Posted inଫୁରସତ

ଜନ୍ମାଷ୍ଟମୀରେ ପୁଅ ଜନ୍ମ ହେବାରୁ ନାଁ ‘କୃଷ୍ଣ’ଦେଲେ ଏହି ମୁସଲମାନ ବ୍ୟକ୍ତି: ଆଉ ତା ପରେ..

ରାଜନୈତିକ ପ୍ରରୋଚନା ଆଳରେ ସମାଜରେ ଧର୍ମ ନାମରେ ଦଙ୍ଗା ହେବାର ନଜିର ରହିଛି। ହେଲେ ଆଜି ବି ହିନ୍ଦୁ ମୁସଲମାନମାନ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସମନ୍ବୟ ପୂର୍ବଭଳି ରହିଛି। ଏହାର ପ୍ରମାଣ ଆମେ ସମୟ ସମୟରେ ପାଇଥାଉ। ଏହି ସମୃଦ୍ଧ ପରମ୍ପରା ଏବଂ ସଂସ୍କୃତିର ଭାବାବେଗ ଭାରତକୁ ବିଶ୍ୱଠାରୁ ଭିନ୍ନ କରିଥାଏ।

ଏପରି ଏକ ଘଟଣାକ୍ରମରେ ଇନ୍ଦୋରର ଜଣେ ମୁସଲମାନ ବ୍ୟକ୍ତି ତାଙ୍କ ପୁଅ କୃଷ୍ଣଙ୍କ ନାମ ରଖିଛନ୍ତି। ତାଙ୍କ ପୁଅ କୃଷ୍ଣ ଜନ୍ମାଷ୍ଟମୀ ଦିନ ଜନ୍ମ ହୋଇଥିଲେ। ତେଣୁ ସେ ତାଙ୍କ ନାମ କୃଷ୍ଣ ରଖିଥିବା ଜଣାପଡ଼ିଛି। ବ୍ୟକ୍ତିଜଣଙ୍କ ହେଲେ ଅଜିଜ ଖାନ। ମଧ୍ୟପ୍ରଦେଶର ବାସିନ୍ଦା ଥିବା ଅଜିଜଙ୍କର ୧୨ ବର୍ଷ ପୂର୍ବେ ଏକ ପୁଅ ଜନ୍ମ ହୋଇଥିଲା। ଉକ୍ତ ଦିନ ଜନ୍ମାଷ୍ଟମୀ ଥିଲା। ଭଗବାନ କୃଷ୍ଣଙ୍କ ଜନ୍ମ ଅବସରରେ ସେ ତାଙ୍କ ପୁଅଙ୍କ ନାମ ମଧ୍ୟ କୃଷ୍ଣ ରଖିଥିଲେ।

ସେ କୁହନ୍ତି ଯେ, ୧୨ ବର୍ଷ ପୂର୍ବେ ୨୩ ଅଗଷ୍ଟ ୨୦୦୮ ରେ ମୋ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ଡାକ୍ତର ପୁଅର ନାମ ଫର୍ମରେ ପୂରଣ କରିବାକୁ କହିଥିଲେ। ମୁଁ ସଙ୍ଗେ ସଙ୍ଗେ ମୋ ପୁଅ କୃଷ୍ଣଙ୍କୁ କୃଷ୍ଣ ବୋଲି କହିଲି। କାରଣ ସେଦିନ କୃଷ୍ଣ ଜନ୍ମାଷ୍ଟମୀ ଥିଲା। ଏହାକୁ ନେଇ ତାଙ୍କ ମା ତାଙ୍କୁ ବିରୋଧ କରିଥିଲେ। କିନ୍ତୁ ସେ ନାମ ପରିବର୍ତ୍ତନ କରି ନ ଥିଲେ। ଏପରିକି ଡାକ୍ତରମାନେ ତାଙ୍କୁ ଏଥିପାଇଁ ବାଧା ଦେଇଥିଲେ। ହେଲେ ପରେ ସେମାନେ ତାଙ୍କ ସହ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri