Odisha Elections 2024
Posted inଜାତୀୟ

ମୋ ବାପା ବୋମା ମାଡ଼ କରିଥିଲେ, ମାତ୍ର ଏହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ, ଭାଜପାର ତଥ୍ୟ ଭୁଲ୍‌: ସଚିନ ପାଇଲଟଙ୍କ ଜବାବ…

ନୂଆଦିଲ୍ଲୀ,୧୬।୮ : ଭାରତୀୟ ଜନତା ପାର୍ଟି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

କଂଗ୍ରେସ ନେତା ସଚିନ ପାଇଲଟଙ୍କ ପିତାଙ୍କ ଦିଆଯାଇଥିବା ମନ୍ତବ୍ୟର ଜବାବ ଦେଇଛନ୍ତି। ଅମିତ ମାଲବ୍ୟ ଅଭିଯୋଗ କରିଥିଲେ ଯେତେବେଳେ ରାଜେଶ ପାଇଲଟ ବାୟୁସେନାରେ ଥିଲେ, ସେ ମିଜୋରାମ ଉପରେ ବୋମା ମାଡ଼ କରିଥିଲେ। ସଚିନ ପାଇଲଟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଏକ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ କ୍ଲିପ ଶେୟାର କରି ସେ ତାଙ୍କ ଏକ୍ସ (ଟୁଇଟର) ହ୍ୟାଣ୍ଡେଲରେ ଲେଖିଛନ୍ତି ରାଜେଶ ପାଇଲଟ ମିଜୋରାମରେ ବୋମା ମାଡ଼ କରିଥିଲେ।

ତାଙ୍କର ଏହି ବିବୃତ୍ତି ଉପରେ ସଚିନ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଅବଶ୍ୟ ମୋ ବାପା ଜଣେ ଭାରତୀୟ ବାୟୁସେନା ପାଇଲଟ ଥିଲେ ଏବଂ ସେ ବୋମା ମାଡ଼ କରିଥିଲେ, କିନ୍ତୁ ଆପଣ ଦେଇଥିବା ତଥ୍ୟ ଭୁଲ ଅଟେ।

ମୋର ପିତାଙ୍କୁ ସେହି ବର୍ଷ ଅକ୍ଟୋବରରେ ବାୟୁସେନାରେ ନିଯୁକ୍ତ କରାଯାଇଥିଲା।

ଅମିତ ଜୀ! ତୁମର ଭୁଲ ତାରିଖ, ଭୁଲ ତଥ୍ୟ ଅଛି। ହଁ, ଜଣେ ଭାରତୀୟ ବାୟୁସେନା ପାଇଲଟ ଭାବରେ ମୋର ବାପା ବୋମା ମାଡ଼ କରିଥିଲେ କିନ୍ତୁ ଏହା ୧୯୭୧ ମସିହାରେ ହୋଇଥିବା ଇଣ୍ଡୋ-ପାକ ଯୁଦ୍ଧ ସମୟରେ ହିଁ ତତ୍କାଳୀନ ପୂର୍ବ ପାକିସ୍ତାନ ଉପରେ ବୋମା ମାଡ଼ ହୋଇଥିଲା। ମାତ୍ର ଆପଣ ତୁମେ ଦାବି କରୁଥିବା ୫ ମାଚ୍ଚ ୧୯୬୬ରେ ମିଜୋରାମ ଉପରେ ନୁହେଁ । ମୋ ବାପାଙ୍କୁ ୨୯ ଅକ୍ଟୋବର ୧୯୬୬ ରେ ଭାରତୀୟ ବାୟୁସେନାରେ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ କିଭଳି ବୋମା ମାଡ଼ କରିବେ। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ। ଏଭଳି ଭ୍ରାନ୍ତ ତଥ୍ୟ ପ୍ରଦାନ କରିବା ଠିକ ନୁହେଁ।

ସଚିନ ପାଇଲଟ ମଧ୍ୟ ଏକ ଡକ୍ୟୁମେଣ୍ଟର ଫଟୋ ଶେୟାର କରିଛନ୍ତି। ସୂଚନା ଅନୁଯାୟୀ, ଏହା ହେଉଛି ରାଜେଶ ପାଇଲଟଙ୍କ ନିଯୁକ୍ତି ପତ୍ର। ଅଗଷ୍ଟ ୧୩ ରେ ଅମିତ ମାଲବ୍ୟ ତାଙ୍କ ଏକ୍ସ (ଟୁଇଟର) ହ୍ୟାଣ୍ଡେଲରେ ଲେଖିଥିଲେ ରାଜେଶ ପାଇଲଟ ଏବଂ ସୁରେଶ କାଲମାଡି ଭାରତୀୟ ବାୟୁସେନାର ବିମାନ ଉଡ଼ାଉଥିଲେ ଯାହା ମିଜୋରାମର ରାଜଧାନୀ ଆଇଜ୍ୱାଲ ଉପରେ ବୋମା ପକାଇଥିଲା। ପରେ ଉଭୟ କଂଗ୍ରେସ ଟିକଟରେ ଏମପି ହୋଇଥିଲେ ଏବଂ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଏଥିରୁ ସ୍ପଷ୍ଟ ଉତ୍ତର ପୂର୍ବରେ ନିଜ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ଏବଂ ସମ୍ମାନ ଭାବରେ ଇନ୍ଦିରା ଗାନ୍ଧୀ ରାଜନୀତିରେ ସ୍ଥାନ ଦେଇଛନ୍ତି।

ଲୋକସଭାରେ ଅନାସ୍ଥା ପ୍ରସ୍ତାବର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାର ମିଜୋରାମ ବିରୋଧରେ ବାୟୁସେନା ବ୍ୟବହାର କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଭାରତ-ଚାଇନା ଯୁଦ୍ଧ ସମୟରେ ଉତ୍ତର-ପୂର୍ବର ଲୋକମାନଙ୍କୁ ନିଜ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା। ସେହି ସମୟରେ ମିଜୋରାମର ନାଗରିକମାନେ କ’ଣ ଆମର ନାଗରିକ ନ ଥିଲେ। ସେହି ରାଜ୍ୟର ଲୋକମାନେ ପ୍ରତିବର୍ଷ ୫ ମାର୍ଚ୍ଚରେ ଶୋକ ଦିବସ ପାଳନ କରନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଉପରେ କଂଗ୍ରେସ ଆପତ୍ତି ଜଣାଇଥିଲା। କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ମାର୍ଚ୍ଚ ୧୯୬୬ ରେ ଇନ୍ଦିରା ଗାନ୍ଧୀ ମିଜୋରାମରେ ବିଚ୍ଛିନ୍ନତାବାଦୀ ବାହିନୀର ମୁକାବିଲା ପାଇଁ କଠିନ ପରିଶ୍ରମ କରିଥିଲେ, ଯାହାକୁ ପାକିସ୍ତାନ ଏବଂ ଚାଇନା ସମର୍ଥନ କରିଥିଲେ। ମିଜୋରାମ ପ୍ରସଙ୍ଗରେ ଇନ୍ଦିରା ଗାନ୍ଧୀଙ୍କୁ ସମାଲୋଚନା କରିବା ଠିକ ନୁହେଁ। ଏଭଳି ମନ୍ତବ୍ୟ ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗବିଜୟ ପହଞ୍ଚିଲେ ସୁପ୍ରିମକୋର୍ଟ, କଂଗ୍ରେସ କହିଲା ପରିଣାମ ପୂର୍ବରୁ ଘାବରେଇଲାଣି ଭାଜପା

ନୂଆଦିଲ୍ଲୀ,୧୬।୫: ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ...

ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା

ମଉ,୧୬।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଜାତୀୟ ସଚିବ ରାମହରି ଚୌହାନ ବୁଧବାର ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା...

ଭାଜପାର ଖେଳ ବିଗାଡିଦେଲେ ରାଜା ଭାୟା

ନୂଆଦିଲ୍ଳୀ,୧୬।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ଉତ୍ତରପ୍ରଦେଶରେ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଏହର ସବୁଠାରୁ ବଡ କାରଣ ହେଉଛି ରାଜ ଭାୟା।...

ମୁମ୍ବାଇ ରାଲିରେ ସାମିଲ ହେବେ ନାହିଁ ମମତା, ଅଖିଳେଶ କି ଗାନ୍ଧୀ ପରିବାରର କୌଣସି ସଦସ୍ୟ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ ଏବଂ ରାଲି ପରେ ଏବେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ଏକ ମେଗା...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଓହ୍ଲାଇଲେ ଯାତ୍ରୀ

ନୂଆଦିଲ୍ଲୀ,୧୬।୫: ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି। ଜଣେ କ୍ରୁ ସଦସ୍ୟ ବିମାନର ଶୌଚାଳୟରେ ବୋମା ଶବ୍ଦ ଲେଖାଥିବା...

ଅମିତ ଶାହାଙ୍କ ଚେତାବନୀ, ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କର ଓଲଟା ଲଟକେଇ..

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବିହାରର ମଧୁବନୀରେ ଏକ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ...

‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୬।୫: ଭୁପେଶ ବାଘେଲଙ୍କ ପରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ରାହୁଲ ରାଗ ଛାଡିଛନ୍ତି। ରାହୁଲ...

ଏ ମୋଦି ତ ବହୁତ ସୁନ୍ଦର… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଜୈନପୁର,୧୬।୫: ଉତ୍ତରପ୍ରଦେଶର ଜୈନପୁରରେ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସୁନ୍ଦର ପିଲାଙ୍କୁ ଦେଖି ପ୍ରଶଂସା କରିଛନ୍ତି। ଏହି ଦୁଇ ପିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri