Posted inଫୁରସତ

ପ୍ରଥମ ରୋଜଗାର ଦାନରେ ସରିଥିଲା: ସାହିତି୍ୟକ ଅଜୟ ମହାପାତ୍ର

ପୁରୀ ଜିଲା ପାରିକୁଦର ବଡ଼ଝାଡ଼ ଗାଁରେ ମୋ ଜନ୍ମ। ସ୍କୁଲ୍‌ ଓ କଲେଜ ପଢାବେଳେ ଗପ, ନାଟକ ଲେଖିବା ଓ ନାଟକରେ ଅଭିନୟ କରିବା ମୋର ନିଶା ଥିଲା। ସିଭିଲ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର, ଓଡ଼ିଆରେ ଏମ.ଏ. ଓ ତା’ ସାଥିରେ ବାସ୍ତୁଶାସ୍ତ୍ର କୋର୍ସ କଲି। ଇଂଜିନିୟରିଂ ଫାଇନାଲ ପରୀକ୍ଷା ପରେ ଜଣେ ପରିଚିତ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଅନୁରୋଧ କ୍ରମେ ମୁଁ ତାଙ୍କ ଘର ପାଇଁ ପ୍ଲାନ ତିଆରି କରିଥିଲି। ପ୍ଲାନଟି ସେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପସନ୍ଦ ଆସିବାରୁ ସେ ମୋତେ ଡାକିଲେ। ମନା କରିବା ସତ୍ତ୍ବେ ହାତରେ ଏକ ଖାମ୍‌ ଧରାଇଦେଲେ। ମୁଁ କିଛି ବୁଝିପାରିଲିନି। ପରେ ଖାମ୍‌ ଖୋଲି ଦେଖିଲି ସେଥିରେ ଦଶ ହଜାର ଟଙ୍କା ଥିଲା। ଏହା ୧୯୯୪ ମସିହାର ଘଟଣା। ସେତେବେଳେ ଏ ଟଙ୍କାର ମୂଲ୍ୟ ଢେର ଥିଲା। ଏହା ମୋର ପ୍ରଥମ ରୋଜଗାର ଥିଲା, ଏହାକୁ ମୁଁ ମହତ୍‌ କାମରେ ଲଗାଇବା ପାଇଁ ସ୍ଥିର କରିଥିଲି। ତେଣୁ ସେଥିରୁ ୫ହଜାର ଟଙ୍କା ନେଇ ଏକ ଅନାଥାଶ୍ରମକୁ ଦାନ କଲି। ଆଉ ହଜାରେ ଟଙ୍କା ରାମମନ୍ଦିର ଭିକାରିଙ୍କ ମଧ୍ୟରେ ବାଣ୍ଟିଦେଲି। ୨ ହଜାର ଟଙ୍କାର କିଛି ଇଂଜିନିୟରିଂ ଓ ସାହିତ୍ୟ ପୁସ୍ତକ କିଣିଥିଲି। ଆଉ ବାକି ୨ ହଜାର ଟଙ୍କା ଜଣେ ମିଛୁଆକୁ ଦେଇଥିଲି। ସେ ମୋତେ ମିଛ କାହାଣୀ କହି ମୋଠୁ ଶହେ, ଦୁଇ ଶହ ଟଙ୍କା ବେଳେବେଳେ ନେଉଥିଲା। ମୁଁ ଜାଣେ ସିଏ ମିଛ କହେ, ତଥାପି ମୁଁ ଦିଏ। କାରଣ ତା’ ମିଛ କାହାଣୀରୁ ମୋତେ କାହାଣୀ ମିଳୁଥିଲା। ତେଣୁ ତାକୁ ଯେଉଁ ଟଙ୍କା ମୁଁ ଦେଉଥିଲି ତାହା ଦୟା ନ ଥିଲା ବରଂ ତାହା ଥିଲା ତା’ର ପାଉଣା। ଏହିପରି ଭାବେ ମୋର ପ୍ରଥମ ରୋଜଗାରକୁ ମୁଁ ଖର୍ଚ୍ଚ କରିଥିଲି। ତେବେ ଏହି ରୋଜଗାରର ପ୍ରେରଣାରେ ମୁଁ ଘର ପ୍ଲାନ ଓ ବାସ୍ତୁ ଉପରେ କନ୍ସଲଟାନ୍ସି ଖୋଲିଥିଲି। ୨୦୦୪ରେ ରୁରାଲ୍‌ ଡେଭଲପମେଣ୍ଟ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ ଜଏନ୍‌ କରିବା ପର୍ଯ୍ୟନ୍ତ କନ୍ସଲଟାନ୍ସିରେ କାମ କରୁଥିଲି। ବର୍ତ୍ତମାନ ମୁଁ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟର ଭାବେ କାର୍ଯ୍ୟରତ। ଚାକିରି ସହିତ ଗପ, ନାଟକ, ଉପନ୍ୟାସ ତଥା ଟେକ୍ନିକାଲ୍‌ ଓ ବାସ୍ତୁଶାସ୍ତ୍ରକୁ ନେଇ ଅନେକ ପୁସ୍ତକ ରଚନା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ନିକାଲ୍‌ ଓ ବାସ୍ତୁଶାସ୍ତ୍ର ଉପରେ ଆଧାରିତ ୨୦ଟି ଓଡ଼ିଆ ପୁସ୍ତକ ଓ ଗୋଟିଏ ଇଂରାଜୀ ପୁସ୍ତକ, ୧୦ଟି ଗଳ୍ପ ସଂକଳନ, ଓଡ଼ିଆରେ ୨ଟି ଓ ଇଂରାଜୀରେ ୧ଟି ଉପନ୍ୟାସ, ୮ଟି ନାଟ୍ୟପୁସ୍ତକ ଇତ୍ୟାଦି ପ୍ରକାଶିତ ହୋଇସାରିଲାଣି। ଏଥିସହିତ ମୋ ଲିଖିତ ୧୫ଟି ନାଟକ ବିଭିନ୍ନ ନାଟ୍ୟସଂସ୍ଥା ତରଫରୁ ମଞ୍ଚସ୍ଥ ବି ହୋଇସାରିଲାଣି। ସେହିପରି ମୋର କିଛି କାହାଣୀକୁ ନେଇ ଅତୀତରେ କେତୋଟି ସିରିଏଲ ଓ ଟେଲି ସିନେମା ବି ନିର୍ମାଣ କରାଯାଇଛି। ବର୍ତ୍ତମାନ ‘ଭୋଟ’ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣ ଚାଲୁଅଛି। ତା’ଛଡା ମୁଁ ମଧ୍ୟ କେତୋଟି ଟିଭି ସିରିଏଲରେ ଅଭିନୟ କରିବା ସହ ବାସ୍ତୁଶାସ୍ତ୍ର କାର୍ଯ୍ୟକ୍ରମଗୁଡିକରେ ଆଙ୍କରିଂ ବି କରିଛି। ଆଉ ତାକୁ ନେଇ ଅନେକ ପୁରସ୍କାର ଓ ସମ୍ମାନ ବି ମୋତେ ମିଳିଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri