Posted inଫୁରସତ

ମୋ ଦେଶ ମହାନ, କୋଟିକରେ ଗୋଟିଏ…

ବିବିଧତା ଭିତରେ ଏକତାର ନିଦର୍ଶନ ହେଉଛି ଭାରତ। ଶାନ୍ତି, ମୈତ୍ରୀର ଦେଶ ହେଉଛି ଭାରତ। ଜ୍ଞାନ ହେଉକି ବିଜ୍ଞାନ ସବୁଥିରେ ଆଗରେ ଭାରତ। ଏକ ସଶକ୍ତ, ସମୃଦ୍ଧ ଦେଶ ଭାବେ ମଧ୍ୟ ସାରା ବିଶ୍ୱରେ ପରିଚିତ ଭାରତ। ଏହାବାଦ୍‌ ବି ଆହୁରି ଅନେକ କିଛି ଅଛି ଯାହା ପ୍ରମାଣିତ କରେ ଯେ କୋଟିକରେ ଗୋଟିଏ ହେଉଛି ଭାରତ…

* ଭାରତ ହେଉଛି ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। ଭାରତ ସ୍ବାଧୀନତା ପାଇବାର ପ୍ରଥମ ଦିନରୁ ହିଁ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷଙ୍କୁ ଭୋଟ ଦେବା ଅଧିକାର ମିଳିଥିଲା। ଅନ୍ୟପକ୍ଷେ ଆମେରିକା ମହିଳାମାନେ ୧୯୨୦ରେ ତଥା ଦେଶ ସ୍ବାଧିନ ହେବା ଓ ଗଣତନ୍ତ୍ର ଶାସନ ପ୍ରଚଳନ ହେବାର ବହୁବଷର୍ର୍ ପରେ ଭୋଟ ଦେବାର ଅଧିକାର ପାଇଥିଲେ।

*ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’କୁ ରବିନ୍ଦନାଥ ଟାଗୋର ରଚନା କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ ଏକଥା ବହୁତ କମ୍‌ ଲୋକ ଜାଣିଥିବେ ଯେ, ବାଂଲାଦେଶର ଜାତୀୟ ସଂଗୀତ ‘ଆମର୍‌ ସୋନାର ବାଂଲା’କୁ ବି ରବିନ୍ଦ୍ର ନାଥ ଟାଗୋର ରଚନା କରିଥିଲେ।

*ଜହ୍ନରେ ଜଳ ଥିବାର ସନ୍ଧାନ ପ୍ରଥମେ ଭାରତ ହିଁ କରିଥିଲା। ସେପ୍ଟେମ୍ବର, ୨୦୦୯ରେ ଇସ୍ରୋର ଚନ୍ଦ୍ରାୟନ ୧ ସର୍ବପ୍ରଥମେ ଜହ୍ନରେ ଜଳର ସନ୍ଧାନ କରିଥିଲା।

*ପୃଥିବୀରେ ତିନୋଟି ଦେଶ ସୁପର କମ୍ପ୍ୟୁଟର ତିଆରି କରୁଛନ୍ତି। ସେଥିମଧ୍ୟରେ ଭାରତ ଅନ୍ୟତମ। ଅନ୍ୟ ଦୁଇ ଦେଶ ହେଉଛି ଆମେରିକା ଓ ଜାପାନ।

*ଭାରତରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମସ୍‌ଜିଦ୍‌ ଅଛି। ଯାହାକି ଅନ୍ୟ ଯେକୌଣସି ଦେଶର ମସ୍‌ଜିଦ୍‌ ସଂଖ୍ୟାଠାରୁ ଅଧିକ।

*ଭାରତୀୟ ଖାଦ୍ୟର ଆଦର ସାରା ପୃଥିବୀରେ ରହିଛି। ସେଥିପାଇଁ ତ ଲଣ୍ଡନରେ ଦିଲ୍ଲୀ, ମୁମ୍ବାଇ ଭଳି ସହରଠାରୁ ବି ଅଧିକ ଭାରତୀୟ ରେଷ୍ଟୁରାଣ୍ଟ ଅଛି।

*ଭାରତର ସଂସ୍କୃତ ଭାଷା ପୃଥିବୀର ସବୁ ଭାଷାଠାରୁ ପ୍ରାଚୀନ ଭାଷା ଭାବେ ପରିଚିତ। ଏହି ଭାଷାକୁ ଦେବଭାଷା କୁହାଯିବା ସହ ସବୁ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ।

*ଉତ୍ତର ପ୍ରଦେଶର ବାରାଣସୀ ସହରକୁ ପୃଥିବୀର ସବୁଠାରୁ ପୁରାତନ ସହର ବୋଲି ଧରାଯାଏ।

*ସ୍ବିଜରଲାଣ୍ଡରେ ମେ’ ମାସ ୨୬ ତାରିଖକୁ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲମ୍ୟାନ ଏପିଜେ ଅବ୍‌ଦୁଲ କଲାମଙ୍କୁ ସମର୍ପିତ କରି ‘ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଏ। କାରଣ ଉପରୋକ୍ତ ଦିନ ଅବ୍‌ଦୁଲ କଲାମ ସ୍ବିଜରଲାଣ୍ଡ ଗସ୍ତରେ ଯାଇଥିଲେ।

*୧୯୩୬ ବର୍ଲିନ ହକି ଅଲମ୍ପିକରେ ଜର୍ମାନୀକୁ ୮-୧ ଗୋଲରେ ଭାରତ ହରାଇବା ପରେ ହକିର ଯାଦୁକରଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କୁ ହିଟଲର୍‌ ଜର୍ମାନୀର ନାଗରିକତା, ସେନାରେ ଉଚ୍ଚପଦବୀ ଓ ଜର୍ମାନୀ ଦଳରେ ଖେଳିବାର ପ୍ରସ୍ତାବ ଦେଇଥିଲେ। ହେଲେ ଧ୍ୟାନଚାନ୍ଦ ସେ ପ୍ରସ୍ତାବକୁ ମନା କରି ଦେଇଥିଲେ।

*ବିଶ୍ୱର ସର୍ବପ୍ରଥମ ବିଶ୍ୱ ବିଦ୍ୟାଳୟ ‘ନାଳନ୍ଦା’ ଭାରତର ତକ୍ଷଶୀଳାରେ ଥିଲା, ଯାହାକି ଖ୍ରୀ.ପୂ. ୭୦୦ରେ ନିର୍ମିତ ହୋଇଥିଲା। ଏଠାରେ୧୦,୫୦୦ ଛାତ୍ରୀଛାତ୍ର ୬୦ରୁ ଉର୍ଦ୍ଧ୍ୱ ବିଷୟରେ ଅଧ୍ୟୟନ କରୁଥିଲେ। ଶିକ୍ଷା କ୍ଷେତ୍ରରେ ଭାରତର ଏହା ଥିଲା ସବୁଠାରୁ ବଡ଼ ସଫଳତା।

*ଭାରତ ହେଉଛି ପୃଥିବୀର ସବୁଠାରୁ ଅଧିକ ଡାକଘର ଥିବା ଦେଶ। ସାରା ଭାରତରେ ୧,୫୫,୬୧୮ ଡାକଘର ଅଛି। ପୃଥିବୀର ସବୁଠାରୁ ଉଚ୍ଚତାରେ ଥିବା ଡାକଘର ମଧ୍ୟ ଭାରତରେ ଅଛି। ତାହା ହିମାଚଳପ୍ରଦେଶ,ସ୍ପିତି ଭ୍ୟାଲିସ୍ଥ ହିକ୍କିମ ଗ୍ରାମରେ ଅଛି। ଶ୍ରୀନଗରର ଡାଲ ହ୍ରଦରେ ପୃଥିବୀର ଏକମାତ୍ର ଭାସମାନ ଡାକଘର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri