ଖୁବ୍‌ଶୀଘ୍ର ହେବ ପୌର ନିର୍ବାଚନ

ଭୁବନେଶ୍ୱର,୫ା୩(ବ୍ୟୁରୋ):ସ୍ଥାନ ସଂରକ୍ଷଣ ସମସ୍ୟା ଯୋଗୁ ଦୀର୍ଘଦିନ ହେବ ରାଜ୍ୟରେ ପୌର ନିର୍ବାଚନ ହୋଇପାରୁ ନାହିଁ। ତେବେ ପୌର ନିର୍ବାଚନ ହେବା ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସବୁଜ ସଙ୍କେତ ଦେଇଛନ୍ତି। ରାଜ୍ୟ ସରକାର ଖୁବ୍‌ଶୀଘ୍ର ପୌର ନିର୍ବାଚନ କରିବାକୁ ଯାଉଛନ୍ତି। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏସ୍‌ସି, ଏସ୍‌ଟି ଓ ପଛୁଆବର୍ଗ(ଓବିସି) ପାଇଁ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଆଧାରରେ ଆସନ୍ତା ନିର୍ବାଚନ ହେବ ।
ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ସ୍ଥାନ ସଂରକ୍ଷଣକୁ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଫଳରେ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଆଇନରେ ସଂଶୋଧନ ଆଣିବାକୁ ପରାମର୍ଶ ଦେଇଥିଲେ। ଫଳରେ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୭୦ରୁ ଊର୍ଦ୍ଧ୍ୱ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି), ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ନିର୍ବାଚନ ହୋଇପାରି ନ ଥିଲା। ପୌର ଆଇନରେ ସଂଶୋଧନ ନ ହେବା କାରଣରୁ ନିର୍ବାଚନ ଅନୁଷ୍ଠିତ ହୋଇପାରି ନ ଥିଲା। ନିର୍ବାଚନ ହେବା ପର୍ଯ୍ୟନ୍ତ ପୌର ସଂସ୍ଥା ଓ ମହାନଗର ନିଗମଗୁଡ଼ିକର ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଛେରା ପହଁରା କରନ୍ତି ରାଣୀ

ଧର୍ମଶାଳା,୨୦ା୬(ବଟକୃଷ୍ଣ ପରିଡ଼ା ): ମଙ୍ଗଳବାର ଶ୍ରୀଗୁଣ୍ଡିଚା । ଧର୍ମଶାଳା ବ୍ଲକର ଗଡମଧୁପୁରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୁଏ । ପରମ୍ପରା ଅନୁଯାୟୀ...

ନିଖୋଜଙ୍କୁ ଖୋଜିବାରେ ନୈରାଶ୍ୟଜନକ ପ୍ରଦର୍ଶନ

ଭୁବନେଶ୍ୱର,୨।୧୦ (ବ୍ୟୁରୋ): ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ରାଜ୍ୟ ପୋଲିସ ଆରମ୍ଭ କରିଥିଲା ଅପରେଶନ ସ୍ମାଇଲ୍‌। ଏହାସତ୍ତ୍ୱେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଅନ୍ୟ ରାଜ୍ୟ ତୁଳନାରେ...

ରାଜ୍ୟରେ ସୁସ୍ଥ ହେଲେ ୧୨୯୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୨୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୨ ଆକ୍ରାନ୍ତ ସୁସ୍ଥ ମୟୂରଭଞ୍ଜ ଜିଲାରୁ ୧୩୩, କଟକ ଜିଲାରୁ...

ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଅକ୍ଟୋବର ୭ରେ ଏହାକୁ ନେଇ ବିଧିବଦ୍ଧ...

ଖଣ୍ଡଗିରି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପରେ ଭୁବନେଶ୍ୱରରେ ଲଜ୍ଜା। ଖଣ୍ଡଗିରି ଥାନାଞ୍ଚଳରେ ଜଣେ ଯୁବତୀଙ୍କୁ ହୋଇଛି ବଳାତ୍କାର। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ...

ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାରଙ୍କୁ ପାରିଶ୍ରମିକ ବୃଦ୍ଧି ଘୋଷଣା

ଭୁବନେଶ୍ବର,୮।୭(ଅସମାପିକା ସାହୁ) କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାରଙ୍କୁ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ...

୫୦୦ ଏଏସ୍‌ଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀରେ...

ଓଡ଼ିଶାରେ ହାତୀ ଶିକାର ସର୍ବାଧିକ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଭାରତରେ ୬୦% ଏସିଆନ ହାତୀ ଅଛନ୍ତି। ଏମାନଙ୍କ ସୁରକ୍ଷା କେବଳ ସରକାର ନୁହେଁ, ଷ୍ଟେକ୍‌ ହୋଲ୍ଡର ଓ ଜନସାଧାରଣ ମିଳିମିଶି କରିବା ଉଚିତ।...

Advertisement
Archives

Model This Week