ନିଜ ଇଜ୍ଜତ ନିଜେ ପକାଇଲେ ମୁନିର: ଭାରତ ବିଷ ଓଗାଳୁଥିଲେ, କହୁ କହୁ କହିଦେଲେ…

ଇସଲାମାବାଦ୍‌,୧୧।୮:ପାକିସ୍ତାନୀ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତ କରିଛନ୍ତି। ଏଠାରେ ସେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥିଲେ। ସେ ଏପରି ମଧ୍ୟ ଦାବି କରିଥିଲେ, ଯଦି ତାଙ୍କ ଦେଶର ଅସ୍ତିତ୍ୱ ବିପଦରେ ପଡ଼େ, ତେବେ ସେ ଅଧା ବିଶ୍ୱକୁ ଧ୍ୱଂସ କରିଦେବେ। ଏହା ସହିତ, ସେ ଅଜାଣତରେ ଏପରି କିଛି କହିଦେଇଥିଲେ, ଯାହା ପାଇଁ ତାଙ୍କୁ ଉପହାସ କରାଯାଉଛି। ମୁନିର ଜାଣି ନ ଥିଲେ ଯେ ଭାରତକୁ ମର୍ସିଡିଜ ସହିତ ତୁଳନା କରି ସେ ଟ୍ରୋଲ ହେବେ।

ପାକିସ୍ତାନର ତୈଳ ଏବଂ ଖଣିଜ ସମ୍ପଦ ବିଷୟରେ ଗର୍ବ କରୁଥିବା ସମୟରେ, ପାକିସ୍ତାନର ସେନା ମୁଖ୍ୟ ଅଜାଣତରେ ନିଜକୁ ଏବଂ ତାଙ୍କ ଦେଶକୁ ଲଜ୍ଜିତ କରିଦେଇଛନ୍ତି। ଫ୍ଲୋରିଡାରେ ଏକ ପାକିସ୍ତାନୀ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ମୁନିର କହିଥିଲେ ଯେ, ଭାରତ ରାଜପଥରେ ମର୍ସିଡିଜ ଚଲାଉଛି, କିନ୍ତୁ ଆମେ ପଥର ଭର୍ତ୍ତି ଡମ୍ପ ଟ୍ରକ। ଯଦି ଟ୍ରକ କାର ସହିତ ଧକ୍କା ହୁଏ, ତେବେ କାହାର କ୍ଷତି ହେବ?

ମୁନିର କହିଛନ୍ତି, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦେଇଛି, ଯାହା ଯୋଗୁ ୨.୫ କୋଟି ଲୋକ ଭୋକରେ ମରିପାରନ୍ତି। ଯେତେବେଳେ ଭାରତ ଏକ ବନ୍ଧ ନିର୍ମାଣ କରିବ, ସେମାନେ ଦଶଟି ମିଶାଇଲ ଦ୍ୱାରା ଏହାକୁ ଧ୍ୱଂସ କରିବେ। ସିନ୍ଧୁ ନଦୀ ଉପରେ ଭାରତର ବ୍ୟକ୍ତିଗତ ମାଲିକାନା ନାହିଁ ଏବଂ ଆମ ପାଖରେ ମିଶାଇଲର ଅଭାବ ନାହିଁ।

ଫ୍ଲୋରିଡାର ଟାମ୍ପାରେ ବ୍ୟବସାୟୀ ଅଦନାନ ଅସଦଙ୍କ ଦ୍ୱାରା ଆୟୋଜିତ ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ଏହି ଧମକ ଦିଆଯାଇଥିଲା। ସମାରୋହଟି କୋରାନର ପନ୍ଥ ଏବଂ ପାକିସ୍ତାନର ଜାତୀୟ ସଙ୍ଗୀତ ପାଠ ସହିତ ଆରମ୍ଭ ହୋଇଥିଲା। ଏହି ଅବସରରେ ଅତିଥିମାନଙ୍କୁ ମୋବାଇଲ ଫୋନ ଏବଂ ଡିଜିଟାଲ ଡିଭାଇସ ନେବାକୁ ଅନୁମତି ଦିଆଯାଇ ନ ଥିଲା ଏବଂ ଭାଷଣର କୌଣସି ଲିଖିତ ଦଲିଲ ଜାରି କରାଯାଇ ନ ଥିଲା।

ଧାର୍ମିକ ଭାବରେ ରକ୍ଷଣଶୀଳ ମୁନିର କହିଥିଲେ, ପାକିସ୍ତାନ ଏକମାତ୍ର ଦେଶ ଯାହା ଇସଲାମିକ କଲମା ଆଧାରରେ ନିର୍ମିତ ଏବଂ ତେଣୁ ଆଲ୍ଲାହ ଏହାକୁ ଶକ୍ତି ଏବଂ ପ୍ରାକୃତିକ ସମ୍ବଳ ସହିତ ଆଶୀର୍ବାଦ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?