ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ଏହି ବିରାଟକାୟ ଜାହାଜର କୌଣସି ପତ୍ତା ମିଳିପାରୁନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାହାଜଟି ପ୍ରାୟ ଅଢ଼େଇ କିଲୋମିଟର ତଳକୁ ବୁଡ଼ି ଯାଇଛି । ଅର୍ଥାତ ଏହା ପୂରା ସମୁଦ୍ରଶଯ୍ୟାକୁ ଚାଲିଯାଇଛି । ଜାହାଜରେ ପ୍ରାୟ ୭୨ ହଜାର ଟନ୍‌ ଲୁହାପଥର ଗୁଣ୍ଡ ଲୋଡ୍ ହୋଇଥିବାରୁ, ଏହି ଓଜନ, ଜାହାଜକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେଇଥିବ ବୋଲି କୁହାଯାଉଛି ।

ପାରାଦୀପରୁ ଲୁହାପଥର ଗୁଣ୍ଡ ଧରି ସିଙ୍ଗାପୁର ଯାଉଥିବା MV ଓସେନ ୱିନର ଜାହାଜକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି । ବିଶେଷଜ୍ଞମାନେ କହୁଛନ୍ତି, ଏହି ଜାହାଜଟି ବହୁତ ତଳକୁ ଅର୍ଥାତ୍‌ ପୂରା ସମୁଦ୍ର ତଳକୁ ଚାଲିଯାଇଥାଇପାରେ। କାରଣ ଏଥିରେ ଥିବା ଲୁହାପଥର ଗୁଣ୍ଡ ପାଣିରେ ଭେଦି ଯିବା ପରେ ଏହାର ଓଜନ ଆହୁରି ବଢ଼ିଯାଇଥିବ।

ପାରଦୀପ ଉପକୂଳ ନିକଟରେ ଘଟିଥିବା ବଡ଼ ଜାହାଜ ଦୁର୍ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ନିଖୋଜ ୨୨ ଜଣ କ୍ରିଉ ମେମ୍ବର (କର୍ମଚାରୀ) ଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ସମୁଦ୍ର ମଧ୍ୟରେ ସେମାନଙ୍କୁ ଖୋଜିବା ପାଇଁ ଏବେ ସର୍ଚ୍ଚ ଅପରେସନ୍ କୁ ଆହୁରି ବ୍ୟାପକ ଓ ତୀବ୍ର କରାଯାଇଛି।
ଏହି ସମୁଦ୍ରି ଉଦ୍ଧାର ଅଭିଯାନରେ ଭାରତୀୟ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଜାହାଜ ‘ବିଶ୍ୱସ୍ତ’ ନିୟୋଜିତ ହୋଇଥିବା ବେଳେ ଏବେ ଚୀନ୍‌ର ୨ଟି ଜାହାଜ ମଧ୍ୟ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଛନ୍ତି। ଘଟଣାର ୫ ଦିନ ପରେ ବି ନିଖୋଜ ନାବିକମାନଙ୍କର କୌଣସି ପତ୍ତା ମିଳିନଥିବାରୁ ଚିନ୍ତା ବୃଦ୍ଧି ପାଇଛି। ସମୁଦ୍ର ମଧ୍ୟରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଭାରତୀୟ ଜାହାଜ ସହିତ ଚୀନ୍‌ର ୨ଟି ଜାହାଜ ମିଳିତ ଭାବେ କାମ କରୁଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଉଦ୍ଧାରକାରୀ ଜାହାଜ ‘ବିଶ୍ୱସ୍ତ’ ସମୁଦ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ତେବେ ସର୍ଚ୍ଚ ଅପରେଶନ ଭିତରେ ଏମଭି ଓସେନ ଓ଼୍ବିନରର ଲାଇଫ୍‌ ବୋଟ୍‌ ସମୁଦ୍ର ଭିତରୁ ମିଳିଛି। କିନ୍ତୁ ଲାଇଫ୍‌ ବୋଟ ଭିତରେ କୌଣସି ଲୋକ ନାହାନ୍ତି।

ପାରାଦୀପ ଉପକୂଳରୁ ପ୍ରାୟ ୪୦୦ କିଲୋମିଟର ଦୂର, ଅକାତ କାତ ପାଣି ଭିତରେ ଏକ ବିରାଟ ଜାହାଜ ବୁଡ଼ିଯିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣାକୁ ଆହୁରି ରହସ୍ୟମୟ କରିଛି, ଜାହାଜଟିକୁ ଆଦୌ ଠାବ ନ କରାଯାଇ ପାରିବା। ଅନୁମାନ କରନ୍ତୁ, ୭୫୦ ଫୁଟ ଲମ୍ବା ଏବଂ ପ୍ରାୟ ୧୧୦ ଫୁଟ ଚଉଡ଼ାର ବିରାଟ ଜାହାଜ, ଏମିତି ନିଖୋଜ ହୋଇଯାଇଛି, ଯାହାର ପତ୍ତା ବି ମିଳିପାରୁନାହିଁ ।  ବିଶେଷଜ୍ଞଙ୍କ କହିବା ଅନୁସାରେ ଜାହାଜଟି ସମୁଦ୍ରର ପୂରା ତଳକୁ ଅର୍ଥାତ ସମୁଦ୍ରଶଯ୍ୟାକୁ ଚାଲିଯାଇ ଥାଇପାରେ, ଅର୍ଥାତ ସମୁଦ୍ର ପୃଷ୍ଠରୁ ପ୍ରାୟ ଅଢ଼େଇ କିଲୋମିଟର ତଳକୁ ଚାଲି ଯାଇଥାଇପାରେ ।

MV ଓସେନ ୱିନର ବୁଡ଼ିବା ପଛରେ ରହିଥାଇପାରେ ବଡ଼ କେଳେଙ୍କାରୀ ଓ ଅବହେଳା। ଏଥିରେ ସାମିଲ ଥାଇପାରନ୍ତି ଏକାଧିକ ସଂସ୍ଥା। ପାରାଦୀପ ବନ୍ଦର ସହ ଜଡ଼ିତ ଏକ ବିଶେଷ ସୂତ୍ରରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଏଥିରୁ ଯାହା ଜଣାପଡ଼ୁଛି,ଏହି ଜାହାଜ ବୁଡ଼ିବା ବ୍ଲାକ୍‌ ରୋଜ୍‌ ଘଟଣା ଭଳି ଖୋଲିପାରେ ଅନେକ ସମ୍ବେଦନଶୀଳ ତଥ୍ୟ ।
ଜାହାଜଟି ୨୦ ତାରିଖ ଗୁରୁବାର ରାତିରେ ପାରାଦୀପ ବନ୍ଦର ଛାଡ଼ିଥିଲା । ବନ୍ଦରରେ କାମ କରୁଥିବା କିଛି କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି, ତା ପୂର୍ବରୁ ଏଥିରେ ଲୋଡ୍‌ କରାଯାଇଥିଲା ଲୁହାପଥର ଗୁଣ୍ଡ । କିନ୍ତୁ ଜାହାଜରେ ଶୁଖିଲା ନୁହେଁ ଓଦା ଲୁହାଗୁଣ୍ଡ ଭରା ଯାଇଥିବା ସନ୍ଦେହ କରାଯାଉଛି। ଏମ୍‌ଭି ଓସେନ ୱିନର ଲାଗିଥିବା ଜେଟିରେ ମଧ୍ୟ ଏହି ଭଳି ଅର୍ଦ୍ଧତରଳ କାଦୁଆ ଲୁହାଗୁଣ୍ଡ ପଡ଼ିଥିବାର ଭିଡିଓ ଭାଇରାଲ ହେଉଛି । ସେହିଭଳି ଜାହାଜରେ ଥିବା କର୍ମଚାରୀଙ୍କର ଏ ଦିଗରେ ଅଭିଜ୍ଞତା ନଥିବା କୁହାଯାଉଛି । ସେମାନେ ପ୍ରଥମ ଥର ଲାଗି ଲୁହାଗୁଣ୍ଡ ପରିବହନ କରୁଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri