ। ଏପରି ଏକ ଭିନ୍ନ ଧରଣର କାହାଣୀ ରଚନା କରିଛନ୍ତି ମନ୍ମୟ କୁମାର ମହାପାତ୍ର। କେବଳ ସେତିକି ନୁହେଁ, ସେ ଏହାର ଚିତ୍ରନାଟ୍ୟ ରଚନା କରିବା ସହ ପ୍ରଥମ ଥର ପାଇଁ ବଡ ପରଦା ଲାଗି ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।ଏହାପୂର୍ବରୁ ସେ ବେଶ୍‌ କେତୋଟି ଆଲବମର ନିର୍ଦ୍ଦେଶନା ଦେବା ସହ କେତୋଟି ଓଡ଼ିଆ ସିନେମାରେ ସହ ନିର୍ଦ୍ଦେଶକ ଭାବରେ କାମ କରିସାରିଛନ୍ତି। ମଞ୍ଜୁରାଣୀ ଫିଲ୍ମସ ବ୍ୟାନରର ଏହି ଚିତ୍ରର ପ୍ରଯୋଜନା କରିଛନ୍ତି ମଞ୍ଜୁରାଣୀ ପ୍ରଧାନ। ଉକ୍ତ ସିନେମାର ବିଭିନ୍ନ ଭୂମିକାରେ ଜ୍ୟୋତି, ପ୍ରିୟଙ୍କା, ଭୁପତି ତ୍ରିପାଠୀ, ବ୍ରଜ ସିଂ, ଚକ୍ରଧର ଜେନା, ବିଜୁ ବଡଜେନା, ଲୋପାମୁଦ୍ରା, ଥିନ, ଅସୀତ ପତି, ବାବୁ ପ୍ରଧାନ, ପ୍ରିୟ ମିଶ୍ର ପ୍ରମୁଖ କଳାକାର ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri