Posted inଖେଳ

ମୁମ୍ବାଇର ପଞ୍ଚମ ବିଜୟ

ଆବୁଧାବି, ୧୨।୧୦- କ୍ୱିଣ୍ଟନ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଉଇକେଟ ହରାଇ ୧୬୨ ରନ କରିଥିବାବେଳେ ମୁମ୍ବାଇ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରି ନେଇଥିଲା। ୭ ମ୍ୟାଚରୁ ପଞ୍ଚମ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।
ଟାର୍ଗେଟ ବଡ଼ ନ ଥିଲେ ହେଁ ଅଧିନାୟକ ରୋହିତ ଶର୍ମାଙ୍କ ଉଇକେଟ ଶୀଘ୍ର ହରାଇ ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ତେବେ ସୂର୍ଯ୍ୟକୁମାର ଦ୍ୱିତୀୟ ଉଇକେଟରେ ଡିକକ୍‌ଙ୍କ ସହ ୪୬ ଓ ତୃତୀୟ ଉଇକେଟରେ ଇଶାନ କିଶନଙ୍କ ସହ ୫୩ ରନର ଭାଗୀଦାରି ଗଢ଼ି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡିକକ୍‌ ୩୬ ବଲ୍‌ରୁ ୫୩(୪ ଚୌକା, ୩ ଛକା) ଓ ସୂର୍ଯ୍ୟକୁମାର ୩୨ ବଲ୍‌ରୁ ୫୩(୬ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଖାତାଖୋଲିପାରି ନ ଥିବାବେଳେ କିଶନ ୨୮(୧୫ ବଲ, ୨ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। କିରନ ପୋଲାର୍ଡ ୧୧ ଓ କୃନାଲ ପାଣ୍ଡ୍ୟା ୧୨ ରନରେ ଅପରାଜିତ ରହି ୨୦ତମ ଓଭରର ୪ର୍ଥ ବଲ୍‌ରେ ଦଳକୁ ଜିତାଇଥିଲେ। ଦିଲ୍ଲୀ ପକ୍ଷରୁ କାଗିଶୋ ରାବାଡ଼ା ୨ଟି ଏବଂ ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ପ୍ରଥମ ଓଭରରେ ଇନ୍‌ଫର୍ମ ପୃଥ୍ବୀ ଶ’(୪)ଙ୍କୁ ଆଉଟ କରି ଦିଲ୍ଲୀକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ ଟ୍ରେଣ୍ଟ ବୋଲ୍ଟ। ଚଳିତ ସିଜନରେ ପ୍ରଥମଥରପାଇଁ ସୁଯୋଗ ପାଇଥିବା ଅଜିଙ୍କ୍ୟ ରାହାନେ ମଧ୍ୟ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୧୫ ବଲ୍‌ରୁ ୧୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ତୃତୀୟ ଉଇକେଟ ଯୋଡ଼ିରେ ୬୨ ବଲ୍‌ରୁ ୮୫ ରନର ଭାଗୀଦାରି ଗଢ଼ି ଦଳକୁ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର କରାଇଥିଲେ। ୧୦ ଓଭର ବେଳକୁ ଦଳ ୮୦ ରନ ସଂଗ୍ରହ କରି ନେଇଥିଲା। ଆୟାରଙ୍କ ଉଇକେଟ ପତନ ସହ ଯୋଡ଼ି ଭାଙ୍ଗିବାପରେ ଦିଲ୍ଲୀର ରନହାରରେ ଅଙ୍କୁଶ ଲାଗିଥିଲା। ଆୟାର ୩୩ ବଲ୍‌ରୁ ୪୨(୫ ଚୌକା) ରନ କରି ଆଉଟ ହୋଇଥିବାବେଳେ ହାର୍ଡ ହିଟର ମାର୍କୁସ ଷ୍ଟୋଇନ୍ସ ୧୩ ରନ କରି ରନଆଉଟ ହୋଇ ଯାଇଥିଲେ। ଡେଥ୍‌ ଓଭରରେ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍‌ରା ଟାଇଟ୍‌ ବୋଲିଂ କରିଥିଲେ। ଫଳରେ ଧାଓ୍ବନ ୬୯(୫୨ ବଲ, ୬ ଚୌକା, ୧ ଛକା) ଓ ଆହତ ରିଷଭ ପନ୍ତଙ୍କ ସ୍ଥାନରେ ସୁଯୋଗ ପାଇଥିବା ଆଲେକ୍ସ କାରେ ୧୩(୮ ବଲ, ୨ ଚୌକା) ରନରେ ଅପରାଜିତ ରହିଥିଲେ ହେଁ ଦିଲ୍ଲୀ ସ୍କୋର ୨୦ ଓଭରରେ ୧୬୨/୪ରେ ସୀମିତ ରହିଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ୨ଟି ଓ ବୋଲ୍ଟ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୨/୪(ଧାଓ୍ବନ-୬୯*, ଆୟାର-୪୨, କୃନାଲ୍‌-୨/୨୬, ବୋଲ୍ଟ-୧/୩୬)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୪ ଓଭରରେ ୧୬୬/୫(ଡିକକ୍‌-୫୩, ସୂର୍ଯ୍ୟକୁମାର-୫୩, କିଶନ-୨୮, ରାବାଡ଼ା-୨/୨୮, ଅକ୍ଷର-୧/୨୪, ଅଶ୍ୱିନ-୧/୩୫, ଷ୍ଟୋଇନିସ-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂଜାରା, ରାହୁଲ, ଜାଡେଜା ଘୋଷଣା କରିବେ କେଉଁଠାରେ ଦେବେ ଡୋପ ଟେଷ୍ଟ

ନୂଆଦିଲ୍ଲୀ,୧୪।୯: ଭାରତୀୟ କ୍ରିକେଟରଙ୍କ ଲାଗି ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପକ୍ଷରୁ ପ୍ରଥମ ଥର ରେଜିଷ୍ଟର ଟେଷ୍ଟିଂ ପୁଲ (ଆରଟିପି) ପ୍ରସ୍ତୁତ କରାଯାଇଛି। ଏହି...

ଜୁନ୍‌ ମଧ୍ୟଭାଗରେ ଲା ଲିଗା ଆରମ୍ଭ ହେବା ସମ୍ଭାବନା

ଚେନ୍ନାଇ,୯।୫: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ୍‌ ରୂପେ ପରିଗଣିତ ହେଉଥିବା ‘ଲା ଲିଗା’ ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଆରମ୍ଭ ହେବା ସମ୍ଭାବନା...

ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ : ଅଷ୍ଟ୍ରେଲିଆନ କୋଚ୍‌

ବ୍ରିସବେନ,୧୯।୧: ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ରୁ ଗୋଟେ ଶିକ୍ଷା ପାଇଛୁ। ଭାରତୀୟ ଖେଳାଳିଙ୍କୁ କଦାପି ହେୟ ମନେ କରିବା ଉଚିତ ନୁହେଁ। ଭାରତଠାରୁ ୪ ମ୍ୟାଚ୍‌ ବିଶିଷ୍ଟ...

କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ ଦେବେ ଯୁବରାଜ

ନୂଆଦିଲ୍ଳୀ,୬।୪(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍‌ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ରବିବାର ସେ ଏ ନେଇ...

ମୁସଫିକରଙ୍କ ଅପରାଜିତ ଦ୍ୱିଶତକ

ଢାକା, ୨୫ା୨ (ଏଏଫ୍‌ପି)-ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ମୁସ୍‌ଫିକର ରହିମ୍‌ ତାଙ୍କ ତୃତୀୟ ଟେଷ୍ଟ ଦ୍ୱିଶତକ ହାସଲ...

ଆଇପିଏଲ୍‌ରେ ସର୍ବାଧିକ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଜିତିଥିବା ଖେଳାଳି କିଏ ଜାଣନ୍ତି କି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ...

ସାଇ ଇଣ୍ଟରନ୍ୟାଶନାଲ ବିଜୟୀ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ...

ଫର୍ମୁଲାଓ୍ବାନ ମୋଟର ରେସିଂ

୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂରେ ମର୍ସିଡିଜ୍‌ର ବ୍ରିଟିଶ୍‌ ଡ୍ରାଇଭର ଲୁଇସ ହାମିଲଟନ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବା ସହ ସେ...

Advertisement
Archives

Model This Week