Posted inଜାତୀୟ

ମୁସ୍‌ଲିମ ସଂରକ୍ଷଣ ଉଚ୍ଛେଦ ମେ’ ୯ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୬ା୪: ମେ’ ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୩ରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଶ୍ରେଣୀରେ ଦିଆଯାଉଥିବା ପୂର୍ବର ୪% ସଂରକ୍ଷଣକୁ ଉଚ୍ଛେଦ କରିଥିଲେ। ଏଥିସହ ଏହି ୪% ସଂରକ୍ଷଣକୁ ଲିଙ୍ଗାୟତ ଓ ଭୋକାଲିଙ୍ଗା ସମ୍ପ୍ରଦାୟ ମଧ୍ୟରେ ସମାନ ଦୁଇଭାଗ କରି ବାଣ୍ଟିଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଉକ୍ତ ନିଷ୍ପତ୍ତି ଅନୁସାରେ ଲିଙ୍ଗାୟତମାନେ ପୂର୍ବରୁ ୫% ସଂରକ୍ଷଣ ପାଉଥିବାବେଳେ ବର୍ତ୍ତମାନ ୭% ପାଇବେ। ସେହିପରି ଭୋକାଲିଙ୍ଗା ସମୁଦାୟକୁ ମିଳୁଥିବା ୪% ସଂରକ୍ଷଣ ସୁବିଧାକୁ ୬% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଉକ୍ତ ନିଷ୍ପତ୍ତି ନିର୍ବାଚନ ବେଳେ ଜନମତକୁ ପ୍ରଭାବିତ କରିବା ଆଶଙ୍କା ଥିବା ଦର୍ଶାଇ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହା ଉପରେ ଜବାବ ଦାଖଲ ପାଇଁ କର୍ନାଟକ ସରକାର ଶୀର୍ଷ ଅଦାଲତଙ୍କୁ ଅଧିକ ସମୟ ମାଗିଛନ୍ତି। ତେଣୁ ମୁସଲମାନ ସଂରକ୍ଷଣ ଉଚ୍ଛେଦ ସମ୍ପର୍କିତ ନିଷ୍ପତ୍ତି ମେ’ ୯ ପର୍ଯ୍ୟନ୍ତ ଲାଗୁ ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କର୍ନାଟକ ସରକାରଙ୍କ ନିଷ୍ପତ୍ତି ମିଥ୍ୟା ଧାରଣା ଉପରେ ଆଧାରିତ ବୋଲି ଶୀର୍ଷ ଅଦାଲତ କହିଛନ୍ତି।
ନୂଆ ନୀତି ଅନୁସାରେ କୌଣସି ନିଯୁକ୍ତି ଦିଆଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦାଭେ ମେହେଟ୍ଟାଙ୍କ ସ୍ଥଗିତ ନିବେଦନକୁ ବିରୋଧ କରିବାରୁ ତୁଷାର କହିଥିଲେ, ଅଦାଲତଙ୍କ ଅନ୍ତରୀଣ ନିର୍ଦ୍ଦେଶ ଆବେଦନକାରୀଙ୍କ ସପକ୍ଷରେ ହିଁ ରହିଛି। ତେଣୁ ଜବାବ ଦାଖଲ ଲାଗି ଅଧିକ ସମୟ ମିଳୁ। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରନତ୍ାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ପୂର୍ବ ସରକାର ଅମଳରେ ମୁସଲମାନ ସମ୍ପ୍ରଦାୟ ପାଇଁ ସ୍ଥିର କରାଯାଇଥିବା ୪% ସଂରକ୍ଷଣ ଉଚ୍ଛେଦ ନୀତି ମେ’ ୯ରେ ପରବର୍ତ୍ତୀ ଶୁଣାଣି ହେବା ଯାଏ କାର୍ଯ୍ୟକାରୀ ହେବ ନାହିଁ। ପ୍ରକାଶ ଯେ, ଗତ ୧୮ ତାରିଖରେ ଏ ସମ୍ପର୍କିତ ଏକାଧିକ ଆବେଦନର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫ରେ କରିବାକୁ ଧାର୍ଯ୍ୟ କରିଥିଲେ। ଭୋକାଲିଙ୍ଗା ଓ ଲିଙ୍ଗାୟତ ସମ୍ପ୍ରଦାୟକୁ ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ସରକାରୀ ନିଯୁକ୍ତି କ୍ଷେତ୍ରରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱାଧୀନ ସରକାର ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ଖଣ୍ଡପୀଠ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri