Posted inଜାତୀୟ

ରବର ଷ୍ଟାମ୍ପ୍‌ ରାଷ୍ଟ୍ରପତି ହୁଅନ୍ତୁ ନାହିଁ

ବେଙ୍ଗାଲୁରୁ, ୪ା୭: ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଯେଭଳି ରବର ଷ୍ଟାମ୍ପ ରାଷ୍ଟ୍ରପତି ନ ହେବେ, ସେଥିଲାଗି ଦୃଢ଼ ପ୍ରତିଶ୍ରୁତି ଦେବା ଦରକାର ବୋଲି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଆଶାବ୍ୟକ୍ତ କରିଛନ୍ତି। ରବିବାର ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲାଗି ବେଙ୍ଗାଲୁରୁ ଯାଇ ସେଠାକାର କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକରେ ଯୋଗଦେବା ଅବସରରେ ସିହ୍ନା ଏହା କହିଛନ୍ତି।
ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ ଘୋର ସମାଲୋଚନା କରିଛନ୍ତି। ରାଜନୈତିକ ବିରୋଧୀଙ୍କ ବିପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ଆୟକର ଭଳି କେନ୍ଦ୍ରୀୟ ସଂସ୍ଥାକୁ କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି ବୋଲି ସିହ୍ନା ଅଭିଯୋଗ କରିଛନ୍ତି।

ନ୍ୟାୟପାଳିକା ବିରୋଧରେ ଯେଭଳି ଭାବେ ଅଭିଯୋଗ ଅଣାଯାଉଛି, ସେଥିଲାଗି ସେ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଛନ୍ତି। ଦୁଇ ଦିନ ତଳେ ସୁପ୍ରିମକୋର୍ଟ ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଦେଇଥିବା ରାୟ ଏବଂ ପରେ ଏକ କାର୍ଯ୍ୟକ୍ରମରେ ‘ନ୍ୟାୟପାଳିକା କେବଳ ସମ୍ବିଧାନ ନିକଟରେ ଉତ୍ତରଦାୟୀ’ ସଂକ୍ରାନ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମଣାଙ୍କ ମନ୍ତବ୍ୟକୁ ସିହ୍ନା ସ୍ବାଗତ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏପରି ଦୃଢ଼ ଓ ସ୍ପଷ୍ଟ ମତ ଲାଗି ସେ ପ୍ରଧାନ ବିଚାରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଉପରଲିଖିତ ରାୟକୁ ସାମାଜିକ ଗଣମାଧ୍ୟମରେ କେବଳ ଯେ ସମାଲୋଚନା କରାଯାଇଛି ତାହା ନୁହେଁ, ନ୍ୟାୟପାଳିକାକୁ ଅଭିଯୁକ୍ତ ଆସନରେ ବସାଇଲା ଭଳି ଖରାପ ବିବୃତି ଦିଆଯାଉଥିବା ଦୁର୍ଭାଗ୍ୟଜନକ ବୋଲି ସିହ୍ନା କହିଛନ୍ତି। ଏହା ଗଣତନ୍ତ୍ର ପ୍ରତି ଏକ ଦୁଃଖଦ ପରମ୍ପରା ସୃଷ୍ଟି କରିଛି ବୋଲି ସିଏଲ୍‌ପି ବୈଠକ ପରେ ସିହ୍ନା ଖବରଦାତାଙ୍କୁ ଏସବୁ କହିଛନ୍ତି।
ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲିକାର୍ଜ୍ଜୁନ ଖାର୍ଗେ, କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରାମାୟା, ରାଜ୍ୟ କଂଗ୍ରେସ ମୁଖ୍ୟ କେ. ଡି. ଶିବକୁମାର, ଅନ୍ୟାନ୍ୟ ବିଧାୟକ ଓ ପାର୍ଟି ନେତାମାନେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?