ଘରକୁ ବନ୍ଧୁ ଆଣିବାରୁ ହତ୍ୟା ଘଟଣା, ୪ ଗିରଫ

ଜଗନ୍ନାଥପ୍ରସାଦ,୧୪ା୮(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ଥାନା କରଡ଼ାପଲ୍ଲୀ ଗ୍ରାମରେ ବୁଧବାର ରାତିରେ କରୋନା କଟକଣା ବେଳେ ଘରକୁ ବନ୍ଧୁ ଆଣିଥିବାରୁ ପ୍ରମୋଦ ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଗ୍ରାମର ପ୍ରକାଶ ବେହେରା, କାହ୍ନା ବେହେରା, ରବୀନ୍ଦ୍ର ଗୌଡ଼ ଓ ବୁଗୁଡ଼ା ଥାନା ମାଣିତରା ଗ୍ରାମର ଗଣେଶ ବିଶ୍ୱାଳ।
କରଡ଼ାପଲ୍ଲୀ ଗ୍ରାମର ପ୍ରମୋଦଙ୍କ ଘରକୁ ତାଙ୍କର କେତେଜଣ ବନ୍ଧୁ ଗତ ବୁଧବାର ସକାଳେ ଭୁବନେଶ୍ୱରରୁ ଆସିଥିଲେ। ମହାମାରୀ ସମୟରେ କାହିଁକି ବାହାର ଜିଲାର ବନ୍ଧୁବାନ୍ଧବଙ୍କୁ ଘରେ ପୂରାଉଛ ବୋଲି ପଡ଼ୋଶୀ ପ୍ରକାଶ ବେହେରା ବିରୋଧ କରିଥିଲେ। ମଧ୍ୟରାତ୍ର ପ୍ରାୟ ୧୨ଟାରେ ପ୍ରକାଶ ସହଯୋଗୀ କାହ୍ନା, ରବୀନ୍ଦ୍ର ଓ ଗଣେଶଙ୍କ ସହ ଆସି ପ୍ରମୋଦଙ୍କ ଘର ସାମ୍ନାରେ ଗାଳିଗୁଲଜ କରିଥିଲେ। ସେ ବାହାରକୁ ଆସିବାରୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ଅନ୍ୟ ୨ଜଣ ପଡୋଶୀ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ଆସି ଆହତ ହୋଇଥିଲେ। ଏନେଇ ଥାନାରେ ନଂ.୧୭୮/୨୦ରେ ମାମଲା ରୁଜୁ କରାଯାଇଥିଲା। ଶୁକ୍ରବାର ଥାନାଧିକାରୀ ଭାଗିରଥି ନାୟକ ବୁଗୁଡ଼ା ଥାନା ମାଣିତରାସ୍ଥିତ ଏକ ଆଶ୍ରମରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କାର୍ଯ୍ୟକ୍ଷମ ହେବ ଟାଟା କୋଭିଡ୍ ହସ୍ପିପିଟାଲ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲାବାସୀଙ୍କ ପାଇଁ ଚିନ୍ତା ବଢ଼ୁଛି। ବୁଧବାର ଗଞ୍ଜାମରୁ ୧୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବ୍ରହ୍ମପୁର...

‘ମୋ ସରକାର’ ଅଧୀନ ହେଲା ଗୃହନିର୍ମାଣ, ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶୁକ୍ରବାର ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ...

ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା

ମାଲକାନଗିରି,୨୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି...

ଲକ୍‌ଡାଉନ୍‌ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଜିଲାପାଳ

ଦିଗପହଣ୍ଡି,୨୬ା୩(ଡି.ଏନ.ଏ.)-ଲକ୍‌ଡାଉନ୍‌ ନିୟମ ନ ମାନିଲେ ଏଣିକି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି। ଗୁରୁବାର...

ଅଭୟକାନ୍ତଙ୍କ ହଜାରେ କୋଟିର ଜାଲିଆତି ଗନ୍ଧ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ପାଠକ ବାପପୁଅଙ୍କୁ ଶୁକ୍ରବାର ଭିଜିଲାନ୍ସ ମାରାଥନ ଜେରା କରିଛି। ଜେରାବେଳେ...

ବିନ୍ଦୁସାଗରରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ, ଇନଷ୍ଟାଗ୍ରାମରେ ଶେୟାର କରିଥିଲେ ଶେଷ କଥା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀ ବିନ୍ଦୁସାଗରରୁ ରବିବାର ଜଣେ ଛାତ୍ରଙ୍କ ମୃତଦେହ ମଳିଛିି। ମୃତକ ଜଣକ ଇଞ୍ଜିନିୟରିଂ ଛାତ୍ର ତାଙ୍କ ନାମ ସାଇଶ୍ରୀ ଜ୍ୟୋତିପ୍ରକାଶ ବୋଲି ଜଣାପଡ଼ିଛି। ଜ୍ୟୋତିପ୍ରକାଶ...

ରାଜ୍ୟରେ ରେକର୍ଡ କଲା ତାତି: ଆଜି ୪୪.୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର...

ଆହୁରି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା: ବଡ଼ଦାଣ୍ଡରୁ ହଟିବେ ଉଠା ଦୋକାନୀ, ୧୯ ସୁଦ୍ଧା କ୍ୟାବିନ୍‌ ଉଠାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୬।୬: ପୁଣି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା। ମଙ୍ଗଳବାର ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୌରସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୯ ତାରିଖ...

Advertisement
Archives

Model This Week