Posted inଜାତୀୟ

ମୁସଲମାନ ବିବାହ ପୋକ୍ସୋ ଆଇନ ବାହାରେ ନୁହେଁ

କୋଚି ,୨୨ା୧୧: ପର୍ସନାଲ ଲ’ ଅଧୀନରେ ହେଉଥିବା ମୁସଲମାନ ବିବାହ ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ବାହାରେ ନୁହେଁ। ବିବାହ ନାଁରେ ନାବାଳିକାଙ୍କ ସହ ଯୌନକ୍ରିୟା ଅପରାଧ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଜଣେ ୩୧ ବର୍ଷୀୟ ଯୁବକ ୧୫ ବର୍ଷୀୟା ବାଳିକାଙ୍କୁ ଅପହରଣ କରିନେଇ ତାଙ୍କ ସହ ଯୌନ ସମ୍ପର୍କ ରଖିବାରୁ ସେ ଗର୍ଭବତୀ ହୋଇଥିଲେ। ଉକ୍ତ ନାବାଳିକାଙ୍କୁ ବିବାହ କରିଥିବା ଯୁବକ ଜଣକ ଦାବି କରୁଥିଲେ ହେଁ ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ବେଚୁ କୁରିଆନ୍‌ ଥୋମାସ୍‌ ଜାମିନ ଖାରଜ କରିବା ଅବସରରେ କହିଛନ୍ତି, ବାଲ୍ୟ ବିବାହ ସମାଜ ପାଇଁ ଅଭିଶାପ। ନାବାଳିକା ବିବାହ କରିଥିଲେ ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରୋକିବା ପୋକ୍ସୋ ଆଇନର ଉଦ୍ଦେଶ୍ୟ ବୋଲି ବିଚାରପତି କହିଛନ୍ତି। ତେଣୁ ମୁସଲମାନ ବିବାହକୁ ପୋକ୍ସୋ ଆଇନରୁ ବାଦ୍‌ ଦିଆଯାଇପାରିବ ନାହିଁ। ବିବାହର ଗୋଟିଏ ପକ୍ଷ ନାବାଳକ ବା ନାବାଳିକା ହୋଇଥିଲେ, ବିବାହ ବୈଧ ହୋଇଥାଉ ବା ନ ଥାଉ, ଅନ୍ୟ ପକ୍ଷଙ୍କ ବିରୋଧରେ ପୋକ୍ସୋ ଆଇନ ଲାଗୁ ହେବ ବୋଲି ଜଷ୍ଟିସ୍‌ ଥୋମାସ ତାଙ୍କ ରାୟରେ କହିଛନ୍ତି। ଜାମିନ ଆବେଦନ କରିଥିବା ଅଭିଯୁକ୍ତ ପଶ୍ଚିମବଙ୍ଗର ଖଲେଦୁର ରହମାନ ନାବାଳିକାଙ୍କୁ ୨୦୨୧ ମାର୍ଚ୍ଚ ୧୪ରେ ମହମ୍ମଡାନ୍‌ ଆଇନରେ ବିବାହ କରିଥିବାରୁ ସେ ତାଙ୍କ ସ୍ତ୍ରୀ ବୋଲି କୋର୍ଟରେ ଦାବି କରିଥିଲେ। ମହମ୍ମଡାନ ଆଇନରେ ୧୮ ବର୍ଷରୁ କମ୍‌ ବୟସର ଝିଅ ବିବାହ ପାଇଁ ଅନୁମତି ପାଇଥାନ୍ତି। ସେଥିପାଇଁ ତାଙ୍କ ବିରୋଧରେ ପୋକ୍ସୋ ଆଇନରେ ମକଦ୍ଦମା ଚଳାଯାଇପାରିବ ନାହିଁ ବୋଲି ରହମାନ ଯୁକ୍ତି ବାଢ଼ିଥିଲେ। ସୂଚନାଯୋଗ୍ୟ, ନାବାଳିକା ଜଣକ ଗର୍ଭବତୀ ଥିବାରୁ ଇଞ୍ଜେକ୍‌ଶନ ନେବାକୁ କାଭିୟୁରର ଏକ ଫାମିଲି ହେଲ୍‌ଥ ସେଣ୍ଟରକୁ ଯାଇଥିବାବେଳେ ଆଧାର କାର୍ଡରୁ ତାଙ୍କ ବୟସ ୧୬ ବର୍ଷ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ନାମରେ ମାମଲା ଦାଏର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri