ଯୁବକଙ୍କୁ ଛୁରାମାଡ଼ କରି ଲୁଟ୍‌

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। କେତେବେଳେ ସୁନାଦୋକାନୀଙ୍କୁ ଗୁଳିମାଡ଼ କରି ଲୁଟୁଛନ୍ତି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଛୁରାମାଡ଼ କରି ଟଙ୍କା ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଉଛନ୍ତି। ମଙ୍ଗଳବାର ଭୋରୁ ନୟାପଲ୍ଲୀ ଥାନା ଅଧୀନ ସିଆର୍‌ପି ଛକରେ ଜଣେ ଯୁବକ ଲୁଟ୍‌ ଓ ଆକ୍ରମଣର ଶିକାର ହୋଇଛନ୍ତି। ସେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ଅଞ୍ଚଳର ଦୀପକ ରାଉଳ। ଦୁର୍ବୃତ୍ତମାନେ ଦୀପକଙ୍କୁ ଛୁରାରେ ଆକ୍ରମଣ କରିବା ସହ ମୋବାଇଲ୍‌ ଫୋନ୍‌ ଓ ୫୦୦ ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି। ଛୁରାମାଡ଼ ଯୋଗୁ ଦୀପକଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ରାସ୍ତାରେ ଅଚେତ ଅବସ୍ଥାରେ ସେ ପଡ଼ିଥିବାବେଳେ ସ୍ଥାନୀୟ ଲୋକଙ୍କଠୁ ପୋଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୀପକଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା (ନଂ. ୩୦୧/୨୦୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତଙ୍କୁ ଧରିବାକୁ ଘଟଣାସ୍ଥଳରେ ଲାଗିଥିବା ଏକାଧିକ ସିସିଟିଭି ଫୁଟେଜ ଯାଞ୍ଚ ସହ ସ୍ଥାନୀୟ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଖୁବଶୀଘ୍ର ଗିରଫ କରାଯିବ ବୋଲି ନୟାପଲ୍ଲୀ ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ କହିଛନ୍ତି।
ସୂଚନା ଅନୁଯାୟୀ, ଦୀପକ ଚାକିରି ଖୋଜିବା ଆଶାରେ ସୋମବାର ଭଞ୍ଜନଗରରୁ ଏକ ବସ୍‌ରେ ଭୁବନେଶ୍ୱର ଆସିଥିଲେ। ମଙ୍ଗଳବାର ଭୋର୍‌ ପ୍ରାୟ ୪ଟାରେ ସିଆର୍‌ପି ଛକରେ ସେ ବସ୍‌ରୁ ଓହ୍ଲାଇଥିଲେ। ଏହାପରେ ନୟାପଲ୍ଲୀ ଅଞ୍ଚଳ ସାଲିଆ ସାହିସ୍ଥିତ ତାଙ୍କ ଭାଇଙ୍କ ପାଖକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ଏହି ସମୟରେ ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ସେଠାକୁ ଆସିଥିଲେ। ସେମାନେ ଦୀପକଙ୍କୁ ମୋବାଇଲ ଫୋନ୍‌ ଓ ଟଙ୍କା ମାଗିଥିଲେ। ସେ ନ ଦେବାରୁ ସେମାନେ ଛୁରାମାଡ଼ କରି ପର୍ସ ଓ ମୋବାଇଲ ଛଡ଼ାଇ ନେଇ ପଳାଇଯାଇଥିଲେ। ଆକ୍ରମଣ ପରେ ଦୀପକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

ଖୋର୍ଦ୍ଧାରେ ହେବ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ...

୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୨୯ା୧୧: ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର...

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି...

ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ।...

ଭାଇରସ ଏଚ୍‌୯ଏନ୍‌୨ ନୂଆ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୮।୧୧: ଚାଇନାରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ...

କ୍ୟାପିଟାଲ ହସ୍ପିଟାଲ ମଡ୍ୟୁଲାର ଓଟିରେ ଅସ୍ତ୍ରୋପଚାର ଆରମ୍ଭ

ଭୁବନେଶ୍ୱର,୨୭ା୧୧: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଆରରେ ମଡ୍ୟୁଲାର ଓଟି କମ୍ପେ୍ଲକ୍ସ ଲାର୍ଯ୍ୟକ୍ଷମ ହୋଇଛି। କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ନିର୍ଦ୍ଦେଶରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri