ରାଜଧାନୀରେ ସ୍ତ୍ରୀଙ୍କୁ ତଣ୍ଟଚିପି ହତ୍ୟା

ଭୁବନେଶ୍ୱର,୧୯।୪ (ବ୍ୟୁରୋ): ପାରିବାରିକ କଳହକୁ କେନ୍ଦ୍ର କରି ରାଜଧାନୀରେ ଆଉଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଭରତପୁର ଥାନା ଅନ୍ତର୍ଗତ ମହାଲକ୍ଷ୍ମୀବିହାରସ୍ଥିତ ତେଲୁଗୁ ବସ୍ତିରେ ମଙ୍ଗଳବାର ଏହି ଘଟଣା ଘଟିଛି। ମୃତା ମହିଳା ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ମାମା ପ୍ରଧାନ (୨୨)। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୧୬୭/୨୦୨୩) ରୁଜୁ କରି ଅଭିଯୁକ୍ତ ସ୍ବାମୀ ସାଗର ପ୍ରଧାନ(୨୬)ଙ୍କୁ ଗିରଫ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଇଥିବାବେଳେ ପୋଲିସ ଟିମ୍‌ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ତେବେ ପରକୀୟା ପ୍ରୀତିରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିରହୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ସାଗରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ। ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଥିବା ଥାନାଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ସାଗର ୪ ବର୍ଷ ତଳେ ମାମାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦେଢ଼ ବର୍ଷର ସନ୍ତାନ ମଧ୍ୟ ରହିଛି। ତେବେ ମାମା ଅନ୍ୟଜଣେ ଯୁବକଙ୍କ ସହ କଥା ହେବାକୁ ନେଇ ପରିବାରରେ ଝଗଡ଼ା ଲାଗି ରହୁଥିଲା। ଏପରିକି କିଛିଦିନ ତଳେ ମାମା ସମ୍ପୃକ୍ତ ଯୁବକଙ୍କ ସହ ଘରୁ ବାହାରି କେଉଁଆଡ଼େ ପଳାଇଥିଲେ। ଏନେଇ ଗୋଳନ୍ଥାରା ଥାନାରେ ମଧ୍ୟ ଏତଲା ହୋଇଥିଲା। ପରବର୍ତ୍ତୀ ସମୟରେ ମାମା ଘରକୁ ଫେରିଆସିଥିଲେ। ଦେଢ଼ମାସ ତଳେ ସାଗର ତାଙ୍କ ସ୍ତ୍ରୀ ଓ ପୁଅକୁ ଧରି ଭୁବନେଶ୍ୱର ଆସି ତେଲୁଗୁ ବସ୍ତିରେ ଭଡ଼ାଘର ନେଇ ରହୁଥିଲେ। ସାଗର ଏଠାରେ ରଙ୍ଗମିସ୍ତ୍ରୀ ଭାବେ କାମ ଆରମ୍ଭ କରିଥିଲେ। ହେଲେ ଉକ୍ତ ଯୁବକଙ୍କ ସହ ପୁଣି ମାମା କଥା ହେବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ମଙ୍ଗଳବାର ଅପରାହ୍ନରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ମାମା ଓ ସାଗରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ତଳେ ଥୁଆ ହୋଇଥିବା ପନିକି ବାଜି ମାମାଙ୍କ ଡାହାଣ ହାତ କଟିଯାଇଥିଲା। ଏହି ସମୟରେ ସାଗର ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ମାମାଙ୍କ ତଣ୍ଟି ଚିପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ଘର ମାଲିକାଣୀ ପିଙ୍କି ଦାସ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ସାଗରଙ୍କୁ କାବୁ କରିଥିଲା। ବୁଧବାର ପରିବାର ଲୋକଙ୍କ ଉପସ୍ଥିତିରେ ମାମାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।
ଜେଜେ ମା’ ପାଖରେ ଦେଢ଼ବର୍ଷର ପୁଅ
ମାମାଙ୍କ ମୃତ୍ୟୁ ପରେ ତାଙ୍କର ଦେଢ଼ବର୍ଷର ପୁଅ ମା’ ଛେଉଣ୍ଡ ହୋଇଯାଇଛନ୍ତି। ୧୫ ଦିନ ତଳେ ଜେଜେ ମା’ ଏଠାକୁ ଆସି ନାତିକୁ ଗାଁକୁ ନେଇଯାଇଥିଲେ। ଏବେ ମା’ ଆରପାରିକୁ ଚାଲିଯାଇଥିବାବେଳେ କିଛିଘଣ୍ଟା ପରେ ଅଭିଯୁକ୍ତା ବାପା ଜେଲ ପଳାଇବେ। ଏଭଳି ଦୁଖଃଦ ଘଟଣା ପରେ ଗାଁରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମା’ ଓ ବାପା ବିନା କୁନିପୁଅ ଜେଜେ ମା’ ପାଖରେ ରହିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri