ରାଜଧାନୀରେ ସ୍ତ୍ରୀଙ୍କୁ ତଣ୍ଟଚିପି ହତ୍ୟା

ଭୁବନେଶ୍ୱର,୧୯।୪ (ବ୍ୟୁରୋ): ପାରିବାରିକ କଳହକୁ କେନ୍ଦ୍ର କରି ରାଜଧାନୀରେ ଆଉଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଭରତପୁର ଥାନା ଅନ୍ତର୍ଗତ ମହାଲକ୍ଷ୍ମୀବିହାରସ୍ଥିତ ତେଲୁଗୁ ବସ୍ତିରେ ମଙ୍ଗଳବାର ଏହି ଘଟଣା ଘଟିଛି। ମୃତା ମହିଳା ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ମାମା ପ୍ରଧାନ (୨୨)। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୧୬୭/୨୦୨୩) ରୁଜୁ କରି ଅଭିଯୁକ୍ତ ସ୍ବାମୀ ସାଗର ପ୍ରଧାନ(୨୬)ଙ୍କୁ ଗିରଫ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଇଥିବାବେଳେ ପୋଲିସ ଟିମ୍‌ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ତେବେ ପରକୀୟା ପ୍ରୀତିରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିରହୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ସାଗରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ। ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଥିବା ଥାନାଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ସାଗର ୪ ବର୍ଷ ତଳେ ମାମାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦେଢ଼ ବର୍ଷର ସନ୍ତାନ ମଧ୍ୟ ରହିଛି। ତେବେ ମାମା ଅନ୍ୟଜଣେ ଯୁବକଙ୍କ ସହ କଥା ହେବାକୁ ନେଇ ପରିବାରରେ ଝଗଡ଼ା ଲାଗି ରହୁଥିଲା। ଏପରିକି କିଛିଦିନ ତଳେ ମାମା ସମ୍ପୃକ୍ତ ଯୁବକଙ୍କ ସହ ଘରୁ ବାହାରି କେଉଁଆଡ଼େ ପଳାଇଥିଲେ। ଏନେଇ ଗୋଳନ୍ଥାରା ଥାନାରେ ମଧ୍ୟ ଏତଲା ହୋଇଥିଲା। ପରବର୍ତ୍ତୀ ସମୟରେ ମାମା ଘରକୁ ଫେରିଆସିଥିଲେ। ଦେଢ଼ମାସ ତଳେ ସାଗର ତାଙ୍କ ସ୍ତ୍ରୀ ଓ ପୁଅକୁ ଧରି ଭୁବନେଶ୍ୱର ଆସି ତେଲୁଗୁ ବସ୍ତିରେ ଭଡ଼ାଘର ନେଇ ରହୁଥିଲେ। ସାଗର ଏଠାରେ ରଙ୍ଗମିସ୍ତ୍ରୀ ଭାବେ କାମ ଆରମ୍ଭ କରିଥିଲେ। ହେଲେ ଉକ୍ତ ଯୁବକଙ୍କ ସହ ପୁଣି ମାମା କଥା ହେବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ମଙ୍ଗଳବାର ଅପରାହ୍ନରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ମାମା ଓ ସାଗରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ତଳେ ଥୁଆ ହୋଇଥିବା ପନିକି ବାଜି ମାମାଙ୍କ ଡାହାଣ ହାତ କଟିଯାଇଥିଲା। ଏହି ସମୟରେ ସାଗର ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ମାମାଙ୍କ ତଣ୍ଟି ଚିପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ଘର ମାଲିକାଣୀ ପିଙ୍କି ଦାସ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ସାଗରଙ୍କୁ କାବୁ କରିଥିଲା। ବୁଧବାର ପରିବାର ଲୋକଙ୍କ ଉପସ୍ଥିତିରେ ମାମାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।
ଜେଜେ ମା’ ପାଖରେ ଦେଢ଼ବର୍ଷର ପୁଅ
ମାମାଙ୍କ ମୃତ୍ୟୁ ପରେ ତାଙ୍କର ଦେଢ଼ବର୍ଷର ପୁଅ ମା’ ଛେଉଣ୍ଡ ହୋଇଯାଇଛନ୍ତି। ୧୫ ଦିନ ତଳେ ଜେଜେ ମା’ ଏଠାକୁ ଆସି ନାତିକୁ ଗାଁକୁ ନେଇଯାଇଥିଲେ। ଏବେ ମା’ ଆରପାରିକୁ ଚାଲିଯାଇଥିବାବେଳେ କିଛିଘଣ୍ଟା ପରେ ଅଭିଯୁକ୍ତା ବାପା ଜେଲ ପଳାଇବେ। ଏଭଳି ଦୁଖଃଦ ଘଟଣା ପରେ ଗାଁରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମା’ ଓ ବାପା ବିନା କୁନିପୁଅ ଜେଜେ ମା’ ପାଖରେ ରହିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?