Posted inଖେଳ

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୪୮ ରନରେ ପରାସ୍ତ କରିଛି। ବିଜୟ ପାଇଁ ୧୯୨ ରନ ଧାର୍ଯ୍ୟ ଥିବାବେଳେ ପଞ୍ଜାବ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରି ପାରିଥିଲା। ଚଳିତ ସିଜନରେ ୪ ମ୍ୟାଚରୁ ମୁମ୍ବାଇର ଏହା ଦ୍ୱିତୀୟ ବିଜୟ। ଅନ୍ୟପକ୍ଷରେ ପଞ୍ଜାବର ୪ ମ୍ୟାଚରୁ ତୃତୀୟ ପରାଜୟ।
ଟାର୍ଗେଟ ବଡ଼ ଥିଲେ ହେଁ ପଞ୍ଜାବର ଆରମ୍ଭ ଭଲ ହୋଇ ନ ଥିଲା। ଟପ୍‌ ଓ ମିଡଲ ଅର୍ଡରରେ ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ ବଡ଼ ପାର୍ଟନରଶିପ୍‌ ହୋଇପାରି ନ ଥିଲା। ମୟଙ୍କ ଅଗ୍ରଓ୍ବାଲ ୨୫, କରୁଣ ନାୟାର (୦), ଅଧିନାୟକ ଲୋକେଶ ରାହୁଲ (୧୭), ଗ୍ଲେନ ମ୍ୟାକ୍ସଓ୍ବେଲ ୧୧, ଜେମ୍ସ ନିସାମ ୭ ରନ କରି ଆଉଟ ହୋଇଥିବାବେଳେ ନିକୋଲାସ ପୁରନ ସର୍ବାଧିକ ୪୪(୨୭ ବଲ, ୩ ଚୌକା, ୨ ଛକା) ରନ କରି ପାରିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା, ରାହୁଲ ଚହର, ଜେମ୍ସ ପ୍ୟାଟିନସନ ୨ଟି ଲେଖାଏ ଏବଂ କୃନାଲ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ରୋହିତଙ୍କ ୫୦୦୦ ରନ ପୂରଣ
ଟସ୍‌ ଜିତି ପଞ୍ଜାବ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପୂର୍ବ ମ୍ୟାଚରେ ନିଜ ଶେଷ ଓଭରରେ ୩୦ ରନ ବ୍ୟୟ କରିଥିବା ଶେଲଡନ କଟ୍ରେଲ ଏଠାରେ କିନ୍ତୁ ଚମତ୍କାର ଆରମ୍ଭ କରିଥିଲେ। ସେ ପଞ୍ଜାବ ପକ୍ଷରୁ ନୂଆ ବଲ୍‌ ବୋଲିଂ କରି ପ୍ରଥମ ଓଭରକୁ ମେଡେନ ନେବା ସହିତ କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ପାଇଥିଲେ। ଦ୍ୱିତୀୟ ଓଭର ବୋଲିଂ କରିଥିବା ମହମ୍ମଦ ସାମିଙ୍କ ପ୍ରଥମ ବଲ୍‌ରେ ଚୌକା ମାରି ରୋହିତ ଆଇପିଏଲରେ ୫୦୦୦ ରନ ପୂରଣ କରିଥିଲେ। ସେ ଏଥିପାଇଁ ୧୯୨ ମ୍ୟାଚ ଏବଂ ୧୮୭ ଇନିଂସର ସହାୟତା ନେଇଥିଲେ। ପୂର୍ବରୁ ବିରାଟ କୋହଲି (୫,୪୩୦) ଓ ସୁରେଶ ରାଇନା(୫,୩୬୮) ଏହି କ୍ଲବର ସଦସ୍ୟ ଅଛନ୍ତି। ଦଳୀୟ ସ୍କୋର ୨୧ ଥିବାବେଳେ ଯାଦବ ଦୁର୍ଭାଗ୍ୟଜନକଭାବେ ମହମ୍ମଦ ସାମିଙ୍କ ଡାଇରେକ୍ଟ ଥ୍ରୋରେ ରନଆଉଟ ହୋଇ ଯାଇଥିଲେ। ସେ ୭ ବଲ୍‌ରୁ ୧୦(୨ ଚୌକା) ରନ କରିଥିଲେ। ଚମତ୍କାର ଫର୍ମର ସୂଚନା ଦେଇ ପୂର୍ବ ମ୍ୟାଚରେ ୯୯ ରନ କରି ଆଉଟ ହୋଇଥିବା ଇଶାନ ଏଠାରେ ମଧ୍ୟ ଦୃଢ଼ ଆତ୍ମବିଶ୍ୱାସର ସହିତ ଆରମ୍ଭ କରିଥିଲେ। ମାତ୍ର ତୃତୀୟ ଉଇକେଟରେ ୬୨ ରନ ଯୋଗ ହେବାପରେ ସେ କ୍ରିଷ୍ଣାପ୍ପା ଗୋଥାମଙ୍କ ବଲ୍‌କୁ ସ୍ଲଗ୍‌ ସୁଇପ୍‌ ଖେଳିବାକୁ ଯାଇ ଡିପ୍‌ ମିଡ୍‌ ଉଇକେଟରେ କରୁଣ ନାୟାରଙ୍କୁ କ୍ୟାଚ ଦେଇଥିଲେ। କିଶନ ୩୨ଟି ବଲ୍‌ ଖେଳି ୨୮ (୧ ଚୌକା, ୧ ଛକା) ରନ ସ୍କୋର କରିଥିଲେ।
ରିଲେ କ୍ୟାଚ
୧୫ ଓଭର ବେଳକୁ ମୁମ୍ବାଇ ୩ ଉଇକେଟ ହରାଇ ୧୦୨ ରନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ରୋହିତ ୧୬ତମ ଓଭର(ଜେମ୍ସ ନିସାମ)ରେ ୨ ଚୌକା ଓ ୨ ଛକା ସହ ୨୨ ରନ ସଂଗ୍ରହ କରିଥିଲେ। ତେବେ ୧୭ତମ ଓଭର ବୋଲିଂ କରିଥିବା ମହମ୍ମଦ ସାମିଙ୍କ ପ୍ରଥମ ବଲ୍‌ରେ ଏକ ଚିତ୍ତାକର୍ଷକ କ୍ୟାଚରେ ଆଉଟ ହୋଇଥିଲେ ଅଧିନାୟକ। ଚଳିତ ଆଇପିଏଲରେ ପ୍ରଥମଥରପାଇଁ ରିଲେ କ୍ୟାଚ ଦେଖିବାକୁ ମିଳିଥିଲା। ବାଉଣ୍ଡାରି ନିକଟରେ ଫିଲ୍ଡିଂ କରୁଥିବା ଗ୍ଲେନ ମ୍ୟାକ୍ସଓ୍ବେଲ କ୍ୟାଚ ଧରିବାପରେ ନିୟନ୍ତ୍ରଣରେ ରହିପାରି ନ ଥିଲେ। ଫଳରେ ସେ ବାଉଣ୍ଡାରି ବାହାରକୁ ଚାଲିଯିବା ପୂର୍ବରୁ ବଲ୍‌କୁ ପଛକୁ ଫିଙ୍ଗିଦେଇଥିଲେ। ଲଙ୍ଗଅନ୍‌ରେ ଫିଲ୍ଡଂ କରୁଥିବା ନିସାମ ତାଙ୍କୁ ଅନୁଧାବନ କରୁଥିବାରୁ ବଲ୍‌କୁ ଧରିବାରେ ସକ୍ଷମ ହୋଇଥିଲେ। ଫଳରେ ୪୫ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ୭୦ ରନ କରି ରୋହିତଙ୍କୁ କ୍ରିଜ୍‌ ଛାଡ଼ିବାକୁ ପଡ଼ିଥିଲା। ମୁମ୍ବାଇ ୧୮ତମ ଓଭରରୁ ୧୮, ୧୯ତମ ଓଭରରୁ ୧୯ ଓ ୨୦ତମ ଓଭରରୁ ୨୫ରନ ସଂଗ୍ରହ କରିଥିଲା। ଅସମାପ୍ତ ୫ମ ଉଇକେଟ ଯୋଡ଼ିରେ କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ୬୭ ରନ ଯୋଗ କରିବାରୁ ମୁମ୍ବାଇ ସ୍କୋର ୧୯୧ରେ ପହଞ୍ଚତ୍ ଯାଇଥିଲା। ପୋଲାର୍ଡ ୨୦ ବଲ୍‌ରୁ ୪୭(୩ ଚୌକା, ୪ ଛକା) ଓ ହାର୍ଦ୍ଦିକ ୧୧ ବଲ୍‌ରୁ ୩୦(୩ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଶେଷ ୫ ଓଭରରେ ୮୯ ରନ ସ୍କୋର ହୋଇଥିଲା। ପଞ୍ଜାବ ପକ୍ଷରୁ କଟ୍ରେଲ, ସାମି, କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୧/୪ (ରୋହିତ-୭୦, ପୋଲାର୍ଡ-୪୭*, ହାର୍ଦ୍ଦିକ-୩୦*, କିଶନ-୨୮, କଟ୍ରେଲ-୧/୨୦, ସାମି-୧/୩୬, ଗୋଥାମ-୧/୪୫)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୪୩/୮ (ପୁରନ-୪୪, ମୟଙ୍କ-୨୫, ବୁମ୍‌ରା-୨/୧୮, ରାହୁଲ ଚହର-୨/୨୬, ପ୍ୟାଟିନସନ-୨/୨୮, କୃନାଲ-୧/୨୭, ବୋଲ୍ଟ-୧/୪୨)।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ରାଉଣ୍ଡରେ ଝୁଣ୍ଟିଲେ ମୁରେ

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ଆଣ୍ଡି ମୁରେ ଏଟିପି ଓ୍ବିନଷ୍ଟୋନ-ସାଲେମ ଓପନ୍‌ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଝୁଣ୍ଟିଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ୩୨...

ନୂଆ ଚୁକ୍ତି ପାଇଁ ଇବ୍ରାହିମୋଭିଚ୍‌ ପ୍ରସ୍ତୁତ

ମିଲାନ, ୩୧ା୮(ଏପି)-ସ୍ବିଡିଶ ପ୍ରଫେସନାଲ ଫୁଟ୍‌ବଲ ଖେଳାଳି ଜ୍ଳାଟାନ ଇବ୍ରାହିମୋଭିଚ୍‌ ଇଟାଲୀ ଫେରିଛନ୍ତି। ଏସି ମିଲାନ ସହ ନୂଆ ଚୁକ୍ତି କରିବା ଲାଗି ସେ ପ୍ରସ୍ତୁତ ଥିବା...

ଟିଭି ଆଗରେ ନାଚିଲେ କୋହଲି

ମୁମ୍ବାଇ,୨୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ ୨୦୨୨ର ପ୍ଲେ ଅଫରେ ନିଜ ସ୍ଥାନ ସୁରକ୍ଷିତ କରିଛି। ଟି -୨୦ ଲିଗର ୬୯ତମ ମ୍ୟାଚରେ ମୁମ୍ବାଇ...

ଏସିଆ କପ: ପାକିସ୍ତାନ ବିରୋଧରେ ଭାରତ ଜିତିଲା ଟସ,ପ୍ରଥମେ ବ୍ୟାଟିଂ…

କାଣ୍ଡି,୨।୯ : ଶନିବାର (ସେପ୍ଟେମ୍ବର ୨) ଏସିଆ କପର ତୃତୀୟ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ...

୮୬ ବର୍ଷ ତଳେ ଲାଲା ଅମରନାଥ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ ପୂରଣ: ଏବେ ସୁଦ୍ଧା ୮୬ ଭାରତୀୟ କ୍ରିକେଟର କରିଛନ୍ତି ୫୧୭ ଶତକ

ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୬ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର...

ବଡ଼ଭଉଣୀ ବ୍ଲାକମେଲ କରୁଛନ୍ତି: ଦୂତୀ

ଭୁବନେଶ୍ୱର,୨୨।୫ (ସ୍ପୋଟର୍‌ସ ବ୍ୟୁରୋ)- ଦେଶର ଦ୍ରୁତତମ ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିବା ପରେ କେବଳ...

ବିଶ୍ୱକପ ପାଇଁ ଟିକେଟ୍‌ କିଣିବାକୁ କରିଛନ୍ତି କି ଅପେକ୍ଷା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବୁକିଂ

ନୂଆଦିଲ୍ଲୀ,୨୯।୭: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ୫ ଅକ୍ଟୋବରରେ ଆରମ୍ଭ ହେବ। ଭାରତରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ ଦେଶର ୧୦ଟି ସହରରେ...

ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ

ପୁଣେ, ୧୦ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ବିବାଦୀୟ ଏଲ୍‌ବିଡବ୍ଲ୍ୟୁର ସମ୍ମୁଖୀନ ହେବା ପରେ ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ରୟାଲ...

Advertisement
Archives

Model This Week