Posted inଫୁରସତ

ପ୍ରଥମ ରୋଜଗାର ଦାନରେ ସରିଥିଲା: ସାହିତି୍ୟକ ଅଜୟ ମହାପାତ୍ର

ପୁରୀ ଜିଲା ପାରିକୁଦର ବଡ଼ଝାଡ଼ ଗାଁରେ ମୋ ଜନ୍ମ। ସ୍କୁଲ୍‌ ଓ କଲେଜ ପଢାବେଳେ ଗପ, ନାଟକ ଲେଖିବା ଓ ନାଟକରେ ଅଭିନୟ କରିବା ମୋର ନିଶା ଥିଲା। ସିଭିଲ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର, ଓଡ଼ିଆରେ ଏମ.ଏ. ଓ ତା’ ସାଥିରେ ବାସ୍ତୁଶାସ୍ତ୍ର କୋର୍ସ କଲି। ଇଂଜିନିୟରିଂ ଫାଇନାଲ ପରୀକ୍ଷା ପରେ ଜଣେ ପରିଚିତ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଅନୁରୋଧ କ୍ରମେ ମୁଁ ତାଙ୍କ ଘର ପାଇଁ ପ୍ଲାନ ତିଆରି କରିଥିଲି। ପ୍ଲାନଟି ସେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପସନ୍ଦ ଆସିବାରୁ ସେ ମୋତେ ଡାକିଲେ। ମନା କରିବା ସତ୍ତ୍ବେ ହାତରେ ଏକ ଖାମ୍‌ ଧରାଇଦେଲେ। ମୁଁ କିଛି ବୁଝିପାରିଲିନି। ପରେ ଖାମ୍‌ ଖୋଲି ଦେଖିଲି ସେଥିରେ ଦଶ ହଜାର ଟଙ୍କା ଥିଲା। ଏହା ୧୯୯୪ ମସିହାର ଘଟଣା। ସେତେବେଳେ ଏ ଟଙ୍କାର ମୂଲ୍ୟ ଢେର ଥିଲା। ଏହା ମୋର ପ୍ରଥମ ରୋଜଗାର ଥିଲା, ଏହାକୁ ମୁଁ ମହତ୍‌ କାମରେ ଲଗାଇବା ପାଇଁ ସ୍ଥିର କରିଥିଲି। ତେଣୁ ସେଥିରୁ ୫ହଜାର ଟଙ୍କା ନେଇ ଏକ ଅନାଥାଶ୍ରମକୁ ଦାନ କଲି। ଆଉ ହଜାରେ ଟଙ୍କା ରାମମନ୍ଦିର ଭିକାରିଙ୍କ ମଧ୍ୟରେ ବାଣ୍ଟିଦେଲି। ୨ ହଜାର ଟଙ୍କାର କିଛି ଇଂଜିନିୟରିଂ ଓ ସାହିତ୍ୟ ପୁସ୍ତକ କିଣିଥିଲି। ଆଉ ବାକି ୨ ହଜାର ଟଙ୍କା ଜଣେ ମିଛୁଆକୁ ଦେଇଥିଲି। ସେ ମୋତେ ମିଛ କାହାଣୀ କହି ମୋଠୁ ଶହେ, ଦୁଇ ଶହ ଟଙ୍କା ବେଳେବେଳେ ନେଉଥିଲା। ମୁଁ ଜାଣେ ସିଏ ମିଛ କହେ, ତଥାପି ମୁଁ ଦିଏ। କାରଣ ତା’ ମିଛ କାହାଣୀରୁ ମୋତେ କାହାଣୀ ମିଳୁଥିଲା। ତେଣୁ ତାକୁ ଯେଉଁ ଟଙ୍କା ମୁଁ ଦେଉଥିଲି ତାହା ଦୟା ନ ଥିଲା ବରଂ ତାହା ଥିଲା ତା’ର ପାଉଣା। ଏହିପରି ଭାବେ ମୋର ପ୍ରଥମ ରୋଜଗାରକୁ ମୁଁ ଖର୍ଚ୍ଚ କରିଥିଲି। ତେବେ ଏହି ରୋଜଗାରର ପ୍ରେରଣାରେ ମୁଁ ଘର ପ୍ଲାନ ଓ ବାସ୍ତୁ ଉପରେ କନ୍ସଲଟାନ୍ସି ଖୋଲିଥିଲି। ୨୦୦୪ରେ ରୁରାଲ୍‌ ଡେଭଲପମେଣ୍ଟ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ ଜଏନ୍‌ କରିବା ପର୍ଯ୍ୟନ୍ତ କନ୍ସଲଟାନ୍ସିରେ କାମ କରୁଥିଲି। ବର୍ତ୍ତମାନ ମୁଁ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟର ଭାବେ କାର୍ଯ୍ୟରତ। ଚାକିରି ସହିତ ଗପ, ନାଟକ, ଉପନ୍ୟାସ ତଥା ଟେକ୍ନିକାଲ୍‌ ଓ ବାସ୍ତୁଶାସ୍ତ୍ରକୁ ନେଇ ଅନେକ ପୁସ୍ତକ ରଚନା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ନିକାଲ୍‌ ଓ ବାସ୍ତୁଶାସ୍ତ୍ର ଉପରେ ଆଧାରିତ ୨୦ଟି ଓଡ଼ିଆ ପୁସ୍ତକ ଓ ଗୋଟିଏ ଇଂରାଜୀ ପୁସ୍ତକ, ୧୦ଟି ଗଳ୍ପ ସଂକଳନ, ଓଡ଼ିଆରେ ୨ଟି ଓ ଇଂରାଜୀରେ ୧ଟି ଉପନ୍ୟାସ, ୮ଟି ନାଟ୍ୟପୁସ୍ତକ ଇତ୍ୟାଦି ପ୍ରକାଶିତ ହୋଇସାରିଲାଣି। ଏଥିସହିତ ମୋ ଲିଖିତ ୧୫ଟି ନାଟକ ବିଭିନ୍ନ ନାଟ୍ୟସଂସ୍ଥା ତରଫରୁ ମଞ୍ଚସ୍ଥ ବି ହୋଇସାରିଲାଣି। ସେହିପରି ମୋର କିଛି କାହାଣୀକୁ ନେଇ ଅତୀତରେ କେତୋଟି ସିରିଏଲ ଓ ଟେଲି ସିନେମା ବି ନିର୍ମାଣ କରାଯାଇଛି। ବର୍ତ୍ତମାନ ‘ଭୋଟ’ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣ ଚାଲୁଅଛି। ତା’ଛଡା ମୁଁ ମଧ୍ୟ କେତୋଟି ଟିଭି ସିରିଏଲରେ ଅଭିନୟ କରିବା ସହ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମଗୁଡିକରେ ଆଙ୍କରିଂ ବି କରିଛି। ଆଉ ତାକୁ ନେଇ ଅନେକ ପୁରସ୍କାର ଓ ସମ୍ମାନ ବି ମୋତେ ମିଳିଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri