Posted inଖେଳ

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୪୮ ରନରେ ପରାସ୍ତ କରିଛି। ବିଜୟ ପାଇଁ ୧୯୨ ରନ ଧାର୍ଯ୍ୟ ଥିବାବେଳେ ପଞ୍ଜାବ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରି ପାରିଥିଲା। ଚଳିତ ସିଜନରେ ୪ ମ୍ୟାଚରୁ ମୁମ୍ବାଇର ଏହା ଦ୍ୱିତୀୟ ବିଜୟ। ଅନ୍ୟପକ୍ଷରେ ପଞ୍ଜାବର ୪ ମ୍ୟାଚରୁ ତୃତୀୟ ପରାଜୟ।
ଟାର୍ଗେଟ ବଡ଼ ଥିଲେ ହେଁ ପଞ୍ଜାବର ଆରମ୍ଭ ଭଲ ହୋଇ ନ ଥିଲା। ଟପ୍‌ ଓ ମିଡଲ ଅର୍ଡରରେ ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ ବଡ଼ ପାର୍ଟନରଶିପ୍‌ ହୋଇପାରି ନ ଥିଲା। ମୟଙ୍କ ଅଗ୍ରଓ୍ବାଲ ୨୫, କରୁଣ ନାୟାର (୦), ଅଧିନାୟକ ଲୋକେଶ ରାହୁଲ (୧୭), ଗ୍ଲେନ ମ୍ୟାକ୍ସଓ୍ବେଲ ୧୧, ଜେମ୍ସ ନିସାମ ୭ ରନ କରି ଆଉଟ ହୋଇଥିବାବେଳେ ନିକୋଲାସ ପୁରନ ସର୍ବାଧିକ ୪୪(୨୭ ବଲ, ୩ ଚୌକା, ୨ ଛକା) ରନ କରି ପାରିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା, ରାହୁଲ ଚହର, ଜେମ୍ସ ପ୍ୟାଟିନସନ ୨ଟି ଲେଖାଏ ଏବଂ କୃନାଲ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ରୋହିତଙ୍କ ୫୦୦୦ ରନ ପୂରଣ
ଟସ୍‌ ଜିତି ପଞ୍ଜାବ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପୂର୍ବ ମ୍ୟାଚରେ ନିଜ ଶେଷ ଓଭରରେ ୩୦ ରନ ବ୍ୟୟ କରିଥିବା ଶେଲଡନ କଟ୍ରେଲ ଏଠାରେ କିନ୍ତୁ ଚମତ୍କାର ଆରମ୍ଭ କରିଥିଲେ। ସେ ପଞ୍ଜାବ ପକ୍ଷରୁ ନୂଆ ବଲ୍‌ ବୋଲିଂ କରି ପ୍ରଥମ ଓଭରକୁ ମେଡେନ ନେବା ସହିତ କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ପାଇଥିଲେ। ଦ୍ୱିତୀୟ ଓଭର ବୋଲିଂ କରିଥିବା ମହମ୍ମଦ ସାମିଙ୍କ ପ୍ରଥମ ବଲ୍‌ରେ ଚୌକା ମାରି ରୋହିତ ଆଇପିଏଲରେ ୫୦୦୦ ରନ ପୂରଣ କରିଥିଲେ। ସେ ଏଥିପାଇଁ ୧୯୨ ମ୍ୟାଚ ଏବଂ ୧୮୭ ଇନିଂସର ସହାୟତା ନେଇଥିଲେ। ପୂର୍ବରୁ ବିରାଟ କୋହଲି (୫,୪୩୦) ଓ ସୁରେଶ ରାଇନା(୫,୩୬୮) ଏହି କ୍ଲବର ସଦସ୍ୟ ଅଛନ୍ତି। ଦଳୀୟ ସ୍କୋର ୨୧ ଥିବାବେଳେ ଯାଦବ ଦୁର୍ଭାଗ୍ୟଜନକଭାବେ ମହମ୍ମଦ ସାମିଙ୍କ ଡାଇରେକ୍ଟ ଥ୍ରୋରେ ରନଆଉଟ ହୋଇ ଯାଇଥିଲେ। ସେ ୭ ବଲ୍‌ରୁ ୧୦(୨ ଚୌକା) ରନ କରିଥିଲେ। ଚମତ୍କାର ଫର୍ମର ସୂଚନା ଦେଇ ପୂର୍ବ ମ୍ୟାଚରେ ୯୯ ରନ କରି ଆଉଟ ହୋଇଥିବା ଇଶାନ ଏଠାରେ ମଧ୍ୟ ଦୃଢ଼ ଆତ୍ମବିଶ୍ୱାସର ସହିତ ଆରମ୍ଭ କରିଥିଲେ। ମାତ୍ର ତୃତୀୟ ଉଇକେଟରେ ୬୨ ରନ ଯୋଗ ହେବାପରେ ସେ କ୍ରିଷ୍ଣାପ୍ପା ଗୋଥାମଙ୍କ ବଲ୍‌କୁ ସ୍ଲଗ୍‌ ସୁଇପ୍‌ ଖେଳିବାକୁ ଯାଇ ଡିପ୍‌ ମିଡ୍‌ ଉଇକେଟରେ କରୁଣ ନାୟାରଙ୍କୁ କ୍ୟାଚ ଦେଇଥିଲେ। କିଶନ ୩୨ଟି ବଲ୍‌ ଖେଳି ୨୮ (୧ ଚୌକା, ୧ ଛକା) ରନ ସ୍କୋର କରିଥିଲେ।
ରିଲେ କ୍ୟାଚ
୧୫ ଓଭର ବେଳକୁ ମୁମ୍ବାଇ ୩ ଉଇକେଟ ହରାଇ ୧୦୨ ରନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ରୋହିତ ୧୬ତମ ଓଭର(ଜେମ୍ସ ନିସାମ)ରେ ୨ ଚୌକା ଓ ୨ ଛକା ସହ ୨୨ ରନ ସଂଗ୍ରହ କରିଥିଲେ। ତେବେ ୧୭ତମ ଓଭର ବୋଲିଂ କରିଥିବା ମହମ୍ମଦ ସାମିଙ୍କ ପ୍ରଥମ ବଲ୍‌ରେ ଏକ ଚିତ୍ତାକର୍ଷକ କ୍ୟାଚରେ ଆଉଟ ହୋଇଥିଲେ ଅଧିନାୟକ। ଚଳିତ ଆଇପିଏଲରେ ପ୍ରଥମଥରପାଇଁ ରିଲେ କ୍ୟାଚ ଦେଖିବାକୁ ମିଳିଥିଲା। ବାଉଣ୍ଡାରି ନିକଟରେ ଫିଲ୍ଡିଂ କରୁଥିବା ଗ୍ଲେନ ମ୍ୟାକ୍ସଓ୍ବେଲ କ୍ୟାଚ ଧରିବାପରେ ନିୟନ୍ତ୍ରଣରେ ରହିପାରି ନ ଥିଲେ। ଫଳରେ ସେ ବାଉଣ୍ଡାରି ବାହାରକୁ ଚାଲିଯିବା ପୂର୍ବରୁ ବଲ୍‌କୁ ପଛକୁ ଫିଙ୍ଗିଦେଇଥିଲେ। ଲଙ୍ଗଅନ୍‌ରେ ଫିଲ୍ଡଂ କରୁଥିବା ନିସାମ ତାଙ୍କୁ ଅନୁଧାବନ କରୁଥିବାରୁ ବଲ୍‌କୁ ଧରିବାରେ ସକ୍ଷମ ହୋଇଥିଲେ। ଫଳରେ ୪୫ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ୭୦ ରନ କରି ରୋହିତଙ୍କୁ କ୍ରିଜ୍‌ ଛାଡ଼ିବାକୁ ପଡ଼ିଥିଲା। ମୁମ୍ବାଇ ୧୮ତମ ଓଭରରୁ ୧୮, ୧୯ତମ ଓଭରରୁ ୧୯ ଓ ୨୦ତମ ଓଭରରୁ ୨୫ରନ ସଂଗ୍ରହ କରିଥିଲା। ଅସମାପ୍ତ ୫ମ ଉଇକେଟ ଯୋଡ଼ିରେ କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ୬୭ ରନ ଯୋଗ କରିବାରୁ ମୁମ୍ବାଇ ସ୍କୋର ୧୯୧ରେ ପହଞ୍ଚତ୍ ଯାଇଥିଲା। ପୋଲାର୍ଡ ୨୦ ବଲ୍‌ରୁ ୪୭(୩ ଚୌକା, ୪ ଛକା) ଓ ହାର୍ଦ୍ଦିକ ୧୧ ବଲ୍‌ରୁ ୩୦(୩ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଶେଷ ୫ ଓଭରରେ ୮୯ ରନ ସ୍କୋର ହୋଇଥିଲା। ପଞ୍ଜାବ ପକ୍ଷରୁ କଟ୍ରେଲ, ସାମି, କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୧/୪ (ରୋହିତ-୭୦, ପୋଲାର୍ଡ-୪୭*, ହାର୍ଦ୍ଦିକ-୩୦*, କିଶନ-୨୮, କଟ୍ରେଲ-୧/୨୦, ସାମି-୧/୩୬, ଗୋଥାମ-୧/୪୫)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୪୩/୮ (ପୁରନ-୪୪, ମୟଙ୍କ-୨୫, ବୁମ୍‌ରା-୨/୧୮, ରାହୁଲ ଚହର-୨/୨୬, ପ୍ୟାଟିନସନ-୨/୨୮, କୃନାଲ-୧/୨୭, ବୋଲ୍ଟ-୧/୪୨)।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର…

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?