ମୋ ବସ୍‌ ସେବା: ମାସେ ପରେ ଲୋକେ ଜାଣିଲେ

ବ୍ରହ୍ମପୁର,୪ା୪(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାର ବ୍ୟବସାୟିକ ସହର ବ୍ରହ୍ମପୁରରେ ମୋ ବସ୍‌ ସେବା ଆରମ୍ଭ ହେବାର ମାସେ ପୁରିବାକୁ ଯାଉଛି। ସଚେତନତା ଅଭାବରୁ ପ୍ରଥମେ ଏହି ବସ୍‌ ସଂକ୍ରାନ୍ତରେ ଲୋକେ ଜାଣିପାରୁ ନ ଥିଲେ। ଯାତ୍ରୀଙ୍କ ସଂଖ୍ୟା ବହୁତ କମ୍‌ ରହୁଥିଲା। ଏବେ ଜାଣିବା ପରେ ଲୋକେ ଉକ୍ତ ବସ୍‌ ଉପରେ ନିର୍ଭରଶୀଳ ହେଉଥିବା ଦେଖାଯାଇଛି।
ସିଲ୍କ ସିଟି ବ୍ରହ୍ମପୁରରେ ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମୋ ବସ୍‌ ସେବା ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୫ଟି ବସ୍‌ ସହରକୁ ମିଳିଛି। ୪ଟି ରୁଟରେ ଏହି ବସ୍‌ ଗଡୁଛି। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପର୍ଟ(କ୍ରୁଟ) ଦ୍ୱାରା ପରିଚାଳିତ ଏହି ବସର ଡିପୋ ହଳଦିଆପଦର ସିଟି ବସ୍‌ଷ୍ଟାଣ୍ଡରେ ରହିଛି। ସକାଳ ୬ଟା ୧୫ରୁ କ୍ରମାନ୍ବୟରେ ବସ୍‌ଗୁଡିକ ସକାଳ ୭ଟା୧୫ ସୁଦ୍ଧା ଡିପୋ ଛାଡୁଛନ୍ତି। ୩୦୦ ନମ୍ବର ରୁଟରେ ୩ଟି ବସ୍‌ ହଳଦିଆପଦରରୁ ଅନ୍ଧପସରା ହୋଇ ଫାଷ୍ଟ ଗେଟ ଯା’ଆସ ଯାଉଛି। ରୁଟ ନଂ.୩୦୧ରେ ୩ଟି ବସ୍‌ ଗଡୁଛି, ଯାହାକି ନୂଆବସଷ୍ଟାଣ୍ଡଠାରୁ ଆମ୍ବପୁଆ ବାରାକ ଗ୍ରାଉଣ୍ଡ, ୩୦୨ନଂ. ରୁଟରେ ୩ଟି ବସ ରେଳ ଷ୍ଟେଶନରୁ ଗୁରୁଣ୍ଠି, ରୁଟ ନଂ. ୩୦୩ରେ ୫ଟି ବସ୍‌ ନୂଆ ବସଷ୍ଟାଣ୍ଡରୁ ବିଶ୍ୱବିଦ୍ୟାଳୟ ହୋଇ ମାଣ୍ଡିଆପଲ୍ଲୀ ପର୍ଯ୍ୟନ୍ତ ଯିବା ଆସିବା କରୁଛି। ଆଉ ଗୋଟିଏ ବସକୁ ସ୍ଥାୟୀ ଭାବେ ରଖାଯାଇଛି। ଏଥିରୁ ଜଣାପଡୁଛି ଯେ, ସମ୍ପୂର୍ଣ୍ଣ ସହରକୁ ମୋ ବସ୍‌ ସେବା ଉପଲବ୍ଧ ହୋଇପାରିନାହିଁ। ସମସ୍ୟା ବିଷୟରେ ପଚାରିବାରୁ କ୍ରୁଟର ଜନୈକ ଅଧିକାରୀ କହିଛନ୍ତି, ମୋ ବସ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଯାହା ଭିତ୍ତିିଭୂମି ଦରକାର ତାହା ହୋଇପାରିନାହିଁ। ପ୍ରଥମେ ପ୍ରଥମେ ମୋ ବସ ପ୍ରତିରୋଧର ସମ୍ମୁଖୀନ ହୋଇଥିଲା। ଷ୍ଟେଶନରେ ଅଟୋ ଚାଳକ ସଂଘ ତରଫରୁ ବିରୋଧାଭାସ ମିଳିଥିଲା। ଏସ୍‌ପିଙ୍କ ହସ୍ତକ୍ଷେପ ପରେ ତାହା ସମାଧାନ ହୋଇଛି। ସହରର ସିଟି ହସ୍ପିିଟାଲ ସମ୍ମୁଖ ଭାଗ ବସ୍‌ ହବ ଭାବେ ପରଗଣିତ ହୋଇଥିବାବେଳେ ସେଠାରେ ମୋ ବସ ରହିବା ପାଇଁ ସ୍ଥାନ ନାହିଁ। ଅନ୍ୟାନ୍ୟ ଗାଡି ୧୦ରୁ ୧୫ ମିନିଟ ରହୁଥିବାବେଳେ ମୋ ବସ୍‌ ୨ରୁ ୩ ମିନିଟ ବି ରହିପାରୁନାହିଁ। ସହରରେ ଥିବା ବସଷ୍ଟପଗୁଡିକରେ ମୋ ବସ୍‌ର ରୁଟ ତାଲିକା ଓ ବସ୍‌ ନମ୍ବର ଲେଖିବାକୁ ପଡିବ। ଏଥିପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଓ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହଯୋଗ ଦରକାର ବୋଲି ଗଞ୍ଜାମ ଜିଲା ଦାୟିତ୍ୱରେ ଥିବା କ୍ରୁଟର ଜଣେ ଅଧିକାରୀ କହିଛନ୍ତି।

କ୍ଷତିରେ ଚାଲିଛି ସିଟି ବସ୍‌
ବ୍ରହ୍ମପୁର ପାଇଁ ୨୦୧୪ ଫେବୃଆରୀରେ ପ୍ରାୟ ୩୦ଟି ସିଟି ବସ୍‌ ପଡିଥିଲା, ଯାହାକି ଓଏସ୍‌ଆର୍‌ଟିସି ଅଧିନରେ ଥିଲା। ୨୦୧୫ରେ ଆଉ ୧୮ଟି ବସ ଆସିବା ପରେ ସେଥିରୁ ୬ଟି ବସ୍‌କୁ ରାଉରକେଲା ପଠାଇ ଦିଆଗଲା। ପରେ ଏହି ବସ୍‌ଗୁଡିକର ଦାୟିତ୍ୱ ଓଏସଆରଟିସି ହାତରୁ ବିଇଡିଏ ହାତକୁ ଗଲା ବୋଲି ଓଏସଆରଟିସର ତତ୍କାଳୀନ ଅଧିକାରୀ କହିଛନ୍ତି। ତେବେ ସିଟି ବସ ଟେଣ୍ଡର ନେଇଥିବା ମା’ କନକେଶ୍ୱରୀ ବସ ଆସୋସିଏଶନର ସଭାପତି ସନ୍ତୋଷ ପତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ସିଟି ବସଗୁଡିକ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ (ଗୁଟସେଲ) ହାତରେ ରହିଛି। ବିଇଡିଏ ପକ୍ଷରୁ ଏହାର ପରିଚାଳନା କରାଯାଉଛି। ଗୁଟସେଲ ନିକଟରୁ ୨୨ ସିଟି ବସକୁ ୫ ବର୍ଷିଆ ଟେଣ୍ଡର ନିଆଯାଇଛି। ଉକ୍ତ ବସଗୁଡିକ ହିିଞ୍ଜିଳିକାଟୁ, ଛତ୍ରପୁର, ଭୈରବୀ, ସୋନପୁର, ଗୋପାଳପୁର ଆଦି ଅଞ୍ଚଳକୁ ଯାଉଛି। ତେବେ ମୋ ବସ ଆରମ୍ଭ ପରେ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଏ ସଂକ୍ରାନ୍ତରେ ଏସପି ଓ ଜିଲାପାଳଙ୍କଠାରେ ଅଭିଯୋଗ କରାଯାଇଛି। ସେମାନେ ଆଲୋଚନା କରିବେ ବୋଲି କହିଛନ୍ତି। ଟେଣ୍ଡର ଅବଧି ୨ ବର୍ଷ ସରିଥିବାବେଳେ ଆହୁରି ୩ବର୍ଷ ରହିଛି। ତେଣୁ ଯଦି ଏନେଇ କିଛି ପଦକ୍ଷେପ ନିଆ ନ ଯାଏ ତେବେ ଅଦାଲତକୁ ଯିବାକୁ ବାଧ୍ୟ ହେବୁ ବୋଲି ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?